କ୍ୟୁ କରି ଦୋଷୀ ଦାଖଲ କରୁଛନ୍ତି କ୍ୟୁରେଟିଭ ପିଟିସନ !
Trending Photos
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲା । ଡ଼େଥ ୱାରେଣ୍ଟ ଜାରି ହେବା ପରେ ସତେ ଯେମିତି ଦୋଷୀଙ୍କ ନିଦ ହଜିଯାଇଛି । ତିହାରରେ କେମିତି ଦିନ ବିତୁଛି, ଜେଲ କର୍ତ୍ତୃପକ୍ଷଙ୍କୁ ହିଁ ଜଣା । ତେବେ ଦୋଷୀ ବିନୟ ଶର୍ମାଙ୍କ ପରେ ମୁକେଶ ସିଂହ ମଧ୍ୟ ବଞ୍ଚିବା ପାଇଁ ଶେଷ ପ୍ରୟାସ କରିଛି । କୋର୍ଟରେ ଦାଖଲ ହୋଇଛି କ୍ୟୁରୋଟିଭ ପିଟିସନ ।
କ୍ୟୁରେଟିଭ ପିଟିସନ ସେତେବେଳେ ଦାଖଲ ହୁଏ, ଯେତେବେଳେ ଦୋଷୀଙ୍କ ପକ୍ଷରୁ ଦାଖଲ ହୋଇଥିବା ରିଭ୍ୟୁ ପିଟିସନ ଏବଂ ରାଷ୍ଟ୍ରପତିଙ୍କ ପାଖରେ ଆବେଦନ କରାଯାଇଥିବା ରାଜକ୍ଷମା ଖାରଜ ହୋଇଥାଏ । ଗତ ୭ ଜାନୁଆରୀରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ୪ ଦୋଷୀଙ୍କ ପାଇଁ ଡେଥ ୱାରେଣ୍ଟ ଜାରି କରିଥିଲେ । ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି ।
କ୍ୟୁରେଟିଭ ପିଟିସନ କ'ଣ ?
ମୃତ୍ୟୁଦଣ୍ଡାଦେଶ ପାଇଥିବା ଦୋଷୀ ଫାଶୀରୁ ବଞ୍ଚିବା ଲାଗି ତା ନିକଟରେ ଦୁଇଟି ବିକଳ୍ପ ରହିଥାଏ । ପ୍ରଥମ ବିକଳ୍ପ ହେଉଛି ରାଜକ୍ଷମା । ଏଥିରେ ଦୋଷୀ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ପାଇଁ ଆବେଦନ କରିପାରିବେ । ଏହି ରାଜକ୍ଷମା ଉପରେ ରାଷ୍ଟ୍ରପତି ଅନୁଚ୍ଛେଦ-୭୨ ଅନୁସାରେ ଶୁଣାଣି କରିଥାନ୍ତି । ଦ୍ଵିତୀୟରେ ପୁନର୍ବିଚାର ଆବେଦନ । ପୁନର୍ବିଚାର ଆବେଦନ ଉପରେ ରାୟ ଶୁଣାଇଥାନ୍ତି ସୁପ୍ରିମକୋର୍ଟ । ଏହି ଦୁଇ ଆବେଦନ ଖାରଜ ହୋଇଗଲେ ଦୋଷୀ କ୍ୟୁରେଟିଭ ପିଟିସନ ଆବେଦନ କରିପାରିବେ।
ଆହୁରି ପଢ଼ନ୍ତୁ; ନିର୍ଭୟା ଦୋଷୀ କରିବେ ଅଙ୍ଗଦାନ !
କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ଆଗତ କରାଯାଇଥାଏ । ସୁପ୍ରିମକୋର୍ଟ ଶୁଣାଣି କରିଥିବା ରାୟକୁ କମ କରିବା ଲାଗି ଏହି ଆବେଦନ କରାଯାଇଥାଏ ଅର୍ଥାତ ଫାଶୀ ନ ଦେଇ ଆଜୀବନ କାରାଦଣ୍ଡ ଦେବା ଲାଗି ଆବେଦନ କରିଥାନ୍ତି । ନ୍ୟାୟ ବ୍ୟବସ୍ଥାର ଯେପରି କୌଣସି ଦୂରୁପଯୋଗ ନହୁଏ ସେ ଲାଗି ଏହି ବିକଳ୍ପ ରହିଛି । ଏହି ପିଟିସନକୁ କୋର୍ଟର ୩ ବରିଷ୍ଠ ବିଚାରପତି ଶୁଣାଣି କରିଥାନ୍ତି । ଏହି ନିଷ୍ପତ୍ତି ଶେଷ ଫଇସଲା ହୋଇଥାଏ ।
ଆହୁରି ପଢ଼ନ୍ତୁ; କଥା କଥାରେ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନ ଶୁଣାଇଲା 'ଦିବ୍ୟଜ୍ଞାନ'