Advertisement
Photo Details/zeeodisha/odisha1821296
photoDetails0hindi

Rani Mukherjee: ୫ ମାସର ଗର୍ଭବତୀ ଥିଲି, ଗର୍ଭ ନଷ୍ଟ ହେବାର ୧୦ ଦିନ ପରେ ମୋତେ...

Rani Mukherjee: ରାଣୀ ମୁର୍ଖାଜୀଙ୍କୁ ହୁଏତ କୌଣସି ପରିଚୟର ଆବଶ୍ୟକତା ନାହିଁ । ୯୦ ଦଶକରୁ ଆଜି ଯାଏଁ ଦର୍ଶକଙ୍କ ହୃଦୟରେ ରାଜ କରିଆସୁଛନ୍ତି ଏହି ଅଭିନେତ୍ରୀ । ନିକଟରେ ରାଣୀ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏଭଳି ଏକ କଥା କହିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

1/7

ନିକଟରେ ଇଣ୍ତିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ନରେ ରାଣୀ ଜଣେ ବକ୍ତା ଭାବେ ଯୋଗ ଦେଇଥିଲେ ।

2/7

ଏହି ଅବସରରେ ଅଭିନେତ୍ରୀ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ କଥା କହିଥିଲେ ଯାହାକୁ ଶୁଣି ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

3/7

ରାଣୀ କହିଥିଲେ ଯେ,' ୨୦୨୦ ମସିହାରେ ମୋର ଗର୍ଭନଷ୍ଟ ହୋଇଥିଲା । ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବା ଲାଗି ମୁଁ ପ୍ରସ୍ତୁତ ହେଉଥିବା ବେଳେ ତାହା ନଷ୍ଟ ହୋଇଯାଇଥିଲା । ସେ ସମୟରେ ମୁଁ ୫ ମାସର ଗର୍ଭବତୀ ଥିଲି' ।

4/7

ସେ ଆଉ ମଧ୍ଯ କହିଥିଲେ ଯେ, ‘ଦ୍ବିତୀୟ ସନ୍ତାନ ନଷ୍ଟ ହେବା ପରେ ମୁଁ ସେହି ମୁହୁର୍ତ୍ତରେ ଭାଙ୍ଗି ଯାଇଥିଲି । ଦ୍ବିତୀୟ ଥର ମାଆ ହେବା ସୌଭାଗ୍ୟ ପାଇ ପାରିଲି ନାହିଁ’ ।

5/7

ରାଣୀ କହିଥିଲେ, ‘ଗର୍ଭ ନଷ୍ଟ ହେବାର ୧୦ ଦିନ ପରେ ମୋତେ ଏକ ଫିଲ୍ମ ଲାଗି ଅଫର ମିଳିଥିଲା’ ।

6/7

‘ମୁଁ ସେ ସିନେମା କରିବା ନେଇ ରାଜି ହୋଇଥିଲି । ବର୍ତ୍ତମାନ ସୁଦ୍ଧା ସେହି ଚଳଚ୍ଚିତ୍ରର ନିର୍ଦ୍ଦେଶକ, ପ୍ରଯୋଜକ ଏମିତି କି କଳାକାର ଏବେ ସୁଦ୍ଧା ଜାଣି ନାହାନ୍ତି କି, ମୁଁ ସେହି ସମୟରେ କେଉଁ କଷ୍ଚରେ ଦିନ କାଟୁଥିଲି’ ।

7/7

 ‘ସେହି ଦିନ କଥା ମନେ ପଡ଼ିଲେ ମୋ ମନ କୋହରେ ଭରି ଯାଏ । ଏହି କଷ୍ଟକୁ ମୁଁ ମରିବା ଯାଏଁ ଭୁଲି ପାରିବି ନାହିଁ । ଏମତି କଷ୍ଟ ଭଗବାନ କାହାକୁ ନ ଦିଅନ୍ତୁ ‘।