Advertisement
Photo Details/zeeodisha/odisha2011791
photoDetails0hindi

Shreyas Talpade: କେବଳ ଶ୍ରେୟସ ତଲପଡେ ନୁହଁନ୍ତି, କମ୍ ବୟସରେ ହୃତଘାତର ଶିକାର…

Celebs Who suffered heart attack at a young age: ହୃଦଘାତର ଶିକାର ହୋଇଛନ୍ତି ଅଭିନେତା ଶ୍ରେୟସ ତଲପଡେ । ଗୁରୁବାର ସନ୍ଧ୍ୟା ସମୟରେ ଅଭିନେତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ତେବେ ଆସନ୍ତୁ ଜାଣିବା ସେହି ସେଲିବ୍ରେଟିଙ୍କ ବିଷୟରେ ଯେଉଁମାନେ ୫୦ ବର୍ଷ ପୂର୍ବରୁ ହୃଦଘାତର ଶିକାର ହୋଇସାରିଛନ୍ତି ।

1/5

ଚଳିତ ବର୍ଷ ଆରମ୍ଭରେ ଅଭିନେତ୍ରୀ ସୁସ୍ମିତା ସେନ୍ ମଧ୍ୟ ହୃଦଘାତର ଶିକାର ହୋଇଥିଲେ। ୪୭ ବର୍ଷ ବୟସରେ ଅଭିନେତ୍ରୀ ଆଞ୍ଜିଓପ୍ଲାଷ୍ଟି କରିଥିଲେ। ସୁସ୍ମିତା ସେନ୍ ନିଜର ଏକ ଇନଷ୍ଟାଗ୍ରାମ ଭିଡିଓରେ ଖୁଲାସା କରିଥିଲେ ଯେ, ତାଙ୍କ ହୃଦୟକୁ ଯାଉଥିବା ମୁଖ୍ୟ ଧମନୀର ୯୫% ବ୍ଲକ୍ ହୋଇଯାଇଥିଲା ।

2/5

୨୦୦୭ରେ ସୈଫ ଅଲ୍ଲୀ ଖାନ ହୃଦଘାତ ଶିକାର ହୋଇଥିଲେ। ସ୍ଥିତି ଗମ୍ଭୀର ଥିବାରୁ ଅଭିନେତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଇସିଜି କରାଯାଇଥିଲା । ସେତେବେଳେ ସୈଫଙ୍କୁ ୩୬ ବର୍ଷ ବୟସ ହୋଇଥିଲା।

3/5

୪୦ ବର୍ଷ ବୟସରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ହୃଦଘାତରେ ପୀଡିତ ହୋଇଥିଲେ। ତାଙ୍କୁ ମୁମ୍ବାଇର କପୁର୍ ହସ୍ପିଟାଲକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୨୦୨୧ ସେପ୍ଟେମ୍ବର ୨ରେ ତାଙ୍କର ମୃତ୍ୟୁ ହୋଇଥିଲା।

4/5

ପ୍ରସିଦ୍ଧ କମେଡ଼ିଆନ ସୁନୀଲ ଗ୍ରୋଭର ୨୦୨୨ ମସିହାରେ ହୃଦଘାତର ଶିକାର ହୋଇଥିଲେ। ହାସ୍ୟ ଅଭିନେତାଭଙ୍କ ବାଇପାସ୍ ସର୍ଜରୀ କରାଯାଇଥିଲା । ସେତେବେଳେ ତାଙ୍କୁ ୪୫ ବର୍ଷ ହୋଇଥିଲା।

5/5

ଜଣାଶୁଣା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ସୁଜା ୪୫ ବର୍ଷ ବୟସରେ ହୃଦଘାତର ଶିକାର ହୋଇଥିଲେ। ୨୦୨୦ରେ, ହୃଦଘାତରେ ପୀଡିତ ରେମୋ ଆଞ୍ଜିଓପ୍ଲାଷ୍ଟି କରିଥିଲେ।