ସଞ୍ଜୟ ମହାପାତ୍ର, ପୁରୀ:  ଜନ୍ମବେଦୀରେ ସରିଆସୁଛି ଶ୍ରୀଜିଉଙ୍କ ଲୀଳାଖେଳ । ଆଉ ପାଖେଇ ଆସିଛି ମହାପ୍ରଭୁଙ୍କ ବାହୁଡ଼ା ବେଳ । ରାତି ପାହିଲେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ ଜଗତଠାକୁରଙ୍କ ବାହୁଡ଼ା ଯାତ୍ରା । ଏଥିଲାଗି ରଥ-ପଥ ସବୁ ପ୍ରସ୍ତୁତ ପ୍ରାୟ । କୋଭିଡ୍ କଟକଣା ଭିତରେ ଯାତ୍ରା ହେବାକୁ ଥିବାବେଳେ ରଥଯାତ୍ରା ପରି ବାହୁଡ଼ାରେ ମଧ୍ୟ ୩ ରଥକୁ ଟାଣିବେ ସେବାୟତ । ନୀତିକାନ୍ତିରେ ଯେମିତି ବିଳମ୍ବ କି ବିଶୃଙ୍ଖଳା ନ ହେବ, ସେଥିପାଇଁ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ବଜାୟ ରହିଛି । ଆସନ୍ତାକାଲି ସକାଳ ୮ଟା ସୁଦ୍ଧା ପହଣ୍ଡି ଓ ୧୨ଟା ସୁଦ୍ଧା ରଥ ଟଣା ଲାଗି ପ୍ରସ୍ତୁତ ହୋଇସାରିଛି ସମସ୍ତ ନୀତିନିର୍ଘଣ୍ଟ । ସେପଟେ ଭୋଇ ସେବକମାନେ ତିନି ରଥରେ ବାନ୍ଧି ସାରିଛନ୍ତି ଚାରମାଳ । 


COMMERCIAL BREAK
SCROLL TO CONTINUE READING

ବାହୁଡ଼ା ଯାତ୍ରା ସହ ସୁନାବେଶ (Sunabesa) ଓ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେକୁ ନେଇ ବି ଆଲୋଚନା ନିଷ୍ପତ୍ତି ହୋଇଛି । ତେବେ କୋରୋନା କଟକଣା ମୁତାବକ, ବାହୁଡ଼ା ଯାତ୍ରା (Bahuda Yatra) ରେ ସାମିଲ ହେବାକୁ ଥିବା ଅଧିକାରୀ, ସେବାୟତଙ୍କ ଆରଟିପିସିଆର୍ (RTPCR) ଟେଷ୍ଟ୍ ହୋଇଛି । ସଅଳ ରଥଟଣା ସହ ଶୃଙ୍ଖଳାକୁ ଦିଆଯାଇଛି ବେଶୀ ଗୁରୁତ୍ୱ । 


Also Read: Electric Vehicle କିଣିଲେ ମିଳିବ ବମ୍ପର Subsidy, ହେଲା ଘୋଷଣା ଜାଣନ୍ତୁ ପୁରା ତଥ୍ୟ


ସେପଟେ ବାହୁଡ଼ା ଯାତ୍ରା ପାଇଁ ଜାରି ନୀତିନିର୍ଘଣ୍ଟ ମୁତାବକ,  
ଭୋର୍ ୪ଟାରେ ହେବ ଶ୍ରୀଜିଉମାନଙ୍କ ମଙ୍ଗଳ ଆଳତି.. ସେହିପରି  
ମଇଲମ, ତଡ଼ପଲାଗି, ରୋଷହୋମ – ଭୋର୍ ୪ଟା ୩୦ 
ଅବକାଶ – ୫ଟା 
ଦ୍ବାରପାଳ ପୂଜା ଓ ବେଶ ଶେଷ – ଭୋର୍ ୫ଟା ୩୦
ଗୋପାଳବଲ୍ଲଭ ଓ ସକାଳ ଧୂପରେ ଖେଚୁଡ଼ି ଭୋଗ- ସକାଳ ୭ଟା ୩୦ 
ମଙ୍ଗଳାର୍ପଣ - ୧୧ଟା ୪୫
ବାହୁଡ଼ା ପହଣ୍ଡି ଆରମ୍ଭ– ମଧ୍ୟାହ୍ନ ୧୨ଟା 
ପହଣ୍ଡି ଶେଷ - ଦିନ ୨ଟା ୩୦ 
ଛେରା ପହଁରା – ଦିନ ୨ଟା ୩୦ରୁ ୩ଟା ୩୦
ଚାରମାଳ ଫିଟା ଓ ଘୋଡ଼ା ଯୋଡ଼– ଅପରାହ୍ଣ ୩ଟାରୁ ୪ଟା 
ରଥଟଣା ଆରମ୍ଭ – ଅପରାହ୍ଣ ୪ଟା


