Sex Scandal: ପାକିସ୍ତାନ ଗୃହମନ୍ତ୍ରୀଙ୍କ ଡାର୍ଟି ପିକଚର ଭାଇରାଲ
Advertisement
Article Detail0/zeeodisha/odisha808289

Sex Scandal: ପାକିସ୍ତାନ ଗୃହମନ୍ତ୍ରୀଙ୍କ ଡାର୍ଟି ପିକଚର ଭାଇରାଲ

କଥା କଥାକେ ଭାରତ ସହ ପରମାଣୁ ଯୁଦ୍ଧ କରିବାକୁ ଧମକ ଦେଉଥିବା ପାକିସ୍ତାନ ଗୃହମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ ସମ୍ପର୍କିତ ଡାର୍ଟି ପିକଚର ସୋସିଆଲ ମିଡିଆରେ ଭାଇରାଲ ହେବା ହେବା ପରେ ପାକିସ୍ତାନ ରାଜନୀତିରେ ସୃଷ୍ଟି କରିଛି ରାଜନୈତିକ ଝଡ।

Sex Scandal: ପାକିସ୍ତାନ ଗୃହମନ୍ତ୍ରୀଙ୍କ ଡାର୍ଟି ପିକଚର ଭାଇରାଲ

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଅନେକ ଘଟଣାକୁ ନେଇ ଚର୍ଚ୍ଚା ସହିତ ବିବାଦ ଘେରରେ ରହିଥାଏ ଆତଙ୍କବାଦ (Terorism) ପୃଷ୍ଠପୋଷକ ପାକିସ୍ତାନ। ସଦ୍ୟ ଅନ୍ୟ ଏକ କେଳେଙ୍କାରୀକୁ ବିବାଦୀୟ ହୋଇପଡିଛନ୍ତି ପାକିସ୍ତାନ ଗୃହମନ୍ତ୍ରୀ (Pakistan Home Minister) ଶୈଖ ରସିଦ (Sheikh Rasheed)। ଏବେ ସେକ୍ସ ସ୍କାଣ୍ଡାଲ (Sex Scandal) ଘଟଣାସ ସାମ୍ନାକୁ ଆସିବା ପରେ ପାକିସ୍ତାନରେ କ୍ଷମତାସୀନ ଇମରାନ ସରକାରଙ୍କ ପାଇଁ କଳଙ୍କ ପାଲଟିଛନ୍ତି ଦେଶର ଗୃହମନ୍ତ୍ରୀ।

କଥା କଥାକେ ଭାରତ ସହ ପରମାଣୁ ଯୁଦ୍ଧ କରିବାକୁ ଧମକ ଦେଉଥିବା ପାକିସ୍ତାନ ଗୃହମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ ସମ୍ପର୍କିତ ଡାର୍ଟି ପିକଚର (Ditry Picture Viral) ସୋସିଆଲ ମିଡିଆରେ ଭାଇରାଲ ହେବା ହେବା ପରେ ପାକିସ୍ତାନ ରାଜନୀତିରେ ସୃଷ୍ଟି କରିଛି ରାଜନୈତିକ ଝଡ। ସରକାରରେ ପଦୋନ୍ନତି ପାଇବା ପରେ ନିଜର ତାକତ ଦେଖାଇବାକୁ ଭୁଲିନାହାଁନ୍ତି ଗୃହମନ୍ତ୍ରୀ ଶୈଖ ରସିଦ।    

fallback

ଭାଇରାଲ ହୋଇଥିବା ଡାର୍ଟି ପିକଚରରେ ପାକିସ୍ତାନ ମନ୍ତ୍ରୀଙ୍କୁ ଜଣେ ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଛି। ଏହି ଫଟୋରେ ସେ ସମ୍ପୃକ୍ତ ଯୁବତୀଙ୍କୁ ଟଙ୍କା ଦେଉଥିବାର ଦେଖିବାକୁ ମିଳିଛି। ପାକିସ୍ତାନର ଡାର୍ଟି ଗୃହମନ୍ତ୍ରୀଙ୍କ ଏହି ଫଟୋକୁ ଦେଶର ଲୋକପ୍ରିୟ ଟିକଟକ ଷ୍ଟାର (Pakistan Tiktok Star) ହରୀମ ଶାହା (Hareem Shah) ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିବା ସହ ଉର୍ଦ୍ଦୁରେ ଲେଖିଛନ୍ତି,"ଏମିତି କେତେ ଜୀବନ ନଷ୍ଟ କରିବ। ଖୁବ ଶୀଘ୍ର  ଆସୁଛି। " 

