Advertisement
Photo Details/zeeodisha/odisha1571820
photoDetails0hindi

Black Apple: ବ୍ଲାକ ଡାଇମଣ୍ଡ ନାମରେ ପରିଚିତ କଳା ସେଉ, ଜାଣନ୍ତୁ ଏହି ସେଉ ସହ ଜଡ଼ିତ କିଛି ଜଣା ଅଜଣା କଥା

Black Diamond Apple: ଏପରି ଏକ ପ୍ରଜାତିର ସେଉ ରହିଛି ଯାହା ଯାହା କଳା ହୀରା ଅର୍ଥାତ ବ୍ଲାକ ଡାଇମଣ୍ଡ (Black Diamond) ନାମରେ ପରିଚିତ। ଏପରି ପ୍ରଜାତିର ସେଉ କଳା ହୀରା ନାମରେ ଜଣାଶୁଣା ହେବା ପଛରେ ଏକ କାରଣ ରହିଛି।

1/5

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମଗ୍ର ବିଶ୍ୱରେ କଳା ରଙ୍ଗର ସେଉର ଚାହିଦା ରହିଛି। ତିବ୍ଦତ ଠାରେ ଏହାର ଉତ୍ପାଦନ ହେବା ସତ୍ତ୍ୱେ ତିବ୍ଦତୀୟ ଲୋକ ଏହି କଳା ସେଉ ଖାଇ ପାରନ୍ତି ନାହିଁ। ଏହି ସେଉ ସିଧାସଳଖ ଅନ୍ୟ ଦେଶକୁ ରପ୍ତାନୀ ହୋଇଥାଏ।

 

2/5

କୃଷି ବିଜ୍ଞାନୀଙ୍କ କହିବା ଅନୁଯାୟୀ କଳା ରଙ୍ଗର ସେଉ ଗଛ ଲଗାଯିବାର ୮ ବର୍ଷ ପରେ ଫଳିଥାଏ। ଯେଉଁଠାରେ ଲାଲ୍ ସେଉ ଗଛ ଲଗାଯିବାର ୪-୫ ବର୍ଷ ମଧ୍ୟରେ ଫଳ ଦେଇଥାଏ। ଗତ ୨୦୧୮ ବର୍ଷରେ ତିବ୍ଦତ ଠାରେ କଳା ରଙ୍ଗର ସେଉ ଚାଷ ​​ଆରମ୍ଭ ହୋଇଥିଲା। ଗଛରୁ କଳା ସେଉ ତୋଳିବା ପାଇଁ ଏହାକୁ ମାତ୍ର ୨ ମାସ ପର୍ଯ୍ୟନ୍ତ ରଖାଯାଇପାରିବ।

 

3/5

ଯଦି ଏହି ସେଉର ମୂଲ୍ୟ କଥା କୁହାଯାଏ, ତାହେଲେ ଏହି ସେଉ ଅନ୍ୟ ସେଉ ତୁଳନାରେ ବହୁତ ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ କଳା ସେଉ ଲାଲ୍ ସେଉ ଭଳି ଉପକାରୀ ନୁହେଁ। କଳା ସେଉ ଅପେକ୍ଷା ଲାଲ୍ ସେଉ ବେଶୀ ସ୍ୱାସ୍ଥ୍ୟକର। କେବଳ କଳା ରଙ୍ଗରେ ଦୃଶ୍ୟମାନ ହେଉଥିବାରୁ ଏହାର ଚାହିଦା ଅଧିକ ରହିଥାଏ। ଗୋଟିଏ କଳା ରଙ୍ଗର ସେଉ ପ୍ରାୟ ୫୦୦ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ।

 

4/5

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏହି କଳା ଏବଂ ବାଇଗଣୀ ରଙ୍ଗର ସେଉ କେବଳ ତିବ୍ଦତ ଠାରେ କାହିଁକି ଚାଷ କରାଯାଏ? ଏଭଳି ଧରଣର ସେଉ ତିବ୍ଦତରେ ନିୟୁ ନାମରେ ଜଣାଶୁଣା। ଏହି ସେଉ ଦେଖିବାକୁ କଳା। କାରଣ ଅନ୍ୟ ସ୍ଥାନ ତୁଳନାରେ ସୂର୍ଯ୍ୟକିରଣ ଏହାର ଅତି ନିକଟତର ପଡ଼ିଥାଏ। ତିବ୍ଦତ ବିଶ୍ୱର ଛାତ ଭାବରେ ଜଣାଶୁଣା। ଉଚ୍ଚ ସ୍ଥାନରେ ଅବସ୍ଥିତ କାରଣରୁ ତିବ୍ଦତ ଠାରେ କରାଯାଉଥିବା ଫସଲ କିମ୍ବା ଫଳ ଚାଷ ଉପରେ ସୂର୍ଯ୍ୟ କିରଣ ସିଧାସଳଖ ପଡିଥାଏ। ସିଧାସଳଖ ସୂର୍ଯ୍ୟ କିରଣ ଏବଂ ଅତିବାଇଗଣୀ ରଶ୍ମି କାରଣରୁ ଏଠାରେ ଚାଷ ହେଉଥିବା ସେଉର ରଙ୍ଗ କଳା ହୋଇଥାଏ। ଏହି କଳା ରଙ୍ଗର ସେଉ ଏତେ ଚକଚକିଆ ଯେ ସମସ୍ତେ ଏହା ଆଡକୁ ଆକର୍ଷିତ ହୋଇଥାନ୍ତି।

5/5

ଏପରି ଏକ ପ୍ରଜାତିର ସେଉ ରହିଛି ଯାହା କଳା ହୀରା ଅର୍ଥାତ ବ୍ଲାକ ଡାଇମଣ୍ଡ (Black Diamond) ନାମରେ ପରିଚିତ। ଏପରି ପ୍ରଜାତିର ସେଉ କଳା ହୀରା ନାମରେ ଜଣାଶୁଣା ହେବା ପଛରେ ଏକ କାରଣ ରହିଛି। ତାହା ହେଉଛି ଏହି ସେଉ ରଙ୍ଗ କଳା ଏବଂ ବାଇଗଣୀ ରଙ୍ଗରେ ଦୃଶ୍ୟମାନ ହୋଇଥାଏ। ଏହି ସେଉ ତିବ୍ଦତ ଠାରେ ଉତ୍ପାଦିତ ହୋଇଥାଏ। ତିବ୍ଦତ ଭଳି ଦେଶର ପାହାଡିଆ ଅଞ୍ଚଳ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଏଭଳି ଧରଣର ଚାଷ କରାଯାଏ ନାହିଁ।