Advertisement
photoDetails0hindi

Bollywood: ସିଦ୍ଧାର୍ଥ କିୟାରାଙ୍କ ପରେ ଏହି ଯୋଡ଼ିଙ୍କର ପଡିବ ହାତଗଣ୍ଠି! ନଜର ପକାନ୍ତୁ କିଏ ରହିଛନ୍ତି ଏହି ତାଲିକାରେ ?

Bollywood Couples Who will Marry Soon: କିଆରା ଓ ସିଦ୍ଧାର୍ଥଙ୍କ ପରେ ବଲିଉଡର ଆଉ କିଛି ଷ୍ଟାର କପଲ ମଧ୍ୟ ହାତକୁ ଦି ହାତ ହେବା ନେଇ ଚର୍ଚ୍ଚା ହେଉଛି। ଆସନ୍ତୁ ସେହି ତାଲିକା ଉପରେ ନଜର ପକାଇବା।

1/5

ମଲାଇକା ଆରୋରା ଏବଂ ଅର୍ଜୁନ କପୁର । ଉଭୟ ପରପ୍ପରକୁ ଦିର୍ଘ ୫ ବର୍ଷ ହେବ ଡେଟ କରୁଛନ୍ତି । ସେମାନେ ମଧ୍ୟ ନିଜ ସମ୍ପର୍କକୁ ଅଫିସିଆଲ ଘୋଷଣା କରି ସାରିଛନ୍ତି। ଦୁହେଁ ମଧ୍ୟ ଏହି ରିଲେସନସିପ୍ କୁ ନେଇ ବହୁତ ସିରିୟସ ଅଛନ୍ତି ।  ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ,ଚଳିତ ବର୍ଷ ଏ ଲବବାର୍ଡଙ୍କର ବିବାହ ହେବ । 

2/5

ଜ୍ୟାକି ଭାଗ୍ନାନୀ ଏବଂ ରାକୁଲ ପ୍ରୀତ ସିଂ, କିଛି ବର୍ଷ ପୂର୍ବେ ନିଜ ସମ୍ପର୍କକୁ ଅଫିସିଆଲ୍ କରିଥିଲେ ଏହି ପ୍ରେମୀ ଯୁଗଳ। ଏଭଳି ପରିସ୍ଥିତିରେ କଳ୍ପନାଜଳ୍ପନା କରାଯାଉଛି ଯେ, ଉଭୟଙ୍କ ବିବାହ ମଧ୍ୟ ଚଳିତ ବର୍ଷ ହୋଇପାରେ। 

 

3/5

ଅଭିନେତା ବିଦ୍ୟୁତ ଜାମୱାଲଙ୍କ ଗର୍ଲଫ୍ରେଣ୍ଡ ହେଉଛନ୍ତି ନନ୍ଦିତା । ଦୁହେଁ ପରପ୍ପରକୁ ଦିର୍ଘ ଦିନ ଧରି ଡେଟ କରୁଛନ୍ତି।  ଗତ ବର୍ଷ ଲଣ୍ଡନରେ ସେମାନଙ୍କ ବିବାହ ହୋଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ​​କିନ୍ତୁ ତାହା ଉଡା ଖବର ଥିଲା । ଏବେ ଖବର ଆସିଛି ଯେ, ଦୁହେଁ ଚଳିତ ବର୍ଷ ବିବାହ କରିବାକୁ ଯାଉଛନ୍ତି।

4/5

ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ, ସେ ଗତ ବର୍ଷ ଜନ୍ମଦିନରେ ତାଙ୍କ ପ୍ରେମିକ ଅପୂର୍ବ ପାଡଗାଓଁକର (Apurva Padgaonkar ) ଙ୍କ ସହ ନିର୍ବନ୍ଧ କରାଇଥିଲେ । ତେବେ, ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଅପୂର୍ବ ତାଙ୍କୁ ବହୁ ପୂର୍ବରୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଚଳିତ ବର୍ଷ ସେମାନଙ୍କର ବିବାହ ହେବା ନେଇ ଚର୍ଚ୍ଚା ଜୋର ଧରିଛି। 

5/5

କରନ କୁନ୍ଦ୍ରା ଓ ତେଜସ୍ୱୀ ପ୍ରକାଶ ଦିର୍ଘ ବର୍ଷ ହେବ ପରପ୍ପରକୁ ଡେଟ କରୁଛନ୍ତି ।  ଏବଂ ସେମାନେ ନିଜ ସମ୍ପର୍କକୁ ନେଇ ଖୁବ୍ ସିରିୟସ୍ । ପ୍ରକାଶ ଯେ, ବର୍ତ୍ତମାନ ଉଭୟ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ବର୍ଷ ଦୁହେଁ ହାତକୁ ଦି ହାତ ହେବେ ବୋଲି ଚର୍ଚ୍ଚା ହେଉଛି ।