fallback

ହେଲେ ଇମରାନଙ୍କ ସରକାର ପାଇଁ ରହୀମ ଶାହାଙ୍କ ଏହି ଟ୍ୱିଟ ବେଶ ମହଙ୍ଗା ପଡିପାରେ। ଟିକଟକ ଷ୍ଟାର ହରିମଙ୍କ ନିକଟରେ ଗୃହମନୀଙ୍କ ସମେତ ଇମରାନ ସରକାରରଙ୍କ ମନ୍ତ୍ରୀ, ରାଜନେତାଙ୍କ ଅନେକ ଡାର୍ଟି ପିକଚର କିମ୍ବା ଭିଡିଓ ରହିଥାଇପାରେ। ଯାହା କିଛି ଦିନ ମଧ୍ୟରେ ଭାଇରାଲହୋଇପାରେ। 

fallback

ପାକିସ୍ତାନରେ ଆଇନକାନୁନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଥିବା ବେଳେ ମହିଳାଙ୍କ ସ୍ୱାଧିନତା ଦିନକୁ ଦିନ ବିପର୍ଯ୍ୟସ୍ଥ ହୋଇପଡିଛି। ସାହସ ଜୁଟାଇ ଜଣେ ଟିକଟକ ଷ୍ଟାର ତଥା ମଡେଲ ହରୀମ ଶାହ ପାକିସ୍ତାନ ଗୃହମନ୍ତ୍ରୀଙ୍କ ଡାର୍ଟି ଇମେଜ ଜାରି କରିଛନ୍ତି। ସେ ଏବେ କାନାଡାରେ ରହୁଥିବା କୁହାଯାଉଛି। ସୁରକ୍ଷିତ ବାସସ୍ଥାନ ମିଳିବା ପରେ ଏହି ପାକିସ୍ତାନୀ ମଡେଲ ପାକିସ୍ତାନର ଜଣେ ମନ୍ତ୍ରୀ ସେକ୍କ ସ୍କାଣ୍ଡାଲ ଉପରୁ ପର୍ଦ୍ଦା ହଟାଇଛନ୍ତି। 

ଯାହା ଏବେ ଇମରାନ ସରକାରଙ୍କ ଲାଗି ବିପଦ ଭାବେ ଉଭା ହୋଇଛି। ନିଜେ ପ୍ରଧାନମନ୍ତ୍ରୀ ଇମରାନ ଖାନ (PM Imran Khan) ଜାଣିଛନ୍ତି ଶୈଖ ରସିଦ ଜଣେ ବିବାଦୀୟ ବ୍ୟକ୍ତିତ୍ୱ। ତଥାପି ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କୁ ରେଳ ମନ୍ତ୍ରଣାଳୟରୁ ପଦୋନ୍ନତି ଦେଇ ଗୃହ ମନ୍ତ୍ରଣାଳୟକୁ ପଠାଇଥିଲେ। ମନ୍ତ୍ରୀଙ୍କ ଅନେକ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି। ଗତ ବର୍ଷ ଏକ ସମାନ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଟିକଟାକ ତାରକା ହରିମ ଶାହା ଏବଂ ସନ୍ଦଲ ଖଟକ ମନ୍ତ୍ରୀଙ୍କ ସହ ଭିଡିଓ ଚାଟିଂ କରୁଛନ୍ତି।

