Campaign କରିବାକୁ ଯାଇ ଫସିଗଲେ ନେତା; ଲୋକେ ଫିଙ୍ଗିଲେ ଅଣ୍ଡା ସହ ପଥର
Advertisement
Article Detail0/zeeodisha/odisha945136

Campaign କରିବାକୁ ଯାଇ ଫସିଗଲେ ନେତା; ଲୋକେ ଫିଙ୍ଗିଲେ ଅଣ୍ଡା ସହ ପଥର

ଏ ଘଟଣା ପଛରେ ରାଜନୈତିକ ଷଡଯନ୍ତ୍ର ରହିଥିବା କହିଛନ୍ତି  ଆକ୍ରମଣ ଶୀକାର ହୋଇଥିବା ନେତା।

Campaign କରିବାକୁ ଯାଇ ଫସିଗଲେ ନେତା; ଲୋକେ ଫିଙ୍ଗିଲେ ଅଣ୍ଡା ସହ ପଥର

ନୂଆଦିଲ୍ଲୀ: କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାଜନେତାଙ୍କୁ ବିଭିନ୍ନ ସମୟରେ ଭୋଟ ଭିକ୍ଷା କରିବା ସମୟରେ ବିଭିନ୍ନ ଘଟଣାର ସାମ୍ନା କରିବାକୁ ପଡି଼ଥାଏ। ଅନେକ ସମୟରେ ନେତା ଜନତାଙ୍କ ଆକ୍ରୋଶର ଶୀକାର ହେବାକୁ ପଡି଼ଥାଏ। ଏପରିକି ସମୟର ସମୟରେ ନେତାଙ୍କ ଉପରକୁ ଜୋତା ଚପଲ, ଅଣ୍ଡା ମାଡ କରିଥାନ୍ତି ଅସନ୍ତୁଷ୍ଟ ଜନତା।

ପାକିସ୍ତାନ ଅଧିକୃତ କାଶ୍ମୀର (Pakistan Occupied Kashmir) ପିଓକେ (POK) ଅଞ୍ଚଳରେ ଦେଖିବାକୁ ମିଳିଛି ଏହାର ସଦ୍ୟତମ ଉଦାହରଣ। ଯେଉଁଠି ଅସନ୍ତୁଷ୍ଟ ଜନତାଙ୍କ ପକ୍ଷରୁ ନେତାଙ୍କ ଉପରେ ଅଣ୍ଡା, ପଥର ମାଡ଼ କରାଯାଇଛି। ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ଏବଂ ନେତାଙ୍କ ସୁରକ୍ଷା ଦେବାକୁ ଯାଇ ଗୁଳିଚାଳନା କରିବାକୁ ପଡିଥିଲା।

Also Read: ପୂଜାରୀ-ମହନ୍ତ ବିବାଦରେ ବଳିପଡି଼ଲା ଲଡ଼ୁ

ପାକିସ୍ତାନରେ (Pakistan) କ୍ଷମତାସୀନ ଶାସକ ତେହେରିକ ଇ ଇନସାଫ୍ (Pakistan Tehreek-e-Insaf) ପିଟିଆଇ ନେତା (PTI Leader) ତଥା କାଶ୍ମୀର ମାମଲାର ସଂଘୀୟ ମନ୍ତ୍ରୀ (POK Federal Minister) ଅଲି ଅମିନ (Ali Amin) ନିର୍ବାଚନ ପ୍ରଚାର କରିବା ଲାଗି ପିଓକେସ୍ଥିତ ଚିନାରୀ ଅଞ୍ଚଳ ଗସ୍ତରେ ଆସିଥିଲେ। ଯେତେବେଳେ ସେ ଝେଲମ ଘାଟି (Jhelum Valley) ରାସ୍ତା ପାର ହେଉଥିଲେ ସେତେବେଳେ କିଛି ଲୋକ ତାଙ୍କ ଉପରେ ଅଣ୍ଡା, ପଥର ମାଡ଼ କରିଥିଲେ।   

