Bodybuilding Food Tips: ଦରକାର ପଡିବନି ଜିମ୍ । ଘରେ ଥାଇ ମଧ୍ୟ ଆପଣ ପାଇପାରିବେ ଜିମ୍ ଯାଉଥିବା ଲୋକଙ୍କ ପରି ଶରୀର। ଆପଣ ନିଜ ଖାଦ୍ୟରେ ଏପରି ଜିନିଷ ଅନ୍ତର୍ଭୁକ୍ତ କରିବା ଉଚିତ, ଯାହା ଆପଣଙ୍କ ଶରୀରକୁ ଶକ୍ତିଶାଳୀ କରିବ ।
ଦୁଗ୍ଧଜାତ ଦ୍ରବ୍ୟରେ ପ୍ରୋଟିନ୍ ମିଳିଥାଏ । ତେଣୁ, ଯଦି ଆପଣ ବଡି ବିଲଡିଂ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଖାଦ୍ୟରେ ଦୁଗ୍ଧଜାତ ଦ୍ରବ୍ୟ ଅନ୍ତର୍ଭୂକ୍ତ କରନ୍ତୁ । ଏଥିପାଇଁ ଆପଣ କ୍ଷୀର, ଦହି, ପନିର ଏବଂ ଘିଅ ଖାଇପାରିବେ ।
ପନିପରିବାରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ରହିଥାଏ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କ ଶରୀର ପତଳା ଏବଂ ଆପଣ ବଡି ବିଲଡିଂ କରିବାକୁ ଚାହୁଁଛନ୍ତି, ତେବେ ଭରପୁର ସବୁଜ ପନିପରିବା ଖାଆନ୍ତୁ।
ବଡି ବିଲଡିଂ ପାଇଁ ପ୍ରୋଟିନ୍ ନେବା ଅତ୍ୟନ୍ତ ଜରୁରୀ । ପ୍ରୋଟିନ୍ ପାଇବା ପାଇଁ, ଆପଣ ନିଜ ଖାଦ୍ୟରେ ନନ୍ ଭେଜ୍ ଅନ୍ତର୍ଭୁକ୍ତ କରିପାରିବେ ।
ବାଦାମ ଆପଣଙ୍କୁ ଶରୀର ଗଠନରେ ଶକ୍ତି ଯୋଗାଇଥାଏ । ଏହାର କାରଣ ହେଉଛି ଭିଟାମିନ୍ ଏବଂ ପ୍ରୋଟିନ୍ ବାଦାମରେ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଓଜନ ବଢାଇବାରେ ସାହାଯ୍ୟ କରିଥାଏ ।
ବଡି ବିଲଡିଂ ପାଇଁ ଆପଣ ନିଜ ଖାଦ୍ୟରେ ଶସ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ । ଏଭଳି ପରିସ୍ଥିତିରେ ଆପଣ ଖାଦ୍ୟରେ ଦଲିଆ ଶସ୍ୟ ଜାତୀୟ ଖାଦ୍ୟକୁ ମଧ୍ୟ ସାମିଲ କରିପାରିବେ।
ट्रेन्डिंग फोटोज़