Advertisement
Photo Details/zeeodisha/odisha1834500
photoDetails0hindi

Disha Patani: କିଏ ସେହି ବ୍ୟକ୍ତି? ଯିଏ ନିଜ ଶରୀରରେ ବନାଇଲେ ଦିଶାଙ୍କ ମୁହଁ ଥିବା ଟାଟୁ

Disha Patani: ବଲିଉଡ଼ ଅଭିନେତ୍ରୀ ଦିଶା ପଟନୀ ଏବେ ନିର୍ଦ୍ଦେଶନାରେ ଏଣ୍ଟ୍ରି ମାରିଛନ୍ତି । ଅଭିନେତ୍ରୀଙ୍କ ଏହି ନୂଆ ଇଂନିସକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ ଦିଶାଙ୍କୁ ନେଇ ଏକ ଆଉ ଖବର ସାମ୍ନାକୁ ଆସିଛି ।

1/5

ନିକଟରେ ଦିଶା ପଟନୀ ଓ ରୁମର୍ଡ଼ ବଏଫ୍ରେଣ୍ତଙ୍କର ଏକ ନୂଆ ଭିଡ଼ିଓ ସାମ୍ନାକୁ ଆସିଛି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଟାଇଗର ଶ୍ରଫଙ୍କ ସହ ବ୍ରେକଅପ ହେବା ପରେ ଅଭିନେତ୍ରୀଙ୍କ ନାଁ ଆଲେକ୍ସଜାଣ୍ତରଙ୍କ ସହ ଯୋଡ଼ା ଯାଇଥିଲା । 

2/5

 ଦୁହେଁଙ୍କୁ ବହୁବାର ଏକା ସହ ସ୍ପଟ୍ ମଧ୍ଯ କରାଯାଇଥିବା ବେଳେ ବର୍ତ୍ତମାନ ଆଲେକ୍ସଜାଣ୍ତରଙ୍କ ଏକ ଭିଡିଓ ଉଭୟଙ୍କ ସମ୍ପର୍କକୁ କନର୍ଫମ କରିଛି ।

3/5

ନିକଟରେ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ମଧ୍ଯ ସେୟାର କରିଥିଲେ । ଯେଉଁଥିରେ ବଏଫ୍ରେଣ୍ତ ଆଲେକ୍ସଜାଣ୍ଡାରଙ୍କ ହାତରେ ଦିଶାଙ୍କ ମୁହଁ ଥିବା ଏକ ଟାଟୁ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଟାଟୁ ଆଲେକ୍ସଜାଣ୍ଡାରଙ୍କ ପୁରା ହାତକୁ କଭର କରୁଥିବା ଦେଖିବାକୁ ମିଳିଛି ।

4/5

ଏହି ଟାଟୁ ଦେଖି ଦିଶା ମଧ୍ଯ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଭିନେତ୍ରୀ ଏହି ଭିଡିଓ ସହିତ ଆଲେକ୍ସଜାଣ୍ଡାରର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି, 'ମୁଁ ତୁମ ସହ ବାନ୍ଧି ହୋଇଛି ଆଲେକ୍ସି, ମୁଁ ବହୁତ ଭାଗ୍ୟବାନ ଯେ ତୁମେ ମୋର ବନ୍ଧୁ ।' ଏହା ସହିତ ଦିଶା ତିନୋଟି ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି ।

5/5

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢିଯାଇଛି । ଏହାପୂର୍ବରୁ ସୋସିଆଲ ମିଡିଆରେ ଦିଶାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଆଲେକ୍ସଜାଣ୍ଡାଙ୍କୁ ତାଙ୍କ ପ୍ରେମିକ ବୋଲି କହି ବନ୍ଧୁଙ୍କ ସହ ପରିଚିତ କରୁଥିବା ଦେଖିବାକୁ ମିଳିଥିଲା।