ଅଦା-ରସୁଣ ମଧ୍ୟରେ ଫରକ ଜାଣିପାରିଲେ ନାହିଁ ପାକିସ୍ତାନ ମନ୍ତ୍ରୀ, ନିଜେ କଲେ ନିଜର ଅପମାନ
ସାମ୍ବାଦିକ ସମ୍ମିଳନୀ କରିବା ବେଳେ ରସୁଣ-ଅଦା ମଧ୍ୟରେ ପାର୍ଥକ୍ୟ ଜାଣି ପାରିଲେ ନାହିଁ ପାକିସ୍ତାନ ମନ୍ତ୍ରୀ।
ଇସଲାମାବାଦ: ବିଭିନ୍ନ ସମୟରେ ବିଭିନ୍ନ କାରନାମାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ପାକିସ୍ତାନର ମନ୍ତ୍ରୀ। ଗଣମାଧ୍ୟମ ଅଥବା ସୋସିଆଲ ମିଡିଆ ସାମ୍ନାରେ ଏପରି କିଛି କାରନାମା କରିଥାନ୍ତି ଯାହା ଲୋକଙ୍କ ହସର ଖୋରାକ ଯୋଗାଇଥାଏ। ସଦ୍ୟ ଏହି ତାଲିକାରେ ଯୋଡି ହୋଇଛନ୍ତି ପାକିସ୍ତାନର ସୂଚନା ଓ ପ୍ରସାରଣ ଫୱାଦ ଚୌଧୁରୀ।
ବିଭିନ୍ନ ସମୟରେ ଅଜବ ଧରଣର ବୟାନବାଜି କରି ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ (Pakistan Minister Fawad Chaudhry) କେତେ ଶିକ୍ଷିତ ଆଉ କେତେ ଜ୍ଞାନୀ ତାହା ନିଜେ ସେ ଗଣମାଧ୍ୟମ ସାମ୍ନାରେ ପ୍ରମାଣ କରି ଦେଖାଇଛନ୍ତି। ଦେଶରେ ବଢି ଚାଲିଥିବା ମୁଦ୍ରାସ୍ଫୀତି ଉପରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ଏଭଳି ପାକିସ୍ତାନୀ ନେତା ଯେଉଁ ଜ୍ଞାନ ପ୍ରଦର୍ଶନ କରିଥିଲେ ତାହା ହସର ଖୋରାକ ସୃଷ୍ଟି କରିଥିଲା। ମନ୍ତ୍ରୀ ରସୁଣକୁ (Garlic) ଅଦା (Ginjer) ବୋଲି କହି ଦେଇଥିଲେ। ସାମ୍ବାଦିକ ସମ୍ମିଳନୀ ଶେଷ ହେବା ପର୍ଯ୍ୟନ୍ତ ସେ ନିଜର ଜ୍ଞାନ ଉପରେ କାଏମ ରହିଥିଲେ।
Also Read: ଦରଦାମ ବୃଦ୍ଧି ଭାଙ୍ଗିଦେଇଛି ଆର୍ଥିକ ମେରୁଦଣ୍ଡ; ମନ୍ତ୍ରୀ କହିଲେ କମ ଖାଆନ୍ତୁ ଲୋକେ
ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ଏହି ଜ୍ଞାନର ଏକ ଭିଡିଓ ସୋସିଆଲ ମିଡିଆ ମାଧ୍ୟରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦର୍ଶାଯାଇଛି ଯେ ମୁଦ୍ରାସ୍ଫୀତି ଉପରେ ମନ୍ତ୍ରୀ ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ମୂଲ୍ୟ ହ୍ରାସ ବିଷୟରେ ସେ କହିବା ବେଳେ ରସୁଣର ଅର୍ଥ ଅଦା ବୋଲି କହି ଦେଇଥିଲେ। ଯଦିଓ ଲୋକ ତାଙ୍କୁ ତାଙ୍କ ଭୁଲ୍ ବୁଝାଇବାକୁ ଚେଷ୍ଟା କରିଥିଲେ ହେଲେ ମନ୍ତ୍ରୀ ତାଙ୍କ ଆଭିମୁଖ୍ୟରେ ଦୃଢ ରହିଥିଲେ। ଏନେଇ ସେ ଦୋହରାଇ କହିଛନ୍ତି ରସୁଣର ଅର୍ଥ କେବଳ ଅଦା।
Also Read: Campaign କରିବାକୁ ଯାଇ ଫସିଗଲେ ନେତା; ଲୋକେ ଫିଙ୍ଗିଲେ ଅଣ୍ଡା ସହ ପଥର
Garlic ଶବ୍ଦର ଅର୍ଥ ରସୁଣ ହୋଇଥିବା ବେଳେ Ginjer ଶବ୍ଦର ଅର୍ଥ ହେଉଛି ଅଦା। କିଛି ଲୋକ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କ ବିବୃତ୍ତିକୁ ସମର୍ଥନ କରି କହିଥିଲେ ଯେ ରସୁଣ ଏବଂ ଅଦାକୁ ନେଇ ହିନ୍ଦୀ ଭାଷାରେ କହିବା ବେଳେ ଭୁଲ ହୋଇଯାଇଥାଏ। ନିଜର ଏଭଳି ଜ୍ଞାନ ପାଇଁ ଲୋକଙ୍କ ଦ୍ୱାରା ଟ୍ରୋଲ ହୋଇଛନ୍ତି ପାକିସ୍ତାନ ମନ୍ତ୍ରୀ। ଏନେଇ ଜଣେ ୟୁଜର ଲେଖିଛନ୍ତି ସେ ହେଉଛନ୍ତି ପାକିସ୍ତାନର ଆଇନଷ୍ଟାଇନ। କଙ୍ଗନା ରାଣାୱତଙ୍କ ଅଭିନୀତ 'ତନୁ ୱେଡସ୍ ମନୁ ରିଟର୍ନସ' ଫିଲ୍ମର ସେହି ସଂଳାପକୁ ସେୟାର କରିଛନ୍ତି, ଯେଉଁଥିରେ କଙ୍ଗନା କହୁଛନ୍ତି ଏହି ମଣି ଅଦା ପାଲଟି ଯାଇଛି ଯେକୌଣସି ସ୍ଥାନରେ ଏହାର ମୀଲ୍ୟ ବୃଦ୍ଧି ପାଉଛି।
Also Read: ଚର୍ଚ୍ଚାରେ ପାକିସ୍ତାନ ମନ୍ତ୍ରୀ; କାରନାମା ଶୁଣିଲେ ଉଡିଯିବ ହୋସ
ଆତଙ୍କବାଦ ବଢିବା ପ୍ରସଙ୍ଗରେ ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ଦେଶରେ ଅବସ୍ଥିତ ଥିବା ସ୍କୁଲ କଲେଜ ଉଦ୍ଦେଶ୍ୟରେ ଟାର୍ଗେଟ କରିଥିଲେ। ଏନେଇ ସେ କହିଥିଲେ ଯେ ଦେଶର ବିଦ୍ରୋହ ପାଇଁ ଏହା ମଦ୍ରାସା ନୁହେଁ ୧୯୮୦ ଏବଂ ୧୯୯୦ ଦଶକରେ ସ୍କୁଲ କଲେଜ ଭଳି ଶିକ୍ଷାନୁଷ୍ଠାନରେ ନିଯୁକ୍ତ ହୋଇଥିବା ଶିକ୍ଷକ ଦାୟୀ। ଦେଶ ପାଇଁ ସବୁଠାରୁ ବଡ ବିପଦ କୌଣସି ବିଦେଶୀ ଶକ୍ତି ନୁହେଁ ବରଂ ନିଜ ଠାରୁ ରହିଛି ବୋଲି କହିଥିଲେ ସେ।