ପାଣି ପାଇପକୁ ନେଇ ଗୋଷ୍ଠୀ ସଂଘର୍ଷ; ଚାଲିଗଲା ୨ ଜୀବନ, ୭ ଆହତ
Advertisement
Article Detail0/zeeodisha/odisha763873

ପାଣି ପାଇପକୁ ନେଇ ଗୋଷ୍ଠୀ ସଂଘର୍ଷ; ଚାଲିଗଲା ୨ ଜୀବନ, ୭ ଆହତ

ଏହି ଗୋଷ୍ଠୀ ସଙ୍ଘର୍ଷ ପରେ ଗାଁରେ ଉତ୍ତେଜନା ଆଶଙ୍କା କରି ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ପୂର୍ବରୁ ମୃତ ସୁରେନ୍ଦ୍ର ଭୋଇ ଓ କାଳିଆ ଭୋଇଙ୍କ ମଧ୍ୟରେ ବିବାଦ ରହିଥିବା ବେଳେ ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ହାତାହାତି ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । 

ପାଣି ପାଇପକୁ ନେଇ ଗୋଷ୍ଠୀ ସଂଘର୍ଷ; ଚାଲିଗଲା ୨ ଜୀବନ, ୭ ଆହତ

ପୁରୀ: ପାଣି ପାଇପ (Water Pipe) ସଂଯୋଗକୁ ନେଇ ଗୋଷ୍ଠୀ ସଙ୍ଘର୍ଷ । ଆଉ ଏଥିରେ ଦୁଇ ଗୋଷ୍ଠୀ ମଧ୍ୟରେ ତେଣ୍ଟା ଓ ଟାଙ୍ଗିଆରେ ଉଭୟ ପକ୍ଷଙ୍କ ମଧ୍ୟରେ ଆକ୍ରମଣ ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଓ ୭ ଜଣ ଆହତ ହୋଇଥିବା ବେଳେ ୧୭ ଜଣଙ୍କୁ ପୁଲିସ ଅଟକ ରଖିଛି । ଏପରି ଘଟଣା ଘଟିଛି ପୁରୀ (Puri) ଜିଲ୍ଲା ବ୍ରହ୍ମଗିରି (Brahmagiri) ଅଞ୍ଚଳର ଖଜୁରିଆ ଅଧିନସ୍ଥ ଡିମ୍ବିରିସେଣା ହରିଜନ ସାହିରେ । 

ଏହି ଗୋଷ୍ଠୀ ସଙ୍ଘର୍ଷ ପରେ ଗାଁରେ ଉତ୍ତେଜନା ଆଶଙ୍କା କରି ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ପୂର୍ବରୁ ମୃତ ସୁରେନ୍ଦ୍ର ଭୋଇ ଓ କାଳିଆ ଭୋଇଙ୍କ ମଧ୍ୟରେ ବିବାଦ ରହିଥିବା ବେଳେ ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ହାତାହାତି ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତଦନ୍ତ ଚାଲିଛି ଯେ କେହି ବି ସମ୍ପୃକ୍ତି ଥିବ ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୁରୀ ସଦର ଏସଡିପିଓ (Puri SDPO) ।

ପାଣି ପାଇପ ସଂଯୋଗକୁ ନେଇ ଗୋଷ୍ଠୀ ସଙ୍ଘର୍ଷ । ଆଉ ସେଥିରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଦୁଇ ଦିନ ତଳେ ଗାଁରେ ପାଣି ପାଇପ ସଂଯୋଗ ହୋଇଥିଲା । ହେଲେ ଗାଁର କାଳିଆ ଭୋଇ ତାଙ୍କ ଘର ପର୍ଯ୍ୟନ୍ତ ପାଣି ପାଇପ ନିଜେ ସଂଯୋଗ କରି ନେଇଥିଲେ । ଏହାକୁ ନେଇ ଗାଁରେ ମୁରବୀ ଥିବା ସୁରେନ୍ଦ୍ର ଭୋଇ କାଳିଆଙ୍କୁ ତାଗିଦ କରିଥିଲେ । ତାଙ୍କ ରାସ୍ତା ଦେଇ ପାଣି ପାଇପ ନେଇଥିବାରୁ କାଳିଆକୁ ତାଗିଦ କରିଥିଲେ । ଏହା ପରେ ଦୁଇ ଜଣଙ୍କ ମଧ୍ୟରେ  ବିବାଦ ଉଗ୍ରରୁପ ନେଇଥିଲା । 

