Sadhu Meher:ସାଧୁ ମେହର,ସେହି ଓଡ଼ିଆ ଅଭିନେତା ଯିଏ ଓଡିଆ ସିନେମାକୁ ଦେଇଥିଲେ ନୂଆ ପରିଚୟ
Advertisement
Article Detail0/zeeodisha/odisha2091615

Sadhu Meher:ସାଧୁ ମେହର,ସେହି ଓଡ଼ିଆ ଅଭିନେତା ଯିଏ ଓଡିଆ ସିନେମାକୁ ଦେଇଥିଲେ ନୂଆ ପରିଚୟ

ଓଡ଼ିଆ ସମାନ୍ତରାଳ ସିନେମାର ଭିଷ୍ମ ପିତାମହ ସାଧୁ ମେହରଙ୍କର ପରଲୋକ ହୋଇଯାଇଛି । ୮୪ ବର୍ଷ ବୟସରେ ଦୁନିଆର ରଙ୍ଗମଂଚରୁ ବିଦାୟ ନେଇଛନ୍ତି ସାଧୁ ମହେର । ୧୯୪୦ ମସିହାରେ ଜନ୍ମିତ ସାଧୁ ମେହର ଉଭୟ ଓଡ଼ିଆ ଓ ହିନ୍ଦି ସିନେମାର ଜଣାଶୁଣା ଅଭିନେତା ଥିଲେ । ବିଶେଷକରି ପାରାଲାଲ ବା ସମାନ୍ତରାଳ ସିନେମା ଦୁନିଆରେ ସେ ଥିଲେ ଭିନ୍ନ । ତାଙ୍କ ଦମଦାର ସ୍ୱର,

SOCIAL MEDIA

Sadhu Meher:

ଓଡ଼ିଆ ସମାନ୍ତରାଳ ସିନେମାର ଭିଷ୍ମ ପିତାମହ ସାଧୁ ମେହରଙ୍କର ପରଲୋକ ହୋଇଯାଇଛି । ୮୪ ବର୍ଷ ବୟସରେ ଦୁନିଆର ରଙ୍ଗମଂଚରୁ ବିଦାୟ ନେଇଛନ୍ତି ସାଧୁ ମହେର । ୧୯୪୦ ମସିହାରେ ଜନ୍ମିତ ସାଧୁ ମେହର ଉଭୟ ଓଡ଼ିଆ ଓ ହିନ୍ଦି ସିନେମାର ଜଣାଶୁଣା ଅଭିନେତା ଥିଲେ । ବିଶେଷକରି ପାରାଲାଲ ବା ସମାନ୍ତରାଳ ସିନେମା ଦୁନିଆରେ ସେ ଥିଲେ ଭିନ୍ନ । ତାଙ୍କ ଦମଦାର ସ୍ୱର,ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ପରଦା ଉପରୁ ନଜର ହଟାଇାକ ଦେଉନଥିଲା । ତାଙ୍କ ସହିତ ଦର୍ଶକ କାନ୍ଦୁଥିଲେ ତାଙ୍କ ସହିତ ହସୁଥିଲେ । ଶୁକ୍ରବାର ଅଭିନୟର ସେହି ଯାତ୍ରା ଉପରେ ପଡିଛି କ୍ଲାଇମାକ୍ସ ।ଲାଇଟ୍ ,ଆକ୍ସନ.. ଉପରେ ଲାଗିଛି ବିରାମ ।

ସାଧୁ ମେହର କିଏ ?

ସାଧୁ ମେହର ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏ ସିନେମାର ଜାତୀୟ ସମ୍ମାନ ପାଇଥିଲେ । ସାଧୁ ମେହର ସିଏ ଯିଏ ଓଡିଆଙ୍କ ପାଇଁ ବଲିଉଡର ରାସ୍ତା ଖୋଲିଥିଲେ କହିଲେ ଭୁଲ ହେବ ନାହିଁ । ୧୯୬୯ରେ ଭୁବନସୋମ୍ ହିନ୍ଦି ଫିଲ୍ମ ଜରିଆରେ ସାଧୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୦ ଦଶକରେ ପାରାଲାଲ ସିନେମାର ଗୋଟିଏ ଚିହ୍ନା ନାମ ଥିଲେ ସାଧୁ ମେହର ।  ୧୯୭୪ ମସିରାରେ ଅଙ୍କୁର ପାଇଁ ସେ ପାଇଥିଲେ ଜାତୀୟ ଫିଲ୍ମ ପୁରସ୍କାର । ଏଭଳି ସମ୍ମାନ ପାଇବାର ସେ ଥିଲେ ପ୍ରଥମ ଓଡ଼ିଆ । ଏହାର ୩ ବର୍ଷ ପରେ ସେ ଅଭିମାନ ଜରିଆରେ ନିର୍ଦ୍ଦେଶକ ହୋଇଥିଲେ । ଆଜି ମଧ୍ୟ ଅଭିମାନକୁ ଓଡ଼ିଆ ସିନେମାର ଏକ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ଭାବେ ଗଣା ଯାଏ ।

୧୯୮୦ ଦଶକରେ ସାଧୁ ମେହର ଓଡ଼ିଶାକୁ ଦେଇଥିଲେ ପ୍ରଥମ ସାଇନ୍ସ ଫିକ୍ସନ ଫିଲ୍ମ । ନାଁ ଥିଲା ବାବୁଲା । ଫିଲ୍ମ ଚାଲିନଥିଲା ସତ କିନ୍ତୁ ସାଧୁ ମେହର ଓଡିଆ ପିଲାଙ୍କୁ ବିଜ୍ଞାନ କାହାଣୀ କହିବା ଉଦ୍ୟମ କରିଥିଲେ ।

୧୯୬୯ରୁ ୨୦୧୭ ମଧ୍ୟରେ ସାଧୁ ୨୭ ଫିଲ୍ମରେ ଅଭିନୟ କରିଥିଲେ । ହିନ୍ଦି,ଓଡିଆ ଓ ବଙ୍ଗାଳୀ ତିନି ଭାଷାରେ ସେ ଫିଲ୍ମ କରିଛନ୍ତି । ସେ ମଧ୍ୟ ଅଭିମାନକୁ ମିଶାଇ ୫ଟି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ନିର୍ଦ୍ଦେଶକ ଭାବେ ତାଙ୍କ ଶେଷ ଫିଲ୍ମ ଥିଲା ଗୋପରେ ବଢୁଛି ମୋ କଳା କହ୍ନେଇ ।

ହିନ୍ଦି ଫିଲ୍ମ ଭୁବନସୋମରୁ କ୍ୟାରିୟର ଆରମ୍ଭ କରିଥିବା ସାଧୁ ମେହର ମଧ୍ୟ ବ୍ୟୋମକେଶ ବକ୍ସି ଭଲି ଟିଭି ସରିଜରେ ନଜର ଆସିଥିଲେ । ବ୍ୟୋମକେଶ ବକ୍ସିର ଆଦିମ ଶତ୍ରୁ ଏପିସୋଡର ଦୁଇଟି ପାର୍ଟ୍ ଓ ଚକ୍ରାନ୍ତରେ ଅନାଦି ହାଲଦାର ତଥା ବିଷ୍ଣୁପାଲ ଚରିତ୍ରରେ ନଜର ଆସିଥିଲେ । ୨୦୧୭ରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।