ଆରମ୍ଭ ହେଲା ଶ୍ରୀମନ୍ଦିର ଐତିହ୍ୟ କରିଡରର ଉନ୍ନତିକରଣ କାର୍ଯ୍ୟ
Advertisement

ଆରମ୍ଭ ହେଲା ଶ୍ରୀମନ୍ଦିର ଐତିହ୍ୟ କରିଡରର ଉନ୍ନତିକରଣ କାର୍ଯ୍ୟ

ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ ପାଇଁ ଚଳିତ ବର୍ଷ ଜାନୁଆରୀ ୧୬ରେ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ ଶ୍ରୀସେତୁ , ଶ୍ରୀଜଗନ୍ନାଥ ବଲ୍ଲଭ ଯାତ୍ରୀ ସେବା କେନ୍ଦ୍ର , ସ୍ୱର୍ଗଦ୍ୱାର ଶ୍ମଶାନ ଘାଟ ସୌନ୍ଦର୍ଯ୍ୟକରଣ , ଜେଲ ରୋଡରେ ବହୁତଳ ପାର୍କିଂ, ସମୁଦ୍ର ବେଳାଭୂମିରେ ଭେଣ୍ଡିଂ ଜୋନ, ମାର୍କେଟ ଛକରେ ପୌରସଂସ୍ଥା ମାର୍କଟରେ ବହୁମୁଖୀ କଂପ୍ଲେକ୍ସ ଆଦିର ନର୍ମାଣ କାମ ରହିଛି । 

ଫାଇଲ ଫଟୋ

ପୁରୀ: କୋରୋନାକୁ ନେଇ ବନ୍ଦ ରହିଥିବା ଶ୍ରୀମନ୍ଦିର ଐତିହ୍ୟ କରିଡରର ଉନ୍ନତିକରଣ କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଉତ୍ତର ଦ୍ୱାର ପଟେ ଥିବା ଉତ୍ତରପାର୍ଶ୍ୱ ମଠର ବ୍ୟବସାୟିକ ପ୍ରତିଷ୍ଠାନ ପଟୁ ଉଛେଦ ଆରମ୍ଭ ହୋଇଛି । ଜୁନ 5ରେ ସ୍ନାନ ପୁର୍ଣ୍ଣିମା ରହୁଥିବାରୁ ପ୍ରଥମେ ଉଛେଦ ପରେ ତୁରନ୍ତ ଭଗ୍ନାବଶେଷ ସବୁକୁ ଉଠାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ସେପଟେ ଉତ୍ତର ପାର୍ଶ୍ୱ ମଠର ଅଢେଇ ଏକର ଜମିରୁ ୬୦ ଡିସିମିଲ ଜମି ଛାଡି ଆଉ ସବୁକୁ ଉଛେଦ କରାଯାଉଛି  । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଛେଦକୁ ନେଇ କ୍ଷତିପୁରଣ ରହିଥିବା ବେଳେ ତାହା ସଠିକ ଭାବେ ପାଳନ କରାଯାଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମଠର ମଠାଧୀଶ । ସେପଟେ ରାଜ୍ୟ ସେତୁ ନିର୍ମାଣ ନିଗମକୁ ପୁରୀର ଉନ୍ନତିକରଣ କାମ ସହ ଅନେକ ପ୍ରକଳ୍ପର ଦାୟିତ୍ୱ  ଦିଆଯାଇଥିବା ବେଳେ ଧାର୍ଯ୍ୟ ଅବଧିରେ ସମସ୍ତ କାମ ଶେଷ କରାଯିବ ବୋଲି ଓବିସିସିର ଯନ୍ତ୍ରୀ କହିଛନ୍ତି  ।

ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ ପାଇଁ ଚଳିତ ବର୍ଷ ଜାନୁଆରୀ ୧୬ରେ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ ଶ୍ରୀସେତୁ , ଶ୍ରୀଜଗନ୍ନାଥ ବଲ୍ଲଭ ଯାତ୍ରୀ ସେବା କେନ୍ଦ୍ର , ସ୍ୱର୍ଗଦ୍ୱାର ଶ୍ମଶାନ ଘାଟ ସୌନ୍ଦର୍ଯ୍ୟକରଣ , ଜେଲ ରୋଡରେ ବହୁତଳ ପାର୍କିଂ, ସମୁଦ୍ର ବେଳାଭୂମିରେ ଭେଣ୍ଡିଂ ଜୋନ, ମାର୍କେଟ ଛକରେ ପୌରସଂସ୍ଥା ମାର୍କଟରେ ବହୁମୁଖୀ କଂପ୍ଲେକ୍ସ ଆଦିର ନର୍ମାଣ କାମ ରହିଛି । ହେଲେ ତନ୍ମଧ୍ୟରୁ ଶ୍ରୀସେତୁ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା କରାଯାଇଥିବା ବେଳେ ମାର୍କେଟ ଛକରେ ପୌରସଂସ୍ଥା ମାର୍କଟରେ ବହୁମୁଖୀ କଂପ୍ଲେକ୍ସର କାମ ଆରମ୍ଭ ହୋଇଛି । ସ୍ୱର୍ଗଦ୍ୱାର ଶ୍ମଶାନ ଘାଟ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଆରମ୍ଭ ହୋଇଛି । ତେବେ ବାକି ରହିଥିବା ୪ଟି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା କରାଯାଇଥିବା ବେଳେ ପ୍ରକଳ୍ପ ଶେଷର ଅବଧି ଅନୁସାରେ କାର୍ଯ୍ୟ କରାଯାଉଛି  । ସେପଟେ ଶ୍ରୀମନ୍ଦିର ୭୫ମିଟର ଐତିହ୍ୟ କରିଡରର ବିକାଶର ଡିଜାଇନ କରାଯାଇଛି । ଆଉ ତାହାର ଚୁଡାନ୍ତ ଡିଜାଇନ ଆସିବା ପରେ ସେହି ଅନୁସାରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ରାଜ୍ୟ ସେତୁ ନିର୍ମାଣ ନିଗମର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ  ।