Advertisement
Photo Details/zeeodisha/odisha1894151
photoDetails0hindi

HBD Hrushikesh Mukharjee: ୨୫ ବର୍ଷ ପୂର୍ବେ ରିଲିଜ ହୋଇଥିଲା ଶେଷ ଚଳଚ୍ଚିତ୍ର, ରୋଜଗାର କରିଥିଲା ଏତିକି କୋଟି

HBD Hrushikesh Mukharjee: ଦୀର୍ଘ ୫ ଦଶନ୍ଧି ଧରି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ ହ୍ରୃଶିକେଶ ମୁଖାର୍ଜୀ। ସୁପରଷ୍ଚାର ରାଜ କପୁର ଓ ଦିଲୀପ କୁମାରଙ୍କ ପାଇଁ ସେ ବହୁ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ । ଅନିଲ କପୁର ତାଙ୍କ ଶେଷ ନିର୍ଦ୍ଦେଶିତ ଫିଲ୍ମରେ ନଜର ଆସିଥିଲେ । ତେବେ ଏହି ମହାନ ନିର୍ଦ୍ଦେଶକଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କୁ ନେଇ କିଛି ଜଣା ଓ ଅଜଣା କଥା ।

1/5

ବଲିଉଡ଼ ନିର୍ଦ୍ଦେଶକ ହ୍ରୃଶିକେଶ ମୁଖାର୍ଜୀ ନିଜ କ୍ୟାରିୟରରେ ଅନେକ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ । ଏହା ସେହି ସମୟ ଥିଲା ଯେତେବେଳେ ବକ୍ସ ଅଫିସ୍ ରେ ନୁହେଁ ବରଂ ଲୋକଙ୍କ ହୃଦୟରେ ଚଳଚ୍ଚିତ୍ର ରାଜ କରୁଥିଲା । ଏହାକୁ ହିଁ ସଫଳତାର ମାପକାଠି ଭାବେ ଗଣାଯାଉଥିଲା । ହ୍ରୃଶିକେଶ ମୁଖାର୍ଜୀଙ୍କ ଫିଲ୍ମକୁ ସେ ସମୟରେ ଯୁବପୀଢି ମାନେ ମଧ୍ଯ ବେଶ ପସନ୍ଦ କରୁଥିଲେ । ତେବେ କ’ଣ ଆପଣ ଜାଣନ୍ତି କି, ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କ ଶେଷ ଫିଲ୍ମ କେତେ ଟଙ୍କା ରୋଜଗାର କରିଥିଲା ?

2/5

ହ୍ରୃଶିକେଶ ମୁଖାର୍ଜୀ ବହୁ ପିଢୀର କଳାକାରମାନଙ୍କ ସହିତ କାମ କରିଥିଲେ । ନିଜର ଚତ୍ମକାର ନିର୍ଦ୍ଦେଶନା ଯୋଗୁଁ ସେ ଅନେକ କଳାକାର ମାନଙ୍କୁ ପ୍ରେରଣା ଦେବା ସହ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।

3/5

୧୯୫୭ ମସିହାରେ ରିଲିଜ ହୋଇଥିବା ‘ମୁସାଫିର’ ଚଳଚ୍ଚିତ୍ରରୁ ସେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଏଥିରେ ଦିଲୀପ କୁମାର, ସୁଚିତ୍ରା ସେନ୍ ଓ କିଶୋର କୁମାର ନଜର ଆସିଥିଲେ। ପ୍ରଥମ ଚଳଚ୍ଚିତ୍ରରୁ ହିଁ ଭବିଷ୍ୟତରେ ଜଣେ ପ୍ରତିଭାବାନ ନିର୍ଦ୍ଦେଶକ ହେବେ ବୋଲି ଆଭାସ ମିଳିଥିଲା ।

4/5

 ବହୁ ଗମ୍ଭୀର ବିଷୟ ବସ୍ତୁକୁ, ସେ ଚଳଚ୍ଚିତ୍ର ମାଧ୍ୟମରେ ହାଲୁକା ଓ ମଜାଳିଆ ଢଙ୍ଗରେ ଉପସ୍ଥାପନ କରୁଥିଲେ । ‘ବାୱାର୍ଚି’, ‘ଗୋଲମାଲ’, ‘ଆର୍ଶୀବାଦ’, ‘ଗୁଡ଼୍ଡି’, ‘ମିଲି ୟା ଅର୍ଜୁନ ପଣ୍ଡିତ’ ଏହି ଚଳଚ୍ଚିତ୍ର ଗୁଡ଼ିକ ତାଙ୍କ ସ୍ୱଚ୍ଛ ଓ ଭିନ୍ନ ଶୈଳୀକୁ ଦର୍ଶାଇଥାଏ ।

5/5

‘ଜୁଟ ବୋଲେ କଉଆ କାଟେ’ ତାଙ୍କ ନିର୍ଦ୍ଦେଶିତ ଶେଷ ଚଳଚ୍ଚିତ୍ର ଥିଲା। ଏହି ଫିଲ୍ମରେ ଅନିଲ କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ବଲିଉଡ଼ ହଙ୍ଗାମା ରିପୋର୍ଟ ଅନୁଯାୟୀ,  ଏହି ଫିଲ୍ମଟି ସେ ସମୟରେ ୪ରୁ ୫ କୋଟି ଟଙ୍କା ରୋଜଗାର କରିଥିଲେ । ଯାହା ସେତେବେଳର ସର୍ବୋତ୍ତମ ବକ୍ସ କଲେକ୍ସନ୍ ଥିଲା । ଏଥିରେ ଉର୍ମିଲା, ଅମରେଶ ପୁରୀ ଓ ଅନୁପମ ଖେର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ।