ଦର ବୃଦ୍ଧିକୁ ନେଇ ପାକିସ୍ତାନୀ ଜନତାଙ୍କ ମନରେ ସୃଷ୍ଟି ହୋଇଥିବା ଆର୍ଥିକ କ୍ଷତରେ ମଲମ ଲଗାଇବା ପରିବର୍ତ୍ତେ ସରକାର ଏହା ଉପରେ ଲୁଣ ଛିଞ୍ଚିବାକୁ ଚେଷ୍ଟା କରିଛନ୍ତି।
Trending Photos
ନୂଆଦିଲ୍ଲୀ: ପାକିସ୍ତାନରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କ ତଥା ସରକାରଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି। ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହେଉଛି। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ସରକାର ବିରୋଧି ଅସନ୍ତୋଷ ବଢିବାରେ ଲାଗିଛି। ଦର ବୃଦ୍ଧିକୁ ନେଇ ପାକିସ୍ତାନୀ ଜନତାଙ୍କ ମନରେ ସୃଷ୍ଟି ହୋଇଥିବା ଆର୍ଥିକ କ୍ଷତରେ ମଲମ ଲଗାଇବା ପରିବର୍ତ୍ତେ ସରକାର ଏହା ଉପରେ ଲୁଣ ଛିଞ୍ଚିବାକୁ ଚେଷ୍ଟା କରିଛନ୍ତି।
ନିକଟରେ ପାକିସ୍ତାନ ସରକାରଙ୍କ (Pakistan Govt) ଗିଲଗିଟ-ବାଲ୍ଟିସ୍ତାନ ବ୍ୟାପାର ମନ୍ତ୍ରୀ (Gilgit-Baltistan Affairs Minister) ଅମିନ ଗଣ୍ଡାପୁର ଦେଶରେ ବୃଦ୍ଧି ପାଉଥିବା ଦରଦାମକୁ ନେଇ ଏପରି ଏକ ବିବୃତ୍ତି ଦେଇଛନ୍ତି ଯାହାକୁ ନେଇ ଅସନ୍ତୁଷ୍ଟ ଦେଶବାସୀ। ନିକଟରେ ଏକ ଜନସଭାକୁ ସମ୍ବୋଧିତ କରି କମ୍ ଖାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ମନ୍ତ୍ରୀ। ଏନେଇ ସେ କହିଛନ୍ତି ଆମେ ଦେଶ ପାଇଁ ଏତେ ବଳିଦାନ ଦେଇ ପାରିବୁ ନାହିଁ। ଯଦି ମୁଁ ମୋ ଚାହାରେ ୧୦୦ ଦାନା ଚିନି ପକାଇବା ବଦଳରେ ଯଦି ୯ ଦାନା କମ୍ କରିଦିଏ ତାହେଲେ ମୋ ଚା କମ୍ ମିଠା ଲାଗିବକି? ଯଦି ମୁଁ ୧୦୦ ଥର ଚୋବାଇ ଖିଆଯାଉଥିବା ରୁଟିରୁ ୯ ଥର ଚୋବାଇ ଖାଇ ପାରିବି ନାହିଁ କି?