Also Read: ପାକିସ୍ତାନ ଉପରେ ବର୍ଷିଲା ଭାରତ, କାହିଁକି ପଢନ୍ତୁ

କଣ ପାଇଁ ଇମରାନ ଖାନ ତାଙ୍କର ପଦୋନ୍ନତି କରିଥିଲେ ତାହାର କାରଣ ଏବେ ସାମ୍ନାକୁ ଆସିଛି। କୁହାଯାଉଛି  ପାକିସ୍ତାନର ବିଭିନ୍ନ ଦଳର ରାଜନେତାଙ୍କ ସହ ଶୈଖ ରସିଦଙ୍କ ଭଲ ସମ୍ପର୍କ ରହିଛି। ଏହାକୁ ନଜରରେ  ପ୍ରଧାନମନ୍ତ୍ରୀ ଇମରାନ ତାଙ୍କର ପଦୋନ୍ନତି କରିଛନ୍ତି। କାରଣ ବର୍ତ୍ତମାନ ଦେଶରେ କ୍ଷମତାସୀନ ସରକାରଙ୍କ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନକୁ ବିରୋଧିଙ୍କ ସହ ଆଲୋଚନା କରି ଦବାଇବାକୁ ଚାହୁଁଛନ୍ତି ପ୍ରଧାମମନ୍ତ୍ରୀ। ଏଥିଲାଗି ଗୃହମନ୍ତ୍ରୀଙ୍କୁ ହାତବାରିସି କରିଛନ୍ତି ସେ। 

fallback

ଏବେ ଚର୍ଚ୍ଚା ହେଉଛି ହରିମଙ୍କ ନିକଟରେ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଅନେକ ଭିଡିଓ ରହିଛି। ପାକିସ୍ତାନର ଏହି ଟିକଟକ ଷ୍ଟାରଙ୍କ ପ୍ରଭାବ ଏମିତି ସେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଟିକଟକ ଭିଡିଓ ବନାଇଥାନ୍ତି। ଏବେ ସେ ଧମକ ଦେବା ସହ କହିଛନ୍ତି ତାଙ୍କ ପାଖରେ ଏପରି ଅନେକ ଭିଡିଓ ରହିଛି ଯାହାକୁ ଯଦିସେ ଭାଇରାଲ କରନ୍ତି ତାହେଲେ ବର୍ତ୍ତମାନ ଦେଶର କ୍ଷମତାସୀନ ସରକାର ଗାଦିଚ୍ୟୁତ ହୋଇପାରନ୍ତି।     

fallback
ପାକିସ୍ତାନର ଜନସାଧାରଣ ପୂର୍ବରୁ ଇମରାନ ସରକାରଙ୍କ ବିରୁଦ୍ଧରେ ଅସନ୍ତୁଷ୍ଟ ହୋଇଉଠିଛନ୍ତି। ଦରଦାମ ବୃଦ୍ଧି ବୋମା ସହିତ ମୁକାବିଲା କରିବାକୁ ସକ୍ଷମ ନୁହଁନ୍ତି ଏବେ ବର୍ତ୍ତମାନ ସେକ୍ସ ବୋମା ତାଙ୍କ ଲାଗି ମୁଣ୍ଡାବିନ୍ଧାର କାରଣ ସାଜିଛି। ଏବେ ଅଭିଯୋଗ ଉଠୁଛି ଇମରାନ ସରକାରଙ୍କ ଶାସନରେ ପାକିସ୍ତାନରେ ଯୁବତୀଙ୍କୁ ଯୌନ ଦାସ କରିବା ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଚୀନରେ ଗରିବ ଝିଅଙ୍କୁ ବିବାହର ବାହାନା କରି ଯୌନ ଦାସୀ ଭାବେ ବିକ୍ରି କରାଯାଉଛି। ପାକିସ୍ତାନରେ କ୍ଷମତୀସନ ଇମରାନ ସରକାରଙ୍କ ସେକ୍ସ ଟେପ ଆସିବା ପରେ ରାଜନୈତିକ କରିଡରରେ ହଟଚମଟ ଆରମ୍ଭ ହୋଇଯାଇଛି।