• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha Khabar
  • /ବରିଷ୍ଠ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ନିଧନ

ବରିଷ୍ଠ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ନିଧନ

୬୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Edited ByZee Odisha Desk
Published: Jul 06, 2020, 09:11 PM IST|Updated: Jul 06, 2020, 09:26 PM IST
joinshare
ବରିଷ୍ଠ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ନିଧନ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Namo Bharat Vacancy: ୬୭ଟି ପଦବୀ ଖାଲି, ୧.୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା...

    Namo Bharat Vacancy: ୬୭ଟି ପଦବୀ ଖାଲି, ୧.୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା...

    2

    Manipur Violence: ମଣିପୁରରେ ପୁଣି ହିଂସା, ୪ ମୃତ

    3

    Road Accident: ରାଜ୍ୟରେ ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା, ୬ ଜଣଙ୍କ ମୃତ୍ୟୁ

    4

    ଗେଙ୍ଗୁଟି ନଦୀରେ ଭାସିଗଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର ସ୍ୱାମୀ ନିଖୋଜ

    5

    ବାଲୁକାରେ ପଞ୍ଚମୁଖୀ ଗଣେଶ ମୂର୍ତ୍ତି, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଅଜସ୍ର ପ୍ରଶଂସା...

    ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ତରଣ ଦାସଙ୍କ ଦେହାନ୍ତ । ଗତ କିଛି ଦିନ ଧରି ସେ ବିଭିନ୍ନ ରୋଗରେ ପୀଡିତ ଥାଇ ଲଗାତାର ଚିକିତ୍ସିତ ହେଉଥିଲେ । ଗତ ୨୦୧୯ ନିର୍ବାଚନ ବେଳେ ମଧ୍ୟ ସେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତ ମାସରେ ତାଙ୍କର ଏକ ସର୍ଜରୀ ପରେ ସେ ଆଇସିୟୁରେ ଥିଲେ । ୬୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । 

    ବିଷ୍ଣୁ ଦାସ ୧୯୫୪ ମସିହା ଅକ୍ଟୋବର ୯ରେ ଜଗତସିଂହପୁରରେ ଜନ୍ମ ଗ୍ରହଣ କରିଥିଲେ । ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଜଗତସିଂହପୁର ଆସନରୁ ୨ ଥର ବିଧାୟକ ହୋଇଥିଲେ । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜୁ ଜନତା ଦଳ(ବିଜେଡି) ଟିକେଟରେ ୪ ଥର ଜିତିବା ସହ ୨୦୦୬ ମସିହାରେ ୧୫ ମାସ ପାଇଁ  ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ ସେ । ଏହାପରେ ତାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଥିଲା । ୨୦୧୯ ବିଧାନସଭା ନିର୍ବାଚନରେ ସେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଆଉ ବହୁ ଭୋଟରେ ବିଜୟ ଲାଭ କରିଥିଲେ । 

    ବିଷ୍ଣୁ ଚରଣ ଦାସ ଜଣେ ଦଳିତ ନେତା ଭାବେ ସୁଖ୍ୟାତି ଅର୍ଜନ କରିଥିଲେ । ୧୯୮୦ ମସିହା ଛବିରାଣୀ ହତ୍ୟାକାଣ୍ଡ ବେଳେ ସେ ଚର୍ଚ୍ଚାକୁ ଆସିଥିଲେ । ଆନ୍ଦୋଳନରେ ପୁରୋଧା ଭାବେ ନାସୋ ଆଇନରେ ଗିରଫ ହୋଇଥିଲେ । ବିଜୁ ବାବୁଙ୍କ ସମୟରେ ଜନତା ଦଳର ରାଜ୍ୟ ସମ୍ପାଦକ ଦାୟିତ୍ୱ ତୁଲାଇ ସାଙ୍ଗଠନିକ ଦକ୍ଷତା ଦେଖାଇଥିଲେ । ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ଲଗାତାର ୩ ଥର ଛାତ୍ର ୟୁନିଅନର ସଭାପତି ହୋଇ ଛାତ୍ର ଜୀବନରୁ ରାଜନୀତି ସହ ଓତପ୍ରୋତ ଭାବେ ଜଡ଼ିତ ଥିଲେ । ବିଜେଡିର ଦଳିତ ସାମ୍ମୁଖ୍ୟର ଦାୟିତ୍ୱ ମଧ୍ୟ ତୁଲାଇଥିଲେ ବିଷ୍ଣୁ ଦାସ । ବିଭିନ୍ନ ସମୟରେ ତାଙ୍କର ରୋକଠୋକ କଥା ପାଇଁ ସେ ଚର୍ଚ୍ଚାରେ ରହୁଥିଲେ ।

    Add Zee News as a Preferred Source
    TAGS:
    BJD MLA
    Odisha