ରେଳ ପ୍ରୋଜେକ୍ଟକୁ ନେଇ ଏଭଳି ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ, ଜାଣନ୍ତୁ ବୟାନରେ କଣ ରହିଛି...
Advertisement
Article Detail0/zeeodisha/odisha2314960

ରେଳ ପ୍ରୋଜେକ୍ଟକୁ ନେଇ ଏଭଳି ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ, ଜାଣନ୍ତୁ ବୟାନରେ କଣ ରହିଛି...

ଓଡ଼ିଶାରେ ରେଳ ସ୍ୱପ୍ନକୁ ବର୍ଷ ବର୍ଷ ଧରି ଗୁରୁତ୍ୱ ଦିଆଯାଉ ନଥିଲା। କିନ୍ତୁ ଗତ ୧୦ ବର୍ଷ ଭିତରେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ସମୟରେ ଓଡ଼ିଶାକୁ ୩ ବର୍ଷ ହେଲା ପ୍ରତି ବର୍ଷ ୧୦ ହଜାର କୋଟି ଟଙ୍କାର ଅନୁଦାନ ମିଳୁଛି।

ରେଳ ପ୍ରୋଜେକ୍ଟକୁ ନେଇ ଏଭଳି ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ, ଜାଣନ୍ତୁ ବୟାନରେ କଣ ରହିଛି...

ଭୁବନେଶ୍ବର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପି ସମ୍ବର୍ଦ୍ଧନା ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ରେଲୱେ ବିକାଶର ଭବିଷ୍ୟତ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି ଯେ ରାଜ୍ୟରେ ଦଳର ବିଜୟ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ। ଏହାସହ ଓଡ଼ିଶାବାସୀଙ୍କ ସହଯୋଗ ଓ ସ୍ନେହ ଓ ଶ୍ରଦ୍ଧା ମଧ୍ୟ ମୂଲ୍ୟବାନ। ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ୧୦ବର୍ଷ ତଳେ ଓଡ଼ିଶାକୁ ମାତ୍ର ୮ଶହ କୋଟି ରେଲୱେ ଅନୁଦାନ ମିଳୁଥିଲା। ଓଡ଼ିଶାରେ ରେଳ ସ୍ୱପ୍ନକୁ ବର୍ଷ ବର୍ଷ ଧରି ଗୁରୁତ୍ୱ ଦିଆଯାଉ ନଥିଲା। କିନ୍ତୁ ଗତ ୧୦ ବର୍ଷ ଭିତରେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ସମୟରେ ଓଡ଼ିଶାକୁ ୩ ବର୍ଷ ହେଲା ପ୍ରତି ବର୍ଷ ୧୦ ହଜାର କୋଟି ଟଙ୍କାର ଅନୁଦାନ ମିଳୁଛି। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ବିଜେପିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ସେ କହିଛନ୍ତି ଆଗାମୀ ୫ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗରେ ଓଡ଼ିଶାକୁ ସର୍ବାଧିକ ୧ ଲକ୍ଷ କୋଟ ଟଙ୍କାର ପ୍ରୋଜେକ୍ଟ ଆସିବ, ଓଡ଼ିଶା ଇତିହାସ ରଚିବ। ଏହାସହ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ୨୫ ଜିଲ୍ଲାରୁ ପାଇଁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ। ୧୦ ବର୍ଷ ତଳେ ରଥଯାତ୍ରା ସମୟରେ ପୁରୀକୁ ୮୯ଟି ଟ୍ରେନ ଚାଲୁଥିବାବେଳେ ଏବେ ଏହା ୩୧୫ରେ ପହଞ୍ଚିଛି।

ଅନ୍ୟପଟେ କହିଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୦ ହଜାର ୫୩୬ କୋଟି ଟଙ୍କା ଓଡ଼ିଶାକୁ ମିଳିଛି। ଓଡ଼ିଶାରେ ରେକର୍ଡ ୧ ହଜାର ୮୪୬ କିଲୋମିଟର ନୂଆ ରେଳ ଲାଇନ୍ ତିଆରି ହୋଇଛି। ସଂପୂର୍ଣ୍ଣ ଶ୍ରୀଲଙ୍କାର ରେଳ ନେଟୱର୍କ ହେଉଛି ୧୭ ଶହ କିଲୋମିଟର। ତା’ଠାରୁ ଅଧିକ କିଲୋମିଟରର ରେଳ ଲାଇନ ଓଡ଼ିଶାରେ ଗତ ୧୦ ବର୍ଷ ଭିତରେ ହୋଇଛି। ପୂର୍ବ ସରକାର ସମୟରେ କାମ ଆଗେଇ ପାରୁନଥିଲା। ବିଜେପି ସରକାର ଓଡ଼ିଶାରେ ଆସିଲା। ଓଡ଼ିଶାରେ ଏବେ ନୂଆ ରେକର୍ଡ ହେବ।