• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଆଜିଠୁ ୬ ଦିନ ପର୍ଯ୍ୟନ୍ତ ସମ୍ବଲପୁରରେ ଦ୍ଵିତୀୟ ପର୍ଯାୟ ସଟଡାଉନ୍

ଆଜି ସମ୍ବଲପୁର ଜିଲ୍ଲାରେ ଆଉ ୧୭ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଫଳରେ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିଠୁ ୬ ଦିନ ପର୍ଯ୍ୟନ୍ତ ସମ୍ବଲପୁରରେ ଦ୍ଵିତୀୟ ପର୍ଯାୟ ସଟଡାଉନ୍

ଅଜୟ କୁମାର, ସମ୍ୱଲପୁର: ଆଜିଠାରୁ ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟର ୬ ଦିନିଆ ସଟଡାଉନ୍ ଆରମ୍ଭ ହୋଇଛି । ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ୧୦ ଦିନିଆ ସଟଡାଉନ୍ ଦୁଇଟି ପର୍ଯ୍ୟାୟରେ ଲାଗୁ ହୋଇଛି । ପ୍ରଥମ ପର୍ଯ୍ୟାୟ ଜୁଲାଇ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଜାରି ଥିଲା । ଅନ୍ୟପକ୍ଷେ ଦ୍ଵିତୀୟ ପର୍ଯ୍ୟାୟ କୋହଳ ସଟଡାଉନ ଆଜି ଠାରୁ ଆରମ୍ଭ ହୋଇଛି । ଆଜି ଠାରୁ ଏହି ସଟ ଡାଉନ ଆରମ୍ଭ ହୋଇ ଆସନ୍ତା ୩୧ ତାରିଖ ଯାଏ ଜିଲ୍ଲାରେ ବଳବତ୍ତର ରହିବ ।

ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କୋହଳ କରାଯାଇଥିବା ବେଳେ ବାକି ୧୮ ଘଣ୍ଟା ପୂର୍ବ ଭଳି ସଟଡାଉନ ଜାରି ରହିବ । ଏହି ସମୟରେ ସାଧାରଣ ଯାତାୟାତ ବନ୍ଦ ରହିବ । ଜରୁରୀକାଳୀନ ସ୍ଥିତିକୁ ଏହି ସମସ୍ତ କଟକଣାକୁ ବାଦ ଦିଆଯାଇଛି । ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଆଜି ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକ ଠାରେ ଅଗ୍ନିଶମ ବିଭାଗ ତରଫରୁ ସେନିଟାଇଜେସନ କରାଯାଉଥିବା ବେଳେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା । 

ଆଜି ସମ୍ବଲପୁର ଜିଲ୍ଲାରେ ଆଉ ୧୭ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଫଳରେ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ସାଧାରଣ ଜନତା ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ବାବଦରେ ସମ୍ବଲପୁର ଏସ ପି କୁଅଁର ବିଶାଳ ସିଂ କହିଛନ୍ତି ଯେ, ଚାରି ଆଡ଼େ କୋରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏଥିରୁ ବଞ୍ଚିବାର ଏକ ମାତ୍ର ଉପାୟ ହେଉଛି ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବା । ଏହି ସଟଡାଉନ ସମୟରେ ଜନସାଧାରଣଙ୍କୁ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି ।