COMMERCIAL BREAK
SCROLL TO CONTINUE READING

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ମାମଲାରେ ଚାରି ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଆସନ୍ତା ୨୨ ତାରିଖ ସକାଳ ୭ଟାରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ଏନେଇ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ବସିଲାଣି। ସେପଟେ ଜେଲର ଚାରି କାନ୍ଥ ମଧ୍ୟରେ ବସି ମୃତ୍ୟୁର ଦିନ ଗଣୁଛନ୍ତି ୪ ନିର୍ଭୟା ଦୋଷୀ। ତେବେ କ୍ଷଣିକ ସୁଖରେ ବାଟବଣା ହୋଇଥିବା ଏହି ଅଭିଯୁକ୍ତମାନେ ଏବେ ଘୋର ଅନୁତପ୍ତ। ସେଥିପାଇଁ ସେମାନେ ମୃତ୍ୟୁର ବର୍ତ୍ତିବା ପାଇଁ ବିଭିନ୍ନ ନ୍ୟାୟିକ ବ୍ୟବସ୍ଥାକୁ ଆପଣେଇବାର ବ୍ୟବସ୍ଥା କରୁଛନ୍ତି।  


ଶେଷ ସମୟରେ ସେମାନେ ନିଜର ନିକଟତମ ସମ୍ପର୍କୀୟ ତଥା ବନ୍ଧୁ, ସାଙ୍ଗମାନଙ୍କୁ ମଧ୍ୟ ଦେଖା କରିବାକୁ ମଧ୍ୟ ବ୍ୟଗ୍ର ପ୍ରକାଶ କରୁଛନ୍ତି। ସେମାନଙ୍କୁ ଅନ୍ତିମ ସମୟରେ ଏହି ସୁବିଧା ଯୋଗାଇ ଦେବାକୁ ମଧ୍ୟ ଜେଲ କର୍ତ୍ତୃପକ୍ଷ କଡ଼ା ବନ୍ଦୋବସ୍ତ କରାଇଦେଇଛନ୍ତି। ଦେଖା କରିବା ପାଇଁ ଅନୁମତି ମଧ୍ୟ ପ୍ରଦାନ କରୁଛନ୍ତି। ଏହି କ୍ରମରେ ଶନିବାର ଅଭିଯୁକ୍ତ ମୁକେଶଙ୍କ ମା ପୁଅକୁ ଭେଟିବାକୁ ଜେଲରେ ପହଞ୍ଚିଥିଲେ। ଜେଲ କର୍ତ୍ତୃପକ୍ଷ ମଧ୍ୟ ତାଙ୍କୁ ଭେଟିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଉଭୟ ମା ଓ ପୁଅଙ୍କ ମିଳନ ସମୟ ଅତ୍ୟନ୍ତ ଭାବବିହ୍ୱଳ ଥିଲା ବୋଲି ତିହାର ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ସେପଟେ କେବଳ ମୁକେଶଙ୍କ ମା ଜେଲ ଆସିଥିବା ବେଳେ ଅନ୍ୟ କୌଣସି ଅଭିଯୁକ୍ତଙ୍କ ପରିବାର ସଦସ୍ୟ ଆସିନଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛି।  


ଆହୁରି ପଢନ୍ତୁ: ଦେଶର ଏହି ସହର ଗୁଡ଼ିକରେ ବୈଠକ କରୁଥିଲା ISIS


ତିହାର ଜେଲ ଦେଇଥିବା ସୂଚନା ମୁତାବକ କୋର୍ଟରୁ ଡେଥ ଓ୍ୱାରେଣ୍ଟ ଜାରି ହେବା ପରେ ଜେଲ କର୍ତ୍ତୃପକ୍ଷ ଏହାର ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ। ଦୋଷୀମାନଙ୍କୁ ବିଭିନ୍ନ ସେଲରେ ମଧ୍ୟ ରଖାଯାଇଛି। ଉତ୍ତରପ୍ରଦେଶରୁ ଦୁଇ ଜଣ ଜଲ୍ଲାଦଙ୍କୁ ମଧ୍ୟ ଡକାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ପବନ ଜଲ୍ଲାଦ ରହିଥିବା ବେଳେ ଅନ୍ୟଜଣଙ୍କୁ ପଠାଇବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ଅନୁରୋଧ କରାଯାଇଛି।   ସମସ୍ତ ଅଭିଯୁକ୍ତଙ୍କୁ ବର୍ତ୍ତମାନ ସାଧାରଣ ଖାଦ୍ୟ ଦିଆଯାଉଛି। ଏହା ସହିତ ନିଜର ସମ୍ପତ୍ତି କାହା ନାମରେ କରିବାକୁ ଯଦି କେହି ଚାହୁଁଛ ତେବେ ଏନେଇ ସୂଚନା ଦେବାକୁ ମଧ୍ୟ ଅଭିଯୁକ୍ତମାନଙ୍କୁ କୁହାଯାଇଛି। ମାତ୍ର ଏନେଇ ସେମାନଙ୍କ ନିକଟରୁ କୌଣସି ସୂଚନା ମିଳିନଥିବା କୁହାଯାଇଛି।  


ଆହୁରି ପଢନ୍ତୁ: ଯୁଦ୍ଧର ଛାୟା ତଳେ ଇରାନର ଅମାନବୀୟ ଭୁଲ...


ସେପଟେ ଅଭିଯୁକ୍ତ ଦୋଷୀ ବିନୟ ଏବଂ ମୁକେଶ କ୍ୟୁରେଟିଭ ପିଟିସନ ମଧ୍ୟ ଦାଖଲ କରାଯାଇଛି। ସେମାନଙ୍କ ଏହି କ୍ୟୁରେଟିଭ ପିଟିସନର ଶୁଣାଣି ଆସନ୍ତା ୧୪ ତାରିଖ ଦିନ ହେବ ବୋଲି ଜଣାପଡ଼ିଛି। ଏହି ପିଟିସନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ବରିଷ୍ଠ ବିଚାରପତି ଜଷ୍ଟିସ ରମନ୍ନା,। ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ନରୀମନ, ଜଷ୍ଟିସ ଭାନୁମତି ଏବଂ ଜଷ୍ଟିସ ଅଶୋକ ଭୁଷଣଙ୍କୁ ନେଇ ଏକ ଖଣ୍ଡପୀଠ ଗଠନ କରାଯାଇଛି। ଏହି ଖଣ୍ଡପୀଠ କ୍ୟୁରେଟିଭ ପିଟିସନର ଶୁଣାଣି କରିଛନ୍ତି।  


ଆହୁରି ପଢନ୍ତୁ: ମସ୍‌ଜିଦରେ ବିସ୍ଫୋରଣ: ୧୫ ନିହତ


ସୂଚନାଯୋଗ୍ୟ ରାଜକ୍ଷମା ଯାଚିକା ଏବଂ ପୁନଃବିଚାର ଯାଚିକା ଖାରଜ ହେବା ପରେ ହିଁ ଜଣେ ଅଭିଯୁକ୍ତ କ୍ୟୁରେଟିଭ ପିଟିସନ ମାମଲା ରୁଜୁ କରାଯାଇଥାଏ। ନିର୍ଭୟା ମାମଲାରୁ ଶୁଣାଣି କରି ଗତ ମଙ୍ଗଳବାର ୭ ତାରିଖରେ ପଟିଆଲା ହାଉସ ଅଭିଯୁକ୍ତଙ୍କ ବିରୋଧରେ ଡେଥ ଓ୍ୱାରେଣ୍ଟ ଜାରି କରିଥିଲେ। ଆସନ୍ତା ୨୨ ତାରିଖ ସକାଳ ୭ଟାରେରେ ସେମାନଙ୍କୁ ଫାଶି ଦେବା ପାଇଁ ସମୟ ଧାର୍ଯ୍ୟ କରିଥିଲେ। ଏନେଇ ତିହାର ଜେଲର ୩ ନମ୍ବର କୋଠରୀରେ ଫାଶୀ ପାଇଁ ବନ୍ଦୋବସ୍ତ କରାଯାଇଥିଲା ଜଣାପଡ଼ିଛି।