ଏ ଘଟଣା ବାବଦରେ ଜାଣିବା ପରେ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ଯାଇ ଚେତବନୀ ଦେବା ଭଳି ଢଙ୍ଗରେ ଫାୟାରିଂ (Warning Firing) କରିଥିଲେ। ଏ ଘଟଣାରେ ପ୍ରତିକ୍ରିୟା ରଖି  ପିଟିଆଇ ନେତା ଅଲି ଅମିନ କହିଛନ୍ତି ବିରୋଧି ପାକିସ୍ତାନ ମୁସଲିମ ଲିଗ (Pakistan Muslim League) ପିଏମଏଲ (PML) ପ୍ରରୋଚନାରେ କେତେକ ଲୋକ ଏଭଳି କାଣ୍ଡ ଭିଆଇଛନ୍ତି। ଏହା ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି।     

Also Read: ଭୋଟ ପାଇଁ ସିଙ୍ଗଡା-ଜଲେବି; ବାଣ୍ଟିବା ପୂର୍ବରୁ ବୋହିନେଲା ପୋଲିସ

ପାକିସ୍ତାନ ଅଧିକୃତ କାଶ୍ମୀରରେ ଚଳିତ ବର୍ଷ ଜୁଲାଇ ୧୫ ତାରିଖରେ ବିଧାନସଭା ନିର୍ବାଚନ କରିବାକୁ ଗତ ଜୁନ ୧୦ ତାରିଖରେ ଘୋଷଣା କରିଥିଲେ ସେଠାକାର ନିର୍ବାଚନ ଅଧିକାରୀ। ହେଲେ ଦେଶରେ ବଢୁଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ଏହି ନିର୍ବାଚନକୁ ଆଗାମୀ ୨ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଦାବି ହୋଇଛି। ହେଲେ ଏହା ମଧ୍ୟରେ ଶାସକ ପିଟିଆଇ ପକ୍ଷରୁ ପିଓକେ ଅଞ୍ଚଳରେ ନିର୍ବାଚନୀ ଜନସଭା କରାଯାଇ ଜନ ସମର୍ଥନ ହାତେଇବା ଲାଗି ପ୍ରୟାସ ଆରମ୍ଭ ହୋଇଯାଇଛି। 

Also Read: ମିଆଁମାର ପ୍ରାର୍ଥୀଙ୍କ ଅନନ୍ୟ ଅଭିଯାନ; 'ଅଣ୍ଡା ଏବଂ ପିଆଜ ନିଅ, ବଦଳରେ ଭୋଟ ଦିଅ'

ଯଦିଓ ପାକିସ୍ତାନ ମନ୍ତ୍ରୀ ନିଜ ଉପରେ ହୋଇଥିବା ଏହି ଆକ୍ରମଣକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହୁଛନ୍ତି ହେଲେ ବାସ୍ତବତା ହେଉଛି ଦେଶର କ୍ଷମତାସୀନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ନେତୃତ୍ୱାଧିନ ସରକାର ବିରୁଦ୍ଧରେ ଜନଅସନ୍ତୋଷ ବଢିବାରେ ଲାଗିଛି। ନୂଆ ପାକିସ୍ତାନ ନାରା ଦେଇ ଦେଶରେ ସରକାର ଗଠନ କରିଥିବା ପିଟିଆଇ ମୁଖିଆଙ୍କ ଶାସନ କାଳ ମଧ୍ୟରେ ପାକିସ୍ତାନ ଯେ କେବଳ ଆନ୍ତର୍ଜାତୀୟ ସ୍ତରରେ ଅପମାନିତ ହୋଇନାହିଁ ବରଂ ମୁଦ୍ରାସ୍ଫୀତି ମଧ୍ୟ ରେକର୍ଡ ଭାଙ୍ଗୁଛି। ପରିସ୍ଥିତି ଏପରି ହୋଇଛି ଯେ ଲୋକଙ୍କୁ ଆବଶ୍ୟକୀୟ ଖାଦ୍ୟ ପଦାର୍ଥ ଯୋଗାଇବା କଷ୍ଟକର ହୋଇପଡି଼ଛି।