Pakistan Government:କଣ ପାକିସ୍ତାନରେ ଭାଙ୍ଗିଯିବ ନୂଆ ସରକାର, ଇମ୍ରାନଙ୍କ ବାଜି ବଢାଇଲା ଚିନ୍ତା
Advertisement
Article Detail0/zeeodisha/odisha2168202

Pakistan Government:କଣ ପାକିସ୍ତାନରେ ଭାଙ୍ଗିଯିବ ନୂଆ ସରକାର, ଇମ୍ରାନଙ୍କ ବାଜି ବଢାଇଲା ଚିନ୍ତା

 ଚଳିତ ମାସ ଆରମ୍ଭରେ ନୂଆ କରି ଶପଥ ନେଇଥିବା  ପାକିସ୍ତାନୀ ସରକାର ଉପରେ ସଂକଟର ବାଦଲ ଘୋଡାଇ ହେଲାଣି। ପାକିସ୍ତାନ ମୁସଲିମ୍ ଲିଗ୍ (ଏମ୍)ର ଶେହବାଜ ସରିଫ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ କିନ୍ତୁ ସରକାର ଗଠନ ହେବାର ମାସେ ବିତିନଥିବା ବେଳେ ଖୁବଶୀଘ୍ର ସରକାର ଭାଙ୍ଗିପାରେ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା  ଗରମ ହେବାରେ ଲାଗିଛି । 

SOCIAL MEDIA

Pakistan Government: ଚଳିତ ମାସ ଆରମ୍ଭରେ ନୂଆ କରି ଶପଥ ନେଇଥିବା  ପାକିସ୍ତାନୀ ସରକାର ଉପରେ ସଂକଟର ବାଦଲ ଘୋଡାଇ ହେଲାଣି। ପାକିସ୍ତାନ ମୁସଲିମ୍ ଲିଗ୍ (ଏମ୍)ର ଶେହବାଜ ସରିଫ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ କିନ୍ତୁ ସରକାର ଗଠନ ହେବାର ମାସେ ବିତିନଥିବା ବେଳେ ଖୁବଶୀଘ୍ର ସରକାର ଭାଙ୍ଗିପାରେ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା  ଗରମ ହେବାରେ ଲାଗିଛି । ପାକିସ୍ତାନ ତେହରିକ-ଏ-ଇନସାଫ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ପାକିସ୍ତାନରେ ସରକାରଙ୍କ ପତନକୁ ନେଇ ବହୁତ ଆତ୍ମବିଶ୍ୱାସୀ ଅଛନ୍ତି । ଏହାବ୍ୟତୀତ ସେ ଜେଲରୁ ମୁକୁଳିବା ନେଇ ମଧ୍ୟ ଆଲୋଚନା କରିଛନ୍ତି।

ନିକଟରେ ଇମ୍ରାନ୍ ଖାନ୍ କହିଥିଲେ ଯେ ପାକିସ୍ତାନର ବର୍ତ୍ତମାନର ସରକାର ଆସନ୍ତା ଚାରି-ପାଞ୍ଚ ମାସରୁ ଅଧିକ କ୍ଷମତାରେ ରହିବ ନାହିଁ। ବର୍ତ୍ତମାନର ସରକାରଙ୍କ ପତନ ପରେ ସେ ଖୁବଶୀଘ୍ର ଆଡିଆଲା ଜେଲରୁ ବାହାରିବେ ବୋଲି କହିଛନ୍ତି । ଆଡିଆଲା ଜେଲରେ ୧୯କୋଟି ୟୁରୋ ଦୁର୍ନୀତି ମାମଲାର ଶୁଣାଣି ପରେ ଇମ୍ରାନ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ମାମଲାର ରାୟ ନିର୍ଦ୍ଧାରଣ ହୋଇସାରିଛି। ଏଥିସହ ଏହି କାର୍ଯ୍ୟକୁ କେବଳ ଏକ ଔପଚାରିକତା ବୋଲି ବର୍ଣ୍ଣନା କରିଛନ୍ତି।

କ'ଣ କହିଲେ ଇମ୍ରାନ୍ ଖାନ୍ ?

ଇମ୍ରାନ୍ ଖାନ୍ କହିଛନ୍ତି ଯେ ତାଙ୍କ ବିରୋଧରେ ଚାଲିଥିବା ମାମଲା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିସହ ତାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାରେ ସେ କହିଛନ୍ତି ଯେ ସରକାରୀ ରାଜକୋଷର କୌଣସି କ୍ଷତି ହୋଇନାହିଁ। ବର୍ତ୍ତମାନର ସରକାର ପାକିସ୍ତାନର ସ୍ଥିତିକୁ ଆହୁରି ଖରାପ କରିଦେବେ ବୋଲି ସେ କହିଛନ୍ତି। ଏହି ସରକାର ପାଇଁ ଦୁଃଖ ପ୍ରକାଶ କରି ସେ ଦେଶରେ ଆତଙ୍କବାଦ ବୃଦ୍ଧି ପାଇବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି।

ପାକିସ୍ତାନର ଖରାପ ସ୍ଥିତି

ଅନ୍ୟପକ୍ଷରେ ପାକିସ୍ତାନରେ ଅର୍ଥନୈତିକ ସଙ୍କଟ କେତେ ଗମ୍ଭୀର ତାହା ସମସ୍ତେ ଜାଣନ୍ତି। ଦେଶର ଅର୍ଥନୀତି ସର୍ବନିମ୍ନ ସ୍ତରରେ ରହିଛି। ପାକିସ୍ତାନ ଉପରେ ଏତେ ଋଣ ଅଛି ଯେ ଏହାକୁ ପରିଶୋଧ କରିବା ପାଇଁ ଦେଶ ଆଇଏମଏଫଠାରୁ ଅଧିକ ଋଣ ନେଉଛି । ଦେଶ  ଜନସଂଖ୍ୟାର ଏକ ବଡ଼ ଭାଗ ମଧ୍ୟ ଅନାହାର ସହ ସଂଘର୍ଷ କରୁଛି। ଏଭଳି ସ୍ଥିତିରେ ଦେଶକୁ ଟ୍ରାକକୁ ଫେରାଇ ଆଣିବା ଶେହବାଜ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇପାରେ।

ପୂର୍ବରୁ ଋଣଭାରରେ ବୁଡ଼ି ରହିଥିବା ପାକିସ୍ତାନକୁ ଶାହବାଜ କେମିତି ଟ୍ରାକକୁ ଫେରାଇ ଆଣିବେ ତାକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ରହିଛି। ଇମ୍ରାନ୍ ଖାନ୍ ଦାବି କରିଛନ୍ତି ଯେ ଶେହବାଜ ସରିଫ୍ ଖୁବଶୀଘ୍ର ଆସ୍ଥା ଭୋଟର ସମ୍ମୁଖୀନ ହୋଇପାରନ୍ତି।