Advertisement
Photo Details/zeeodisha/odisha1793748
photoDetails0hindi

kangana Ranaut: ଘରକୁ ଆସିବେ ନୂଆ ଅତିଥି, ଫଟୋ ସେୟାର କରି ଖୁସି ଖବର ଦେଲେ କଙ୍ଗନା ରାନାୱତ

kangana Ranaut: କଙ୍ଗନା ରାନାୱତଙ୍କ ଭାଇ କିଛି ବର୍ଷ ପୂର୍ବେ ବିବାହ କରିଥିଲେ । କଙ୍ଗନାଙ୍କ ଘରେ ଏବେ ଖୁସିର ମାହୋଲ । ନିକଟରେ ଅଭିନେତ୍ରୀଙ୍କ ଘରୁ ସେଲିବ୍ରେସନର ଫଟୋ ସାମ୍ନାକୁ ଆସିଛି । ଯାହାର ଫଟୋ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

1/6

କେବଳ କଙ୍ଗନାଙ୍କ ଫ୍ୟାନ୍ସ କାହିଁକି ତାଙ୍କ ପରିବାର ଲୋକେ ମଧ୍ଯ ଚାହାଁନ୍ତି ଯେ ଅଭିନେତ୍ରୀ ଯଥାଶୀଘ୍ର ବିବାହ କରନ୍ତୁ । ଯଦିଓ ଅଭିନେତ୍ରୀଙ୍କ ତାଙ୍କ ଜୀବନର ମିଷ୍ଟର ରାଇଟକୁ ନେଇ ବର୍ତ୍ତମାନ ସୁଦ୍ଧା ଖୁଲାସା କରିନାହାନ୍ତି । ତେବେ ନିକଟରେ କଙ୍ଗନା ରାନାୱତଙ୍କ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା ।

2/6

କାରଣ ଖୁବଶୀଘ୍ର କଙ୍ଗନା ପିଉସୀ ହେବାକୁ ଯାଉଛନ୍ତି । ଅଭିନେତ୍ରୀଙ୍କ ଭାଉଜ ଋିତୁ ରାନାୱତ ମାଆ ହେବାକୁ ଯାଉଛନ୍ତି ।  

3/6

ନିକଟରେ ଅଭିନେତ୍ରୀ ଭାଉଜଙ୍କ ଗୋଦଭରାଈ କାର୍ଯ୍ୟକ୍ରମର ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ବିବାହର ଅଢେଇ ବର୍ଷ ପରେ କଙ୍ଗନାଙ୍କ ଭାଇ ଅକ୍ଷତ ପିତା ହେବାକୁ ଯାଉଛନ୍ତି। ୨୦୨୦ ନଭେମ୍ବର ମାସରେ ସେ ଋିତୁଙ୍କୁ ବିବାହ କରିଥିଲେ।

4/6

ଫଟୋ ସେୟାର କରି କଙ୍ଗନା କ୍ୟାପସନରେ ଲେଖିଛନ୍ତି, ଯେ 'ଭାଉଜ ରିତୁ ରାନାୱତଙ୍କ ବେବି ସାୱାରର କିଛି ଝଲକ ଆପଣଙ୍କ ସହ ସେୟାର କରୁଛି । ଆମର ହୃଦୟ ଆନନ୍ଦରେ ପୂର୍ଣ୍ଣ ରହିଛି । ଆମେ ସମସ୍ତେ ଶିଶୁ ରାନାୱତଙ୍କୁ ଅପେକ୍ଷା କରିଛୁ । ଆପଣଙ୍କ ଶୁଭକାମନା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ' ।

5/6

କଙ୍ଗନାଙ୍କ ଏହି ପୋଷ୍ଟରେ ଅନୁପମ ଖେର କମେଣ୍ଚ କରି ଲେଖିଛନ୍ତି, 'ଅଭିନନ୍ଦନ, ଜୟ ହୋ ।  ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ' ଆପଣଙ୍କୁ ବିବାହ କରୁଥିବାର ଦେଖିବାକୁ ଚାହୁଁଛୁ ।

6/6

ଗୋଟିଏ ଫଟୋରେ କଙ୍ଗନାଙ୍କ ଭାଉଜ ନିଜ ବେବି ବମ୍ପ ଦେଖାଉଥିବା ଦେଖିବାକୁ ମିଳିଛି ।  ଅନ୍ୟ ଏକ ଫଟୋରେ, କଙ୍ଗନା ଓ ତାଙ୍କ ମାଆ ବୋହୂକୁ ଏକ ଗହଣା ସେଟ୍ ଉପହାର ଦେଉଥିବା ଦେଖିବାକୁ ମିଳୁଛି ।