BharatPe ରେ ଚାକିରି କରନ୍ତୁ, ପାଆନ୍ତୁ BMW ବାଇକ୍ ସହ ଦୁବାଇରେ World Cup ଟୁର୍
Advertisement
Article Detail0/zeeodisha/odisha945843

BharatPe ରେ ଚାକିରି କରନ୍ତୁ, ପାଆନ୍ତୁ BMW ବାଇକ୍ ସହ ଦୁବାଇରେ World Cup ଟୁର୍

ବାଇକ ପ୍ୟାକେଜ୍ ରେ ୫ଟି ସୁପର ବାଇକ ର ବିକଳ୍ପ ଥିବା ବେଳେ ସେଥିମଧ୍ୟରେ ଅଛି BMW G310R, JAWA Perak, KTM Duke 390, KTM RC 390 ଓ ରୟାଲ ଏନଫିଲ୍ଡ Himalayan ରହିଛି ।

BharatPe ରେ ଚାକିରି କରନ୍ତୁ, ପାଆନ୍ତୁ BMW ବାଇକ୍ ସହ ଦୁବାଇରେ World Cup ଟୁର୍

ଭାରତର ପଏଣ୍ଟ ଅଫ୍ ସେଲ୍ ଅର୍ଥାତ୍ POS ବର୍ଗର ତୃତୀୟ ବୃହତ୍ତମ କମ୍ପାନୀ BharatPe ଏହାର ନୂତନ କର୍ମଚାରୀଙ୍କ ପାଇଁ ବମ୍ପର ଜଏନିଂ ପର୍କ ଘୋଷଣା କରିଛି । ଏହା ଅଧୀନରେ BMW ବାଇକ୍, Apple iPad Pro, Samsung Galaxy Watch ବ୍ୟତୀତ ନଭେମ୍ବରରେ ଆୟୋଜିତ ICC Men’s T20 ବିଶ୍ୱକପ୍‌ରେ ନୂତନ କର୍ମଚାରୀଙ୍କୁ ଦୁବାଇ ଟୁର୍‌ରେ ନିଆଯିବ।

BharatPe ନିଜର ସମ୍ପ୍ରସାରଣ କ୍ଷେତ୍ରରେ ଆଗାମୀ ଦିନ ମାନଙ୍କରେ କଞ୍ଜ୍ୟୁମର ଲିଡିଂ କ୍ଷେତ୍ରରେ କିଛି ନୂଆ ପ୍ରଡକ୍ଟ ଲଞ୍ଚ କରିବାକୁ ଯାଉଛି।  ଏଥିପାଇଁ ସେ ନିଜର ଟିମକୁ ସମ୍ପ୍ରସାରିତ କରିବାକୁ ଯାଉଛି। କମ୍ପାନୀର କହିବାନୁସାରେ, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନୀକୁ ନିଜ ଟିମ୍ କୁ ତିନିଗୁଣା ବୃଦ୍ଧି କରିବାକୁ ପଡ଼ିବ। ଏଥିପାଇଁ କମ୍ପାନୀ ଏହାର ମୂଳ ଦଳରେ ୧୦୦ ନୂତନ ଲୋକଙ୍କୁ ଅନ୍ତର୍ଭୁକ୍ତ କରିବ । ତେଣୁ ଏହାକୁ ନଜରରେ ରଖି କମ୍ପାନୀ ଏକ ଜବରଦସ୍ତ ଅଫର ଉପସ୍ଥାପନ କରିଛି ।

Also Read: ସଭାପତି ନିଯୁକ୍ତି ପରେ ଥମୁନି ବିବାଦ; ପାରବାରିକ ରାଜନୀତିରେ ବଳିପଡିଲେ କି ମୁଖ୍ୟମନ୍ତ୍ରୀ?

ଇଣ୍ଡଷ୍ଟ୍ରିର ବେଷ୍ଟ ଟ୍ୟାଲେଣ୍ଟକୁ ଆକର୍ଷିତ କରିବାକୁ କମ୍ପାନୀ ସାନଦାର ଅଫର ଦେଉଛି । ଏଥିରେ ଦୁଇଟି ମୁଖ୍ୟ ପ୍ୟାକେଜ ରଖାଯାଇଛି । ଗୋଟିଏ ହେଉଛି (Bike Package) ଓ ଅନ୍ୟଟି ହେଉଛି (Gadget Packag) । ବାଇକ ପ୍ୟାକେଜ୍ ରେ ୫ଟି ସୁପର ବାଇକ ର ବିକଳ୍ପ ଥିବା ବେଳେ ସେଥିମଧ୍ୟରେ ଅଛି BMW G310R, JAWA Perak, KTM Duke 390, KTM RC 390 ଓ ରୟାଲ ଏନଫିଲ୍ଡ Himalayan ରହିଛି ।

Also Read: PC ଙ୍କୁ ସବୁଠାରୁ ମହଙ୍ଗା ମଦ Gift କଲେ ସ୍ୱାମୀ ନିକ୍, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସେହିପରି ଗ୍ୟାଜେଟ୍ ପ୍ୟାକେଜରେ କମ୍ପାନୀ  Apple iPad Pro (with Pencil), Bose ହେଡଫୋନ, ହର୍ମନ କାର୍ଡନ ସ୍ପିକର୍ସ, ସାମସଙ୍ଗ ଗାଲାକ୍ସି ଘଣ୍ଚା, WFH ଡେସ୍କ ଆଣ୍ଡ ଚେୟାର ସାଇକିଲିଂ ପାଇଁ Firefox Typhoon 27.5 D ସାଇକେଲ ଅଫର କରିବାକୁ ଯାଉଛି । କେବଳ ଏତିକି ନୁହେଁ, ଚଳିତ ବର୍ଷ ଅକ୍ଟୋବର ରେ ଦୁବାଇରେ  ICC Men’s T20 World Cup ର ଆରମ୍ଭ ହେବାକୁ ଯାଉଛି । କମ୍ପାନୀ ତରଫରୁ ନିଜ ଟିମର ସବୁ ସଦସ୍ୟଙ୍କୁ ମ୍ୟାଚ ଦେଖିବାକୁ ଦୁବାଇ ବି ବୁଲେଇ ନେବାର ଅଫର ଦେଇଛି ।

Also Read: କେମିତି ଜାଣିବେ ଆପଣଙ୍କ Phone ହ୍ୟାକ୍ ହୋଇଛି ନା ନାହିଁ ?

ସୂଚନାଯୋଗ୍ୟ ଯେ ଚଳିତ ଆର୍ଥିକ ବର୍ଷ ପାଇଁ କମ୍ପାନୀ ମାସ ପୂର୍ବରୁ ହିଁ ଏହାର Appriasal ଘୋଷଣା କରିଛି । ଯେଉଁ Appriasal ୨୦୨୨ ମସିହାରେ ପ୍ରାପ୍ତ ହେବା କଥା ତାହା ଏବେଠୁ ହିଁ କମ୍ପାନୀ ଦେବାରେ ସମର୍ଥ ହୋଇଛି । ସେପଟେ ଏହି  Appriasal ନିୟମ ୧ ଜୁଲାଇ ୨୦୨୧ ରୁ ହିଁ କାର୍ଯ୍ୟକାରୀ କରାଯାଇଛି । ଯାହାର ମୂଲ୍ୟାଙ୍କନ ଦୁଇ ଭାଗରେ ବିଭକ୍ତ କରାଯାଇଛି।