ରବିବାର (ଅକ୍ଟୋବର୧୧,୨୦୨୦) ସକାଳୁ ପୁଣି ଥରେ ପାଇପ ସଂଯୋଗ କାର୍ଯ୍ୟ ଚାଲିଥିବା ବେଲେ ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିଲା ଗୋଷ୍ଠୀ ସଙ୍ଘର୍ଷ । ରାଜନୈତିକ ଉଦ୍ଦେଶ୍ୟ ରଖି ଗଣ୍ଡଗୋଳ ହୋଇଥିବା କହିଛନ୍ତି ଗ୍ରାମବାସୀ । ସେଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ତେଣ୍ଟା, ଟାଙ୍ଗିଆରେ ହୋଇଥିଲା ଆକ୍ରମଣ । ଆକ୍ରମଣରେ କାଳିଆ ଭୋଇ ପକ୍ଷରୁ ସୁରେନ୍ଦ୍ର ଭୋଇଙ୍କ ଛାତିରେ ତେଣ୍ଟା ଭୁସିଦେବାରୁ ତାଙ୍କୁ ପ୍ରଥମେ ରେବେଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ପୁରୀ ମେଡିକାଲ ନିଆଯିବା ବେଳେ ବାଟରେ ମୃତ୍ୟୁ ହୋଇଥିଲା । 

ସେପଟେ ସୁରେନ୍ଦ୍ର ଭୋଇଙ୍କ ପରିବାର ପକ୍ଷରୁ ଟାଙ୍ଗିଆରେ କାଳିଆ ଭୋଇକୁ ଆକ୍ରମଣ ଫଳରେ ଘଟଣାସ୍ଥଳରେ ତା'ର ମୃତ୍ୟୁ ହୋଇଛି । ଆଉ ଏହି ଘଟଣା ୩ ଜଣ ମହିଳା ଓ ୪ଜଣ ପୁରୁଷ ଆହତ ହୋଇ ପୁରୀ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି । ରାଜନୈତିକ ଉଦ୍ଧେଶ୍ୟ ରଖି ଏଭଳି ହତ୍ୟାକାଣ୍ଡ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ମୃତକ କାଳିଆଙ୍କ ସମ୍ପର୍କୀୟ ।

ପାଣି ପାଇପ ସଂଯୋଗକୁ ନେଇ ଉଭୟ ପକ୍ଷଙ୍କ ଗୋଷ୍ଠୀ ସଙ୍ଘର୍ଷରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାରେ ୧୭ ଜଣଙ୍କୁ ଅଟକ ରଖାଯାଇଛି । ଗାଁରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଚିକିତ୍ସିତ କରାଯାଉଛି । ଡିମ୍ବିରିଶେଣା ଗାଁର ଶରତ ଭୋଇ ଗାଁ ଦାଣ୍ଡରେ ଥିବା ପାନୀୟ ଜଳ ପାଇପଲାଇନରୁ ନିଜ ଘର ପାଖକୁ ପାଣି ପାଇପ ନେଇଥିଲେ । ସେଠାରୁ ସୁରିଆ ଭୋଇ ନିଜ ଘର ପାଖକୁ ପାଣି ପାଇପ ନେବା ପାଇଁ ଚାହିଁଥିଲେ। ମାତ୍ର ଏହାକୁ ବିରୋଧ କରି ଆସୁଥିଲୋ । 

ରବିବାର ସକାଳେ ଏହି ଘଟଣାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ପୂର୍ବରୁ ମୃତ ସୁରେନ୍ଦ୍ର ଭୋଇ ଓ କାଳିଆ ଭୋଇଙ୍କ ମଧ୍ୟରେ ବିବାଦ ରହିଥିବା ବେଳେ ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ହାତାହାତି ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତଦନ୍ତ ଚାଲିଛି ଯେ କେହି ବି ସମ୍ପୃକ୍ତ ଥିବ ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୁରୀ ସଦର ଏସଡିପିଓ।