Also Read: Campaign କରିବାକୁ ଯାଇ ଫସିଗଲେ ନେତା; ଲୋକେ ଫିଙ୍ଗିଲେ ଅଣ୍ଡା ସହ ପଥର
ମନ୍ତ୍ରୀ ଆହୁରି କହିଛନ୍ତି ଯେ ଯଦି ୯ ପ୍ରତିଶତ ମୁଦ୍ରାସ୍ଫୀତି ରହିଛି ତାହେଲେ ମୁଁ ମୋ ସମ୍ପ୍ରଦାୟ, ମୋ ପିଲାଙ୍କ ପାଇଁ ଏତିକି ବଳିଦାନ ଦେଇ ପାରିବି ନାହିଁ। ପାକିସ୍ତାନର ସ୍ୱାଧିନତା ତଥା ଆମ ପିଲାଙ୍କୁ ଦାସତ୍ୱରୁ ରକ୍ଷା କରିବା ପାଇଁ ଆମକୁ ବଳିଦାନ ଦେବାକୁ ହେବ। ବର୍ତ୍ତମାନ ଆପଣ ଏହି ନିଷ୍ପତ୍ତି ନେବାକୁ ପଡିବ। ଗତ ବୁଧାବାର ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କରିବା ଅବସରରେ ଗତ ବୁଧବାର ଏହି ବୟାନ ଦେଇଥିଲେ ମନ୍ତ୍ରୀ। ଯାହାର ଭିଡି଼ଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଲୋକେ ତାଙ୍କୁ ସମାଲୋଚନା କରୁଛନ୍ତି।
Also Read: ଚର୍ଚ୍ଚାରେ ପାକିସ୍ତାନ ମନ୍ତ୍ରୀ; କାରନାମା ଶୁଣିଲେ ଉଡିଯିବ ହୋସ
ପାକିସ୍ତାନ ରାଜନେତାଙ୍କ (Pakistan Politician) ଦ୍ୱାରା ଏପରି ବୟାନବାଜି କରିବା ପ୍ରଥମ ଥର ଲାଗି କରାଯାଇନାହିଁ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଧ୍ୟ ଦେଶବାସୀଙ୍କୁ କମ୍ ରୁଟି ଖାଇବାକୁ ପରାମର୍ଶ ଦେଇଛନ୍ତି। ଏହା ବ୍ୟତୀତ ଜଣେ ପିଟିଆଇ ନେତା ରିୟାଜ ଫତିୟାନା ମଧ୍ୟ ଅମିନ ଅମିନ ଗଣ୍ଡାପୁରଙ୍କ ଭଳି ବିବୃତ୍ତି ଦେଇଛନ୍ତି।
ବଢୁଥିବା ମୁଦ୍ରାସ୍ଫୀତି ଉପରେ ନିୟନ୍ତ୍ରଣ ଆଣିବା ପଡୋଶୀ ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗତ ମାସରେ ଏକ ବୈଠକ ଆୟୋଜନ କରି ବଢୁଥିବା ଖାଦ୍ୟ ସାମଗ୍ରୀର ମୂଲ୍ୟ ଉପରେ ନିୟନ୍ତ୍ରଣ ଆଣିବା ଲାଗି ସରକାରୀ କଳ ସହ ମିଶି ଏହା ଉପରେ ମନ୍ଥନ କରିଥିଲେ। ଏହା ବ୍ୟତୀତ ଆନ୍ତଃର୍ଜାତୀୟ ମୁଦ୍ରା ପାଣ୍ଠି ଆଇଏମଏଫ ପକ୍ଷରୁ ମଧ୍ୟ ପାକିସ୍ତାନ (Pakistan) ଉଦ୍ଦେଶ୍ୟରେ ଚେତାବନୀ ଦିଆଯାଇ କୁହାଯାଇଛି ସେଠାରେ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି ହେଲେ ସରକାର ଏହି ଦିଗରେ ସଠିକ୍ ପଦକ୍ଷେପ ନେଉଛନ୍ତି।
Also Read: Sex Scandal: ପାକିସ୍ତାନ ଗୃହମନ୍ତ୍ରୀଙ୍କ ଡାର୍ଟି ପିକଚର ଭାଇରାଲ
ସରକାରୀ ତଥ୍ୟ ଅନୁଯାୟୀ ଗତ ସେପ୍ଟେମ୍ବର ମାସରେ ଦେଶରେ ଉପଭୋକ୍ତା ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବାର ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହାର କାରଣ ହେଉଛି ମୁଦ୍ରାସ୍ଫୀତି। ଯାହା ଅଗଷ୍ଟ ତୁଳନାରେ ୮.୪ ପ୍ରତିଶତରୁ ୯ ପ୍ରତିଶତକୁ ବୃଦ୍ଧି ପାଇଛି।