Advertisement
Photo Details/zeeodisha/odisha1781951
photoDetails0hindi

Celebrity Kids Income : ନିଜର ପ୍ରଥମ ଇନକମକୁ ଏପରି ଖର୍ଚ୍ଚ କରିଛନ୍ତି ସେଲିବ୍ରିଟିଙ୍କ ସନ୍ତାନ

Celebrity Kids Income : ସିଲିବ୍ରିଟିମାନେ(Celebrity ) ନିଜ ନିଜର ଲାଇଫ୍ ଷ୍ଟାଇଲକୁ ନେଇ ଅଧିକାଂଶ ସମୟ ଲାଇମ୍ ଲାଇଟରେ ଥାଆନ୍ତି । କେବଳ ସେତିକି ନୁହେଁ, ବଲିଉଡର (Bollywood) ଓ ଟଲିଉଡର ଅନେକ ସେଲିବ୍ରଟି ଅଛନ୍ତି ଯେଉଁମାନେ ନିଜ କିଡଙ୍କ ପାଇଁ ଅଧିକାଂଶ ସମୟର ଚର୍ଚ୍ଚାକୁ ଆସନ୍ତି । ଏଭଳି ଅନେକ୍ ଷ୍ଟାର କିଡ୍ ଅଛନ୍ତି ଯେଉଁମାନେ ନିଜର ପ୍ରଥମ ଇନକମକୁ ଦାନ କରିଥାଆନ୍ତି ତ ଆଉ କିଏ ନିଜର ପ୍ରଥମ ଦରମାରେ ବଙ୍ଗଲୋ ଓ ଦାମୀ କାର କିଣି ଥାଆନ୍ତୁ ।

1/7

ସାଉଥ୍‌ ଇଣ୍ଡଷ୍ଟ୍ରିର ସୁପର୍‌ଷ୍ଟାର୍‌ ମହେଶ ବାବୁ ଏବଂ ବଲିଉଡ୍‌ର ପୂର୍ବତନ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କ ସୁନ୍ଦର ଝିଅ ସୀତାରା । ସୀତାରାଙ୍କୁ  ପିଏମଜି ଜୁଏଲର୍ସ ପାଇଁ ଫଟୋ ସୁଟ୍ କରିଛନ୍ତି।  ଏହି ବ୍ରାଣ୍ତ ତାଙ୍କୁ ବ୍ରାଣ୍ତ ଆମ୍ବାସେଡର କରିଛି।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଫଟୋ ସୁଟ୍ (jewellery Photo Shot) ପାଇଁ ସୀତାରା ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପୁରା  କୋଟିଏ ଟଙ୍କା (1 crore) ନେଇଛନ୍ତି । ଯାହା ଇଣ୍ତଷ୍ଟ୍ରିର ଜଣେ ନାମିଦାମୀ ଅଭିନେତ୍ରୀଙ୍କ ଫି ସହିତ ସମାନ । 

2/7

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,  ସୀତାରାଙ୍କ ଏହି ଫଟୋସୁଟ୍  ଟାଇମ୍ସ ସ୍କୋୟାରରେ ଜୁଲାଇ ୪ରେ ପ୍ରଦର୍ଶିତ ହୋଇଥିଲା। ସେ ଏହା କରିବା ପାଇଁ ପ୍ରଥମ ଷ୍ଟାର କିଡ୍ ହୋଇଛନ୍ତି।  ତେବେ, ଏବେ ଖବର ଆସୁଛି ଯେ, ସେ ଏହି ଟଙ୍କାକୁ ଦାନ କରିଛନ୍ତି ।  ହାଇଦ୍ରାବାଦର ଏକ ପଞ୍ଚ ତାରକା ହୋଟେଲରେ ମାଆ ନମ୍ରତା ଶିରୋଦକରଙ୍କ ସହ ସୀତାରା ତାଙ୍କ ନାମରେ ଏକ ଲୁକ୍ ବୁକ୍ ଲଞ୍ଚ କରିଥିଲେ। 

 

3/7

ଫିଲ୍ମ ନିର୍ମାତା ମେହେଶ ଭଟ୍ଟଙ୍କ ଝିଅ ହେଉଛନ୍ତି ଆଲିଆ । ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦି ୟିଅର ରେ ସେ ଡେବ୍ୟୁ କରିଥିଲେ ।  ଯେଉଁଥିପାଇଁ ତାଙ୍କୁ ୧ କୋଟି ଟଙ୍କା ମିଳିଥିଲା ।

 

4/7

ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦି ୟିଅର ରେ ଷ୍ଟାର କିଡ୍ ବରୁଣ ଧାଓ୍ବନ ଡେବ୍ୟୁ କରିଥିଲେ। ଯେଉଁଥି ପାଇଁ ତାଙ୍କୁ ୮ କୋଟି ମିଳିଥିଲା।

 

5/7

ସୈଫ୍ ଅଲ୍ଲୀ ଖାନ୍ ଙ୍କ ଝିଅ ସାରା ଅଲ୍ଲୀ ଖାନ୍ । ଫିଲ୍ମ କେଦାରନାଥରେ ସେ ଡେବ୍ୟୁ କରିଥିଲେ। ଯେଉଁଥିପାଇଁ ତାଙ୍କୁ ୫୦ ଲକ୍ଷ ଟଙ୍କା ମିଳିଥିଲା।

 

6/7

ଫିଲ୍ମ ମେକର ବୋନି କପୁରଙ୍କ ଝିଅ ଜାହ୍ନବୀ କପୁର, ଫିଲ୍ମ ଧଡକରେ ଡେବ୍ୟୁ କରିଥିଲେ। ଯେଉଁଥି ପାଇଁ ତାଙ୍କୁ ୫୦ ଲକ୍ଷ ମିଳିଥିଲା 

 

7/7

ସନି ଦେଓ୍ବଲଙ୍କ ପୁଅ କରନ ଦେଓ୍ବଲ୍, ପଲ୍ ପଲ୍ ଦିଲ୍ କେ ପାସ୍ ଫିଲ୍ମରେ ଡେବ୍ୟୁ କରିଥିଲେ । ଯେଉଁଥି ପାଇଁ ତାଙ୍କୁ ୧ କୋଟି ମିଳିଥିଲା ।