Bigg boss 17 fees: 'ବିଗ୍ ବସ୍' ସିଜନ୍ ୧୭ରେ ଆରମ୍ଭ ହୋଇସାରିଛି। ପ୍ରତ୍ୟେକ ପ୍ରତିଯୋଗୀ ନିଜ ନିଜ ରଣନୀତି ଅନୁଯାୟୀ ଖେଳୁଥିବା ନଜର ଆସିଛନ୍ତି । ଶୋ’ରେ ଷ୍ଟାର ମାନଙ୍କୁ ସେମାନଙ୍କର ପ୍ରକୃତ ରୂପରେ ଦେଖିବାକୁ ମିଳିଥାଏ । ତେବେ ଏହି ଷ୍ଟାରମାନଙ୍କୁ ମୋଟା ଅଙ୍କର ଫି’ ଦେଇ ଶୋ’କୁ ଅଣାଯାଇଥାଏ । ତେବେ ଆସନ୍ତୁ ଜାଣିବା 'ବିଗ୍ ବସ୍' ସିଜନ୍ ୧୭ରେ ଭାଗ ନେବା ପାଇଁ ହୋଷ୍ଟ ସଲମାନ ଖାନଙ୍କଠାରୁ ଆରମ୍ଭ କରି କିଛି ଲୋକପ୍ରିୟ ସେଲିବ୍ରେଟ୍ କେତେ ଫି’ ନେଇଛନ୍ତି ।
ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀ ମନାରାଚୋପ୍ରାଙ୍କୁ ପ୍ରତି ସପ୍ତାହ ପାଇଁ ୧୦ ଲକ୍ଷ ଟଙ୍କା ନେଉଛନ୍ତି ।
ଘରେ ରହିବାକୁ ଅଭିଷେକ କୁମାରଙ୍କୁ ପ୍ରତି ସପ୍ତାହରେ ୫ ଲକ୍ଷ ଟଙ୍କା ଦିଆଯାଉଛି।
'ଉଡ଼ାରିୟାନ୍' ଅଭିନେତ୍ରୀ ତଥା ଅଭିନେତା ଅଭିଷେକ କୁମାରଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଇଶା ଶୋ ପାଇଁ ସପ୍ତାହିକ ୭.୫ ଲକ୍ଷ ଟଙ୍କା ନେଉଛନ୍ତି ।
'ଗୁମ୍ ହୈ କିସି କେ ପ୍ୟାର୍ ମେନ୍' ମାଧ୍ୟମରେ ହିଟ୍ ହୋଇଥିବା ନିଲ୍ ଭଟ୍ଟ ଓ ଐଶ୍ୱର୍ଯ୍ୟା ଶର୍ମା ଏଥିରେ ଭାଗ ନେଇଛନ୍ତି । ସୋ' ପାଇଁ ନୀଲଙ୍କୁ ୭ରୁ ୮ ଲକ୍ଷ ଟଙ୍କା ଓ ଐଶ୍ୱର୍ଯ୍ୟାଙ୍କୁ ୧୧ ରୁ ୧୨ ଲକ୍ଷ ଟଙ୍କା ମିଳୁଛି।
କଙ୍ଗନା ରାନାୱତଙ୍କ ସୋ 'ଲକ୍ଅପ୍'ର ବିଜେତା ମୁନ୍ନଭର ଫାରୁକି ସପ୍ତାହକୁ ୭ରୁ ୮ ଲକ୍ଷ ଟଙ୍କା ପାଉଛନ୍ତି।
‘ପବିତ୍ର ରିସ୍ତା’ ଫେମ୍ ଅଙ୍କିତା ଲୋଖଣ୍ଡେ ପ୍ରତି ସପ୍ତାହ ପାଇଁ ୧୨ ଲକ୍ଷ ଟଙ୍କା ନେଉଥିବା ବେଳେ ସ୍ୱାମୀ ବିକି ଜୈନଙ୍କୁ ୫ ଲକ୍ଷ ଟଙ୍କା ମିଳୁଛି।
'ବିଗ୍ ବସ୍' ସିଜନ ୧୭ ହୋଷ୍ଚ କରିବା ପାଇଁ ସୁପରଷ୍ଟାର ସଲମାନ ଖାନ ପ୍ରତି ସପ୍ତାହ ପାଇଁ ୧୨ କୋଟି ଟଙ୍କା ନେଉଥିବା ଜଣାପଡ଼ିଛି ।
ट्रेन्डिंग फोटोज़