Advertisement
photoDetails0hindi

Year End 2022: ଚଳିତବର୍ଷ ଏହି ୫ ଖେଳାଳି ନିଜ ପେଶାକୁ କହିଲେ ଅଲବିଦା, ତାଲିକାରେ ତିନି ଭାରତୀୟ

Cricketer Retirement News: ବର୍ଷ ୨୦୨୨ରେ ବହୁ ଖେଳାଳି ଖେଳରୁ ସନ୍ନ୍ୟାସ ନେଇଛନ୍ତି।  ଏହି ଖେଳାଳିମାନେ ବର୍ଷ ବର୍ଷ ଧରି ପଡ଼ିଆରେ ନିଜର ଜଲୱା ଦେଖାଇଥାନ୍ତି। କିନ୍ତୁ ୨୦୨୨ ମସିହାରେ, ଏହି ଖେଳାଳିମାନେ ପଡ଼ିଆରୁ ଦୂରେଇ ଯାଇଥିଲେ । ଆସନ୍ତୁ ଜାଣିବା ଏହି ଖେଳାଳୀମାନଙ୍କ ବିଷୟରେ। 

1/5

ୱେଷ୍ଟଇଣ୍ଡିଜ୍ ର ଷ୍ଟାର ଅଲରାଉଣ୍ଡର କିରୋନ୍ ପୋଲାର୍ଡ ୨୦ ଏପ୍ରିଲ ୨୦୨୨ ରେ କ୍ରିକେଟ୍ ର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ସେ ନିଜେ ୱେଷ୍ଟଇଣ୍ଡିଜ୍ ଦଳକୁ ନେଇ ଅନେକ ମ୍ୟାଚ୍ ଜିତାଇଥିଲେ। ସେ ୧୨୩ ଟି ୱାନଡେ ଏବଂ ୧୦୧ ଟି -20 ମ୍ୟାଚ୍ ଖେଳିଛନ୍ତି।

2/5

ଇଅନ୍ ମୋର୍ଗାନ୍ ଇଂଲଣ୍ଡକୁ ୨୦୧୯ରେ ୱାନଡେ ୱାର୍ଲଡକପ ଦେଇଥିଲେ। ସେ ୨୮ ଜୁନ୍ ୨୦୨୨ ରେ ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଇଥିଲେ। ସେ ଇଂଲଣ୍ଡକୁ ୱାନଡେ ୱାର୍ଲଡକପ୍  ବିଶ୍ୱକପ ଜିତିବାରେ ପ୍ରଥମ ଅଧିନାୟକ ହୋଇଥିଲେ।  

3/5

ଭାରତୀୟ ମହିଳା କ୍ରିକେଟ୍ ଦଳର ଷ୍ଟାର ଫାଷ୍ଟ ବୋଲର ଝୁଲଣ ଗୋସ୍ୱାମୀ ନିଜେ ୨୦୨୨ ମସିହାରେ ଅବସର ଘୋଷଣା କରିଥିଲେ। ସେ ଇଂଲଣ୍ଡ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିଲେ। ସେ ୧୨ ଟି ଟେଷ୍ଟ ମ୍ୟାଚରେ ମୋଟ ୪୪ ୱିକେଟ୍ ନେଇଥିଲେ। ୨୦୪ ୱାନଡେ ମ୍ୟାଚରେ ୨୫୫ ୱିକେଟ୍ ନେଇଥିଲେ । ଏଥି ସହିତ ୬୮ଟି -20 ମ୍ୟାଚରେ ୫୬ ୱିକେଟ୍ ନେଇଥିଲେ।

4/5

ବର୍ଷ ୨୦୦୭ ରେ ଟି-20 ୱାର୍ଲଡକପ୍  ବିଜେତା ଦଳର ଅଂଶ ଥିବା ରବିନ୍ ଉଥାପ୍ପା ୧୪ ସେପ୍ଟେମ୍ବର ୨୦୨୨ରେ କ୍ରିକେଟ୍ ର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ। ସେ ଭାରତ ପାଇଁ ୪୬ଟି ୱାନଡେ ମ୍ଯାଚ ଏବଂ ୧୨ ଟି ଟି -20 ମ୍ୟାଚ୍ ଖେଳିଛନ୍ତି।

5/5

ଭାରତୀୟ ମହିଳା ଦଳର ଅଧିନାୟକ ତଥା ଭେଟେରାନ ଖେଳାଳି ମିତାଲି ରାଜ ୮ ଜୁନ୍ ୨୦୨୨ ରେ କ୍ରିକେଟ୍ ର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ୪୦ ବର୍ଷ ବୟସରେ ସେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଭାରତ ପାଇଁ ୧୨ଟି ଟେଷ୍ଟ, ୨୩୨ ଟି ୱାନଡେ ଏବଂ ୮୯ଟି-20 ମ୍ୟାଚ ଖେଳିଛନ୍ତି।