ବର୍ଷାର ନାଁ ନାହିଁ, ଚିନ୍ତାରେ ଚାଷୀ
Advertisement

ବର୍ଷାର ନାଁ ନାହିଁ, ଚିନ୍ତାରେ ଚାଷୀ

ସମ୍ବଲପୁରରେ ବର୍ଷା ଅଭାବରୁ ଚାଷୀ ପ୍ରଥମରୁ ପଛୁଆ ରହିଥିବା ବେଳେ ବର୍ତ୍ତମାନ ମଧ୍ୟ ବର୍ଷା ଅପେକ୍ଷା ରେ ଚାଷୀ । କିନ୍ତୁ ଦିନକୁ ଦିନ ବର୍ଷା ହେଉ ନଥିବାରୁ ଏକର ଏକର ଜମି ପଡିଆ ପଡିବ ବୋଲି ସାଧାରଣ ଚାଷୀ କହିଛନ୍ତି ।

ବର୍ଷାର ନାଁ ନାହିଁ, ଚିନ୍ତାରେ ଚାଷୀ

ଅଜୟ କୁମାର ନାଥ, ସମ୍ୱଲପୁର: ଅଗଷ୍ଟ ମାସ ହେଲାଣି ବର୍ଷାର ନାଁ ନାହିଁ । ମାଟି ଫାଟି ଆଁ କଲାଣି । ଚିନ୍ତାରେ ଚାଷୀ ।  ଏଭଳି ପାଗ ଯଦି ଆଉ କିଛିଦିନ ଲାଗି ରହେ ତା ହେଲେ ଚାଷୀ କୋଟି କୋଟି ଟଙ୍କାର କ୍ଷତି ସହିବ ବୋଲି ଅଭିଯୋଗ ହୋଇଛି । ଧାନ ଚାଷରେ ବର୍ତ୍ତମାନ ବର୍ଷାକୁ ଚାଷୀ ଅପେକ୍ଷା କରିଥିବା ବେଳେ ବର୍ଷା କୁଆଡେ ଚାଲି ଯାଇଛି ଯେ ତାର ପତ୍ତା ମଧ୍ୟ ମିଳୁ ନ ଥିବାର ଦେଖାଯାଇଛି । ରାଜ୍ୟ ସାରା ଚାଷୀଙ୍କର ବର୍ତ୍ତମାନ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ସେହି ଭଳି ଭାବରେ ସମ୍ବଲପୁରରେ ମଧ୍ୟ ବର୍ଷା ଅପେକ୍ଷାରେ ଚାଷୀମାନେ ରହିଛନ୍ତି । ଯଦି ଏ ଭିତରେ ବର୍ଷା ନ ହୁଏ ତା ହେଲେ ଏକର ଏକର ଜମିରେ ମରୁଡି ପରିସ୍ଥିତି ସୃଷ୍ଟି ହେବ ବୋଲି ଅଭିଯୋଗ କରିଛି ଚାଷୀ ।

ଚଳିତ ବର୍ଷ ଖରିଫ ଚାଷ ସମୟରେ ଭଲ ବର୍ଷା ହେବ ବୋଲି ସୂଚନା ଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ହୋଇ ନ ଥିବାରୁ ଚିନ୍ତାରେ ଚାଷୀ । ଗୋଟିଏ ପଟେ କୋରୋନା ମାଡ଼ ରାଜ୍ୟରେ ଚାଷୀଙ୍କର ସ୍ଥିତି ବିଗାଡି ଦେଇଥିବା ବେଳେ ଏ ପଟେ ଲେବର ସମସ୍ୟା ମଧ୍ୟ ରହିଥିଲା । କିନ୍ତୁ ସବୁ ବାଧାବିଘ୍ନକୁ ଏଡାଇ ଚାଷୀ ତା'ର କାମ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ବର୍ଷା ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଥିବାରୁ ଚିନ୍ତାରେ ଚାଷୀ କୁଳ ।

ସମ୍ବଲପୁରରେ ବର୍ଷା ଅଭାବରୁ ଚାଷୀ ପ୍ରଥମରୁ ପଛୁଆ ରହିଥିବା ବେଳେ ବର୍ତ୍ତମାନ ମଧ୍ୟ ବର୍ଷା ଅପେକ୍ଷା ରେ ଚାଷୀ । କିନ୍ତୁ ଦିନକୁ ଦିନ ବର୍ଷା ହେଉ ନଥିବାରୁ ଏକର ଏକର ଜମି ପଡିଆ ପଡିବ ବୋଲି ସାଧାରଣ ଚାଷୀ କହିଛନ୍ତି ।