Bollywood Actors Weird Habits: ବଲିଉଡ ଷ୍ଟାର୍ସଙ୍କ କେବଳ ଯେ ଫିଲ୍ମକୁ ନେଇ ଚର୍ଚ୍ଚା ହୁଏ ତାହା ନୁହେଁ ତାଙ୍କର ଏମିତି କିଛି ଗୁଣ ରହିଛି ଯାହା ଜାଣିଲେ ଫ୍ୟାନ୍ସ ମାନେ ଚକିତ ହେବେ ନିଶ୍ଚିତ । ତେବେ ଆଜି ଜାଣିବା ବଲିଉଡ ଷ୍ଟାର୍ସଙ୍କ କିଛି ଏମିତି ଗୁଣ ବିଷୟରେ । ସଲମାନ ସାବୁନ ସଂଗ୍ରହ କରୁଥିବାବେଳେ ସନ୍ନି ଲିଓନ ପ୍ରତି ୧୫ ମିନିଟରେ ପାଦ ଧୋଇଥାନ୍ତି । ସେହିପରି ବଲିଉଡର ବହୁ ବଡ଼ ବଡ଼ ଷ୍ଟାର ଯେମିତିକି ଅଜୟ ଦେବଗନ୍ ଙ୍କ ଠାରୁ ଦୀପିକା ପର୍ଯ୍ୟନ୍ତ, ଏପରି ଷ୍ଟାର ମାନଙ୍କର ଏକ ଲମ୍ବା ତାଲିକା ଅଛି ଯେଉଁ ମାନଙ୍କର OCD ସମସ୍ୟା ରହିଛି।
ବଲିଉଡ ଅଭିନେତା ସଲମାନ ଖାନ OCD ଅର୍ଥାତ୍ ଅବସେସିଭ୍ କମ୍ପିଲ୍ସିବ୍ ଦ୍ୱାରା ପୀଡ଼ିତ ଅଛନ୍ତି । ସଲମାନ ଖାନଙ୍କର ସାବୁନ ସଂଗ୍ରହ କରି ରଖିବାର ଅଭ୍ୟାସ ରହିଛି। ସେ ଯୁଆଡେ ବି ଯାଆନ୍ତୁ ସାବୁନ କିଣି ରଖିଥାନ୍ତି।
ଦୀପିକା ପାଦୁକୋନ୍ ବଲିଉଡର ଜଣେ ଆଗଧାଡ଼ିର ଅଭିନେତ୍ରୀ । କିଛି ବର୍ଷ ପୂର୍ବେ ଦୀପିକା ଡିପ୍ରେସନରେ ମଧ୍ୟ ରହିଥିଲେ। ହେଲେ ଦୀପିକାଙ୍କ ଏକ ଅଜବ ଗୁଣ ରହିଛି । ତାଙ୍କୁ ସର୍ବଦା ସଫାସୁତୁରା ରହିବାକୁ ବହୁତ ପସନ୍ଦ । ଘର ହେଉ ବା ସୁଟିଂ ଲୋକସନ ଦୀପିକା ସବୁବେଳେ ସଫା ସୁତୁରା ରହିବାକୁ ପସନ୍ଦ କରନ୍ତି।
ସେହିପରି ଅଭିନେତ୍ରୀ ତଥା ମଡେଲ ସନ୍ନି ଲିଓନିଙ୍କ ର ବି ଏକ ଅଜବ ଅଭ୍ୟାସ ରହିଛି । ସେ ପ୍ରତି ୧୫ ମିନିଟ ରେ ଥରେ ଗୋଡ ଧୋଇବାକୁ ପସନ୍ଦ କରିଥାନ୍ତି।
ଯେତେବେଳେ କି ପ୍ରିୟଙ୍କା ଚୋପ୍ରା ତାଙ୍କର ସବୁ ଜିନିଷ ମ୍ୟାଚିଂ ପାଇଁ ବେଶ ଜଣାଶୁଣା । ପ୍ରିୟଙ୍କା ତାଙ୍କ ପୋଷାକଠାରୁ କାନଫୁଲ, ବ୍ୟାଗ ପର୍ଯ୍ୟନ୍ତ ସବୁକିଛି ମ୍ୟାଚିଂ ପିନ୍ଧିବାକୁ ପସନ୍ଦ କରନ୍ତି। ଯଦି ଏହା ନହୁଏ, ତେବେ ସେ ବିରକ୍ତ ହୁଅନ୍ତି ।
ରଣବୀର ସିଂଙ୍କର ମଧ୍ୟ ଏପରି ଅଭ୍ୟାସ ଅଛି ଯେ ବେଳେବେଳେ ଦୀପିକା ପାଦୁକୋନ ମଧ୍ୟ ବିରକ୍ତ ହୁଅନ୍ତି । ରଣବୀର ସିଂଙ୍କର ଅତ୍ୟଧିକ ଡିଓ, ଅତର ଏବଂ ସାନିଟାଇଜର ବ୍ୟବହାର କରିବାର ଅଭ୍ୟାସ ଅଛି ।
ଅନ୍ୟପକ୍ଷରେ, ଅଭିନେତ୍ରୀ କରୀନା କପୁର ତାଙ୍କ ଫିଗର ଏବଂ ଓଜନ ବିଷୟରେ ବହୁତ ସଚେତନ ରହିଥାନ୍ତି । ଯେତେବେଳେ କରୀନା ଟିକେ ମୋଟା ହେବା ଆରମ୍ଭ କରନ୍ତି, ସେତେବେଳେ ସେ ଓଜନ ହ୍ରାସ କରିବାରେ ବ୍ୟସ୍ତ ରୁହନ୍ତି । କରୀନା ସର୍ବଦା ନିଜ ଫିଟନେସରେ ବ୍ୟସ୍ତ ରୁହନ୍ତି।
ସେହିପରି ଅଭିନେତା, ନିର୍ଦ୍ଦେଶକ ତଥା ଗାୟକ ଫରହାନ ଅଖତର ମଧ୍ୟ ନିଜ ଜିନିଷକୁ ଠିକ୍ ମାର୍ଗରେ ରଖିବା ପାଇଁ ଜଣାଶୁଣା। ଜିନିଷଗୁଡ଼ିକୁ ଠିକ୍ ସ୍ଥାନରେ ରଖିବାର ଅଭ୍ୟାସ ଅଛି ଫରହାନ୍ ଅଖତରଙ୍କର।
ଆୟୁଷ୍ମାନ ଖୁରାନାଙ୍କର ବାରମ୍ବାର ହାତ ଧୋଇବାର ଅଭ୍ୟାସ ଅଛି । ଆୟୁଷ୍ମାନ ତାଙ୍କ ହାତର ପରିଷ୍କାର ପରିଚ୍ଛନ୍ନତାର ଯତ୍ନ ନିଅନ୍ତି ସେଥିପାଇଁ ସେ ନଖରେ ନେଲପଲିସ୍ ବ୍ୟବହାର କରନ୍ତି ।
ଅଜୟ ଦେବଗନଙ୍କ ମଧ୍ୟ ଏମିତି ଏକ ଖରାପ ଅଭ୍ୟାସ ଅଛି। ନିଜ ହାତରୁ ସ୍ମେଲ ଆସୁଥିବାରୁ ସେ କେବେବି ହାତରେ ଖାଆନ୍ତି ନାହିଁ। ଯାହା ବି ଖାଆନ୍ତି ସବୁ ଚାମଚରେ ଖାଆନ୍ତି ।
ट्रेन्डिंग फोटोज़