Advertisement
Photo Details/zeeodisha/odisha1777800
photoDetails0hindi

Photo Gallery: ଉତ୍ତର ଭାରତର ଜଳପ୍ରଳୟ, ଜାଣନ୍ତୁ ଦିଲ୍ଲୀ ସମେତ ୧୦ଟି ପ୍ରମୁଖ ସହରର ସ୍ଥିତି

ନୂଆଦିଲ୍ଲୀ: ଉତ୍ତର ଭାରତରେ ବର୍ଷାର ତାଣ୍ଡବ ଜାରି ରହିଛି। ହିମାଚଳ ପ୍ରଦେଶରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ବର୍ଷା ଜାରି ରହିଛି। ଦିଲ୍ଲୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଯମୂନା ନଦୀ।

1/8

ହିମାଚଳ ପ୍ରଦେଶରେ ଦେଖାଦେଇଥିବା ବନ୍ୟା ବିତ୍ପାତ କାରଣରୁ ଭୟଙ୍କର କ୍ଷୟକ୍ଷତି ହୋଇଥିବାର ଚିତ୍ର ସାମ୍ନାକୁ ଆସିଛି। 

Also Read: Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା, ୪ ସପ୍ତାହ ମଧ୍ଯରେ ଆକ୍ସନ ଟେକେନ୍ ରିପୋର୍ଟ ମାଗିଲେ NHRC

Also Read: Bhubaneswar: ନବଜାତ ଶିଶୁକୁ ଆଚାର୍ଯ୍ୟ ବିହାର ରାସ୍ତାରେ ଫିଙ୍ଗିଦେଲେ ମହିଳା, ବସ୍ତିକୁ ଉଠାଇ ନେଲେ ଆଉ ଜଣେ...

2/8

ସଦ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ ହିମାଚଳ ପ୍ରଦେଶରେ ବନ୍ୟା କାରଣରୁ ୮୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। 

3/8

ହରିଆଣାର ଯମୁନାରେ ୧ କ୍ୟୁସେକ ପାଣି ଛଡ଼ାଯାଇଛି। ଦିଲ୍ଲୀର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। 

4/8

ଆଜି ସକାଳେ (୧୪.୦୭.୨୦୨୩) ଯମୁନା ନଦୀର ଜଳସ୍ତର ୨୦୮.୪୬ ରହିଛି। ଏହା ଫଳରେ ରାଜଧାନୀ ଦିଲ୍ଲୀରେ ବନ୍ୟା ବିପଦ ବୃଦ୍ଧି ପାଇଛି। 

5/8

ପଞ୍ଜାବ ଓ ହରିଆଣାରେ ମଧ୍ୟ ବନ୍ୟା ସ୍ଥିତି ଗମ୍ଭୀର। ବନ୍ୟାରେ ୨୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା। 

6/8

ହିମାଚଳ ପ୍ରଦେଶର କାସୋଲ ଅଞ୍ଚଳରେ ୨୦୦୦ ପର୍ଯ୍ୟଟକ ଫସି ରହିଥିବା ନେଇ ସୂଚନା। ଅଟକି ରହିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ୪୦ ଜଣ ବିଦେଶୀ ପର୍ଯ୍ୟଟକ ରହିଥିବା ସୂଚନା। 

7/8

ତମାମ ଉତ୍ତର ଭାରତରେ ପ୍ରବଳ ବର୍ଷା ଓ ବର୍ଷା କାରଣରୁ ଦେଖାଦେଇଥିବା ବନ୍ୟା ପରିସ୍ଥିତି ସଂଗୀନ ହୋଇ ପଡ଼ିଛି। ଉତ୍ତରପ୍ରଦେଶରେ ୨୪ ଘଣ୍ଟାରେ ୧୨ ଜଣଙ୍କ ଜୀବନହାନୀ ଘଟିଛି। 

Also Read: ଦିଲ୍ଲୀ ମେଟ୍ରୋ ପରେ ଏବେ କୋଲକାତା ମେଟ୍ରୋରେ ମହିଳାଙ୍କ ମଧ୍ୟରେ ଘମାଘୋଟ ଲଢେଇ

8/8

ଦିଲ୍ଲୀରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡ଼ିକୁ ବନ୍ଦ କରିଦିଆଯାଇଛି।