ପୋଲିସ ଅଧିକାରୀଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଛି
Trending Photos
କରାଚି: ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ରାଜଧାନୀ କ୍ୱେଟାସ୍ଥିତ ଏକ ମସ୍ଜିଦରେ ଶୁକ୍ରବାର ବିସ୍ଫୋରଣ ଘଟି ୧୫ ଜଣଙ୍କ ମୃତ୍ୟୁ ହେବା ସହ ୨୦ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବରିଷ୍ଠ ପୋଲିସ ଅଧିକାରୀ( ଡି ଏସ ପି ) ଆମନୁଲା ଅଛନ୍ତି ।
ଖବର ମୁତାବକ, ପୋଲିସ ଅଧିକାରୀଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଛି । ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ବିସ୍ଫୋରଣ ପରେ ସହରର ସମସ୍ତ ହସ୍ପିଟାଲରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି । ତିନିଦିନ ପୂର୍ବରୁ ଏହି ସହରରେ ଅନ୍ୟ ଏକ ବିସ୍ଫୋରଣରେ ୨ ଜଣ ପ୍ରାଣ ହରାଇଥିଲେ ।