Advertisement
photoDetails0hindi

Flags on the Moon: ବିଶ୍ୱର ଏପରି ଦେଶ; ଯାହାର ଚନ୍ଦ୍ର ପୃଷ୍ଠରେ ଉଡ଼ିଛି ଜାତୀୟ ପତାକା

Moon on the Flags: ପୃଥିବୀର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ସର୍ବଦା ମଣିଷକୁ ଆକର୍ଷିତ କରିଆସିଛି। ପ୍ରାଚୀନ କାଳରୁ, ଚନ୍ଦ୍ର ପୃଥିବୀବାସୀଙ୍କ କାହାଣୀର ଏକ ଅଂଶ ହୋଇଆସୁଛି। ଅନେକ ସଂସ୍କୃତିରେ ଚନ୍ଦ୍ରକୁ ଏକ ଦେବତା ମାନ୍ୟତା ଦିଆଯାଇଛି। ହେଲେ ବିଗତ ଶତାବ୍ଦୀରେ ଯେତେବେଳେ ବିଜ୍ଞାନ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାରେ ସକ୍ଷମ ହୋଇଥିଲା ସେତେବେଳେ ଚନ୍ଦ୍ରର ରହସ୍ୟ ଉନ୍ମୋଚିତ ହେବାକୁ ଲାଗିଲା। ଚନ୍ଦ୍ର ଅଧ୍ୟୟନ ପାଇଁ ଏପର୍ଯ୍ୟନ୍ତ ଅନେକ ମହାକାଶ ଅଭିଯାନ କାର୍ଯ୍ୟକାରୀ କରାଯାଇଛି।

1/7

ଆପଣ ବିଶ୍ୱର ଅନେକ ଦେଶର ଜାତୀୟ ପତାକାରେ ଚନ୍ଦ୍ର ରହିଥିବାର ଦେଖିବାକୁ ପାଇଥିବେ। ହେଲେ କ'ଣ ଜାଣିଛନ୍ତି ବିଶ୍ୱର ଏପରି ୫ ଦେଶ ଦେଶ ଅଛନ୍ତି ଯାହାର ଜାତୀୟ ପତାକା ଚନ୍ଦ୍ର ପୃଷ୍ଠରେ ଉଡ଼ିଛି। ବିଶ୍ୱର ବିଭିନ୍ନ ଦେଶ ମଧ୍ୟରୁ ସର୍ବପ୍ରଥମେ ସୋଭିଏତ ସଂଘ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାରେ ସକ୍ଷମ ହୋଇଥିଲା। ତତ୍କାଳୀନ ସୋଭିଏତ୍ ସଂଘର ଲୁନା-୨ ପ୍ରଥମ ମହାକାଶଯାନ ଥିଲା ଯିଏ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲା। ଏହା ସହିତ ଲୁନା-୨ ଏପରି ଏକ ମନୁଷ୍ୟକୃତ ବସ୍ତୁ ଯିଏ ଅନ୍ୟ କୌଣସି ଖଗୋଳୀୟ ପିଣ୍ଡ ସହିତ ଯୋଗାଯୋଗ କରିଥିଲା।

2/7

ଯୁକ୍ତରାଷ୍ଟ୍ର ଆମେରିକା ହେଉଛି ବିଶ୍ୱର ଏକମାତ୍ର ଦେଶ ଯିଏକି ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ମାନବ ଅଭିଯାନ କାର୍ଯ୍ୟକାରୀ କରାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଆପୋଲୋ-୧୧ ହେଉଛି ପ୍ରଥମ ମାନବ ମିଶନ ଯାହା ଗତ ୧୯୬୯ ମସିହା ଜୁଲାଇ ୨୦ ତାରିଖରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା। ନିଲ ଆର୍ମଷ୍ଟ୍ରଙ୍ଗ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ଯିଏ ଚନ୍ଦ୍ର ପୃଷ୍ଠରେ ସର୍ବପ୍ରଥମେ ଅବତରଣ କରିଥିଲେ। ସୋଭିଏତ ସଂଘ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ବ୍ୟତୀତ ବିଶ୍ୱରେ କିଛି ହାତ ଗଣତି ଦେଶ ଅଛନ୍ତି ଯିଏ ସଫଳତାର ସହିତ ଚନ୍ଦ୍ର ଅଭିଯାନ କାର୍ଯ୍ୟକାରୀ କରାଇବାରେ ସଫଳ ହୋଇଛନ୍ତି। 

 

3/7

ସୋଭିଏତ ସଂଘ: ତତ୍କାଳୀନ ସୋଭିଏତ୍ ସଂଘର ଲୁନା-୨ ପ୍ରଥମ ମହାକାଶଯାନ ଥିଲା ଯିଏ ଚନ୍ଦ୍ର ପୃଷ୍ଠରେ ସର୍ବୁପ୍ରଥମେ ପହଞ୍ଚିଥିଲା। ଲୁନା-୨ ଯାନ ସୋଭିଏତ ସଂଘର ପତାକା ନେଇ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲା।

4/7

ଯୁକ୍ତରାଷ୍ଟ୍ର ଆମେରିକା: ୧୯୬୯ ମସିହା ଜୁଲାଇ ୨୦ ତାରିଖରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିବା ଆପୋଲୋ-୧୧ ପ୍ରଥମ ମାନବ ଅଭିଯାନ ଥିଲା। ଚନ୍ଦ୍ର ପୃଷ୍ଠରେ ପ୍ରଥମେ ଚାଲିବାରେ ନିଲ ଆର୍ମଷ୍ଟ୍ରଙ୍ଗ ପ୍ରଥମ ବ୍ୟକ୍ତି ହୋଇଥିଲେ। ତାଙ୍କ ସାଥୀ ବଜ୍ ଆଲଡ୍ରିନ୍ ମଧ୍ୟ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲେ। ଏହି ଦିନ ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ କୌଣସି ଦେଶର ପତାକା ