Advertisement
Photo Details/zeeodisha/odisha1836489
photoDetails0hindi

Israel Made Weapons: ଇସ୍ରାଏଲ ଦ୍ୱାରା ନିର୍ମିତ ବିଶ୍ୱର ସବୁଠାରୁ ବିପଜ୍ଜନକ ହତିଆର; ଯିଏ ଆଖି ପିଛୁଳାକେ କରିଥାଏ ଶତ୍ରୁର ବିନାଶ

1/6

ସର୍ବପ୍ରଥମେ ଆମେ ଆପଣଙ୍କୁ ଉଜି ସବମେସିନ ଗନ (Israel Uzi Submachine Gun) ବନ୍ଧୁକ ବିଷୟରେ କହୁଛୁ। ଇସ୍ରାଏଲ ଦ୍ୱାରା ନିର୍ମିତ ଏହି ବନ୍ଧୁକ ଏହାର ଆକାର ପାଇଁ ଜଣାଶୁଣା। ଉଜି ସବମେସିନ ଗନ ଏତେ ମାରାତ୍ମକ ଯେ କୌଣସି ଶତ୍ରୁ ଏହି ବନ୍ଧୁକ ସାମ୍ନାରେ ତିଷ୍ଠି ପାରନ୍ତି ନାହିଁ। ଗୁପ୍ତଚର ଏଜେଣ୍ଟ ଏବଂ ଗରିଲା ଯୁଦ୍ଧ ଲଢୁଥିବା ସୈନ୍ୟଙ୍କ ଏହି ବନ୍ଧୁକ ହେଉଛି ସବୁଠାରୁ ପସନ୍ଦୀୟ ଅସ୍ତ୍ର।

 

2/6

ଦ୍ୱିତୀୟ ସ୍ଥାନରେ ରହିଛି ଦେଶର ସୁରକ୍ଷା କବଚ କୁହାଯାଉଥିବା "ଆଇରନ ଡୋନ" (Iron Dome)। ସମଗ୍ର ବିଶ୍ୱରେ ଇସ୍ରାଏଲ ହେଉଛି ଏପରି ଏକ ଦେଶ ଯାହାର କୌଣସି ସ୍ଥାନରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇ ପାରିବ ନାହିଁ। ଆଇରନ ଡୋନ ହେଉଛି ଇସ୍ରାଏଲ ଦ୍ୱାରା ବିକଶିତ ହୋଇଥିବା ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀ (Israel Air Defence System)। "ଆଇରନ ଡୋନ" ୭୦ କିଲୋମିଟର ଦୂରରୁ ଆକାଶ ମାର୍ଗରେ ଆସୁଥିବା ଶତ୍ରୁ ପକ୍ଷର କୌଣସି ବିମାନ, ରକେଟ କିମ୍ବା କ୍ଷେପଣାସ୍ତ୍ରକୁ ଚିହ୍ନଟ କରି ନଷ୍ଟ କରିଦିଏ। 

 

3/6

ତୃତୀୟ ସ୍ଥାନରେ "ଏଫ ୧୬୧ ସୁଫା ଫାଇଟର୍ ଜେଟ୍" (F16I Sufa Fighter Jet)। ଏହି ଯୁଦ୍ଧ ବିମାନ ଅନେକ ପ୍ରକାରର ମାରାତ୍ମକ ଅସ୍ତ୍ର ଏବଂ ଏକ ସ୍ୱତନ୍ତ୍ର ରାଡାର ସହିତ ସଜ୍ଜିତ ହୋଇଛି। ଏହା ସହିତ ଇସ୍ରାଏଲ ପାଖରେ ଏପରି ସ୍ୱତନ୍ତ୍ର ହେଲମେଟ ରହିଛି, ଯାହା ମାଧ୍ୟମରେ ସେ କେବଳ ଶତ୍ରୁ ପକ୍ଷଙ୍କୁ ଦେଖିବା ମାତ୍ରେ ଟାର୍ଗେଟ କରିପାରେ।

 

4/6

ଚତୁର୍ଥ ସ୍ଥାନରେ ଏକ ସ୍ୱତନ୍ତ୍ର ପ୍ରକାରର ଡ୍ରୋନ୍ (Israel Made Drones) ରହିଛି। ଅନେକ ସେନ୍ସର ଏବଂ ବିପଜ୍ଜନକ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ଏହି ଡ୍ରୋନ୍ ଆଖି ପିଛୁଳାକେ ନିଜର ଲକ୍ଷ୍ୟକୁ ନଷ୍ଟ କରିବାର କ୍ଷମତା ରଖିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଡ୍ରୋନ୍ ଗୋଟିଏ ଦିନରୁ ଅଧିକ ସମୟ ଧରି ଆକାଶ ମାର୍ଗରେ ରହିପାରେ।

5/6

ପଞ୍ଚମ ସ୍ଥାନରେ ରହିଛି ଇସ୍ରାଏଲ ଦ୍ୱାରା ବିକଶିତ ମର୍କଭା ଏମକେ୪ ଟ୍ୟାଙ୍କ (Merkava MK4 Tank Israel)। ଏହି ମାରାତ୍ମକ ଟ୍ୟାଙ୍କ ୧୨୦ ମିଲିମିଟର "ସ୍ମୁଥବୋର ଗନ୍" (Merkava MK4 Tank Smoothbore Gun) ସହିତ ସଜ୍ଜିତ ହୋଇଛି। ଏହା ସହିତ "ଲେଜର ୱାର୍ଣ୍ଣିଂ ସିଷ୍ଟମ" (Merkava MK4 Tank Laser Warning System) ଏବଂ "ସ୍ମୋକ ଷ୍କ୍ରିନ ଗ୍ରେନେଡସ୍" (Merkava MK4 Tank Smoke Screen Grenades) ମଧ୍ୟ ଏହି ଟ୍ୟାଙ୍କ ମଧ୍ୟରେ ସ୍ଥାପନ କରାଯାଇଛି। ଆପଣଙ୍କୁ କହିରଖୁଛୁ ଯେ ମର୍କଭା ଏମକେ୪ ଟ୍ୟାଙ୍କ ମଧ୍ୟରେ ଲାଗିଥିବା ୧୨୦ ମିଲିମିଟର "ସ୍ମୁଥବୋର ଗନ୍",  HEAT ଏବଂ Sabot Round ସହିତ LAHAT Anti Tank Guided Missiles ନିକ୍ଷେପ କରିବାରେ ସକ୍ଷମ।

6/6

ଷଷ୍ଠ ସ୍ଥାନରେ "ଡର୍ବି ମିସାଇଲ" (Israel Derby Missile) ରହିଛି। ଏହି କ୍ଷେପଣାସ୍ତ୍ର ଇସ୍ରାଏଲ୍ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। "ଡର୍ବି ମିସାଇଲ" ବିଶ୍ୱରେ ବ୍ୟବହୃତ ହେଉଥିବା ଅନେକ ଯୁଦ୍ଧ ବିମାନରେ ବ୍ୟବହୃତ ହୋଇଥାଏ। ଇସ୍ରାଏଲ୍ ନିଜେ ମଧ୍ୟ ଏହାକୁ ବ୍ୟବହାର କରିଥାଏ। ବାୟୁ ମାର୍ଗରେ କୌଣସି ଲକ୍ଷ୍ୟକୁ ଭେଦ କରିବାରେ  "ଡର୍ବି ମିସାଇଲ" ହେଉଛି ବିଶ୍ୱର ସର୍ବୋତ୍ତମ କ୍ଷେପଣାସ୍ତ୍ର।