Astro Tips for good sleep: ଆପଣଙ୍କୁ ଯଦି ରାତିରେ ଠିକ୍ ଭାବରେ ନିଦ ହେଉନି । ଶୋଇବା ପରେ ନିଦ ବାରମ୍ବାର ଭାଙ୍ଗୁଛି । ଏଥିପାଇଁ ଆଜି ଆମେ କିଛି ଆପଣଙ୍କୁ ଟିପ୍ସ ଦେବୁ । ଯାହାକୁ ଆପଣ ନିଜ ତକିଆ ତଳେ ରଖିବା ଦ୍ବାରା ଭଲ ନିଦ ହେବ ।
ବାସ୍ତୁଶାସ୍ତ୍ରଙ୍କ ଅନୁଯାୟୀ, ଶୋଇବା ସମୟରେ ଗୀତା କିମ୍ବା ସୁନ୍ଦରକଣ୍ଡକୁ ତକିଆ ତଳେ ରଖିବା ଉଚିଚ୍ । ଏହା ମନକୁ ଶାନ୍ତ କରିଥାଏ ଏବଂ ଭଲ ନିଦ ଦେଇଥାଏ । ଏହା କରିବା ଦ୍ୱାରା, ଆପଣଙ୍କ ରାଶିରେ ବୃହସ୍ପତି ମଧ୍ୟ ଶକ୍ତିଶାଳୀ ହୁଅନ୍ତି । ଯାହା ଦ୍ବାରା ଆପଣ ଯଶ ଓ ଖ୍ୟାତି ମଧ୍ୟ ଅର୍ଜନ କରନ୍ତି ।
ବାସ୍ତୁଶାସ୍ତ୍ରଙ୍କ ଅନୁଯାୟୀ,ଯଦି ଶୋଇବାରେ ସମସ୍ୟା ବହୁତ ବଢୁଛି । ତେବେ ମୂଳାର ସାହାର୍ଯ୍ୟ ମଧ୍ୟ ନେଇପାରିବେ । ଏଥିପାଇଁ, ରାତିରେ ଶୋଇବା ସମୟରେ, ତକିଆ ତଳେ ମୂଳା ରଖନ୍ତୁ ଏବଂ ସକାଳେ ଗାଧୋଇବା ପରେ ସେହି ମୂଳା ଶିବଲିଙ୍ଗ ଉପରେ ଚଢାନ୍ତୁ । ଏହା କରିବା ଦ୍ୱାରା ରାହୁ ଦୋଷ କଟିବା ସହ ଅନିଦ୍ରା ସମସ୍ୟା ଦୂର ହୋଇଯିବ ।
ଯଦି ଆପଣ ଶୋଇବା ସମୟରେ ସମସ୍ୟା ଦେଖା ଦେଉଛି । ତେବେ,ରାତିରେ ଏକ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରି ଶୁଅନ୍ତୁ, ତା’ପରେ ସେହି ଜଳକୁ ସକାଳେ ଏକ ହାଣ୍ଡିରେ ରଖନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକିବା ସବ ଶକ୍ତିଶାଳୀ ହେବେ। କ୍ୟାରିୟରରେ ଅଗ୍ରଗତି ହେବା ସହ ଅନିଦ୍ରା ସମସ୍ୟା ମଧ୍ୟ ଦୂର ହେବ ।
ମଙ୍ଗଳବାର ରାତିରେ ,କଞ୍ଚା ମୁଗକୁ ଏକ ସବୁଜ କପଡ଼ାରେ ବାନ୍ଧି ତକିଆ ତଳେ ରଖ ଏବଂ ପରେ ସେହି ମୁଗକୁ ପରଦିନ କୌଣସି ଏକ କନ୍ୟା କି ଦୁର୍ଗା ମାଆଙ୍କୁ ଅର୍ପଣ କରନ୍ତୁ । ଏହା କରିବା ଦ୍ବାରା ବୁଧ ଗ୍ରହ ରାଶିଫଳରେ ଶକ୍ତିଶାଳୀ ହେବ । ସେହି ସମୟରେ ବ୍ୟବସାୟ କ୍ଷେତ୍ରରେ ଆପଣ ଆଗକୁ ଯିବେ । ଏବଂ ଆର୍ଥିକ ସମସ୍ୟା ଦୂର ହେବ ।
ଯଦି ଆପଣ ରାତିରେ ଶୋଇବା ସମୟେ କୌଣସି ଖରାପ ସ୍ବପ୍ନ ଦେଖୁଛନ୍ତି । ଆଉ ନିଦ ଭାଙ୍ଗି ଯାଉଛି । ତେବେ, ଆପଣ ଶୋଇବା ପୂର୍ବରୁ ତକିଆ ତଳେ ଏକ ଲୁହା କଣ୍ଟା, ଲୁହା ଚାବି କିମ୍ବା ଛୁରୀ ରଖନ୍ତୁ । ଏହା କରିବା ଦ୍ୱାରା ନକାରାତ୍ମକତା ଦୂର ହୋଇଥାଏ । ଏହା ସହିତ ଶନି, ରାହୁ ଏବଂ କେଟୁ ମଧ୍ୟ ଶାନ୍ତ ରହିଥାନ୍ତି ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ।)
ट्रेन्डिंग फोटोज़