Electric Vehicle କିଣିଲେ ମିଳିବ ବମ୍ପର Subsidy, ହେଲା ଘୋଷଣା ଜାଣନ୍ତୁ ପୁରା ତଥ୍ୟ
Advertisement

Electric Vehicle କିଣିଲେ ମିଳିବ ବମ୍ପର Subsidy, ହେଲା ଘୋଷଣା ଜାଣନ୍ତୁ ପୁରା ତଥ୍ୟ

ପରିବହନ ବିଭାଗ ଅନୁଯାୟୀ, ଏପ୍ରିଲ ୧, ୨୦୨୧ ରୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ କ୍ରୟ ହୋଇଥିବା ଏବଂ ମାର୍ଚ୍ଚ ୨୦୨୨ ରେ ପଞ୍ଜୀକୃତ ହୋଇଥିବା ସମସ୍ତ ବୈଦ୍ୟୁତିକ ଯାନକୁ ଏହି ରାଶି ପ୍ରଦାନ କରାଯିବ।

Electric Vehicle କିଣିଲେ ମିଳିବ ବମ୍ପର  Subsidy, ହେଲା ଘୋଷଣା ଜାଣନ୍ତୁ ପୁରା ତଥ୍ୟ

ନୂଆଦିଲ୍ଲୀ: ଯଦି ଆପଣ ବି  (Vehicles) କିଣିବାକୁ ପ୍ଲାନ କରୁଛନ୍ତି ତେବେ ଆପଣଙ୍କ ପାଇଁ ତାହେଲେ ଏ   ଖୁସି ଖବର । ସରକାରଙ୍କ ଫେମ୍ ୨ ନୀତି କାର୍ଯ୍ୟକାରୀ ହେବା ପରେ ଆପଣ ଇଲେକ୍ଟ୍ରିକ୍ ଯାନ କିଣିବାରେ ସବସିଡି ପାଇ ପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଗୁଜୁରାଟ, ମହାରାଷ୍ଟ୍ର, ଦିଲ୍ଲୀ ଏବଂ ତେଲେଙ୍ଗାନାରେ ଏହି ସୁବିଧା ଉପଲବ୍ଧ ଥିଲା। କିନ୍ତୁ ବର୍ତ୍ତମାନ ରାଜସ୍ଥାନରେ ମଧ୍ୟ ଏହି ନୂତନ ନୀତି କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ଏଠାରେ ରାଜ୍ୟ ସରକାର ବୈଦ୍ୟୁତିକ ଯାନ କିଣୁଥିବା ଲୋକଙ୍କୁ ସିଧାସଳଖ ସବସିଡି ଦେବେ।

ରାଜସ୍ଥାନ ପରିବହନ ବିଭାଗର ଅନୁସାରେ, (Electric Vehicles Subsidy Update) ସେଠାରେ କ୍ରୟ ଉପରେ ସରକାର SGST ରାଶି ଫେରସ୍ତ କରିବେ ।  ଏହା ଅଧୀନରେ, ସମସ୍ତ ବୈଦୁତିକ ଦୁଇ ଚକିଆ ଏବଂ ତିନି ଚକିଆ ଯାନ ସହିତ ଚାରି ଚକିଆ ବ୍ୟାଟେରୀ ଶକ୍ତି ଅନୁଯାୟୀ ଅନୁଦାନର ପରିମାଣ ପ୍ରଦାନ କରାଯିବ । ପରିବହନ ବିଭାଗ ଅନୁଯାୟୀ, ଏପ୍ରିଲ ୧, ୨୦୨୧ ରୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ କ୍ରୟ ହୋଇଥିବା ଏବଂ ମାର୍ଚ୍ଚ ୨୦୨୨ ରେ ପଞ୍ଜୀକୃତ ହୋଇଥିବା ସମସ୍ତ ବୈଦ୍ୟୁତିକ ଯାନକୁ ଏହି ରାଶି ପ୍ରଦାନ କରାଯିବ।

Also Read: ପାରଳାଖେମୁଣ୍ଡି ACFO ମୃତ୍ୟୁ ମାମଲା; DGP, PCCFଙ୍କୁ ଭେଟିଲେ ସୌମ୍ୟଙ୍କ ବାପା, ସନ୍ଦେହ ଘେରରେ IIC ମମତା ପଣ୍ଡା
  
ରାଜସ୍ଥାନ ପରିବହନ ବିଭାଗ ଅନୁସାରେ, ବୈଦୁତିକ ଯାନ କ୍ରୟ କରିବାରେ କମ ସବସିଡି ୫ ହଜାର ଟଙ୍କା ମିଳିଥାଏ,ଯାହା 2kwh ପର୍ଯ୍ୟନ୍ତ ଟୁ-ହ୍ୱିଲର ରେ ମିଳିବ  । ସେହିପରି 5 kWH ପର୍ଯ୍ୟନ୍ତ ଯାନ ସରକାରଙ୍କ ପକ୍ଷରୁ ୨୦ ହଜାର  ଟଙ୍କାର ସବସିଡି ଦିଆଯାଇପାରିବ । ଏହା ଦ୍ୱାରା ଆପଣଙ୍କୁ ସରକାରଙ୍କ ପକ୍ଷରୁ ଭଲ ଦାମରେ ରିହାତି ମିଳିପାରିବ ।

Also Read: GST ପରିସରରେ ଆସିବ କି ପେଟ୍ରୋଲ-ଡିଜେଲ? ସରକାର ଲୋକସଭାରେ ଦେଲେ ଏହି ଜବାବ

ଦିଲ୍ଲୀରେ ବୈଦୁତିକ ବାଇକରେ ପୁରା ଦେଶରେ ଅଧିକ ସବସିଡି ମିଳିଥାଏ । ଏହି ସବସିଡିରେ ଆପଣଙ୍କୁ ୧ ଲକ୍ଷ ୫୦ ଟଙ୍କା ଫାଇଦା ହୋଇପାରିବ । ତେବେ ଏଥିପାଇଁ ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି ତା ହେଲେ ବୈଦୁତିକ ଯାନ ବାହାନ କିଣିବାରେ ଆପଣଙ୍କୁ ବହୁତ ଭଲ ମଉକା ଅଛି ।