Also Read: BharatPe ରେ ଚାକିରି କରନ୍ତୁ, ପାଆନ୍ତୁ BMW ବାଇକ୍ ସହ ଦୁବାଇରେ World Cup ଟୁର୍


ମାତ୍ର ରଥଯାତ୍ରା (Ratha Yatra 2021) ଦିନ ଭଳି ଏ ସମସ୍ତ ନୀତି ସଅଳ କରିବାକୁ ନିଷ୍ପତ୍ତି ହୋଇଛି । ଜାରି ନୀତିନିର୍ଘଣ୍ଟର ଯଥେଷ୍ଟ ଆଗରୁ ଅର୍ଥାତ୍ ସକାଳ ୮ଟା ସୁଦ୍ଧା ପହଣ୍ଡି ସାରି ମଧ୍ୟାହ୍ନ ୧୨ରେ ରଥଟଣା ନୀତି ଆରମ୍ଭ କରିବାକୁ ପ୍ରାୟ ପ୍ରସ୍ତୁତି ହୋଇସାରିଛି । ତେଣୁ ଆଜି ବିଳମ୍ବିତ ରାତ୍ରି ଅର୍ଥାତ୍ ରାତ୍ର ଦୁଇଟା ସୁଦ୍ଧା ମହାପ୍ରଭୁଙ୍କୁ ସେନାପଟ୍ଟା ଲାଗି କରାଯିବ ବୋଲି କହିଛନ୍ତି ଦଇତାପତି ନିଯୋଗ ସଭାପତି।


Also Read: କ'ଣ ଦଳିତଙ୍କୁ ଘୋଡ଼ା ଚଢିବା ମନା? ବରକୁ ପୋଲିସ ଦେଲା ସୁରକ୍ଷା


ରଥଯାତ୍ରା ଭଳି ସମ୍ପୂର୍ଣ୍ଣ କୋରୋନା (Corona) କଟକଣା ମଧ୍ୟରେ ଓ ବିନା ଭକ୍ତରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏଥର ମଧ୍ୟ କେବଳ ସେବାୟତମାନେ ହିଁ ରଥ ଟାଣିବେ। ସେଥିପାଇଁ ସେମାନେ ପୂରା ପ୍ରସ୍ତୁତ ବସିଥିବା ବେଳେ ଖରା କିମ୍ବା ବର୍ଷାର ମୁକାବିଲା ଲାଗି ଅଗ୍ନିଶମ ଟିମ୍ ମହଜୁଦ ରହିବ। ଖରା ହେଲେ ଜଳ ସିଞ୍ଚନ ପାଇଁ ପ୍ରଚୁର ପରିମାଣରେ ପାଣି ଓ ପାନୀୟ ଜଳ ଆଗୁଆ ମହଜୁଦ ରଖାଯାଇଛି । ତେଣୁ ଆଶା ରଥଯାତ୍ରା ପରି ବିନା ବିଶୃଙ୍ଖଳାରେ ବି ସମ୍ପନ୍ନ ହେବ ବାହୁଡ଼ା ଯାତ୍ରା (Bahuda Yatra 2021) ଜଗତଠାକୁରଙ୍କ ବାହୁଡ଼ା ଯାତ୍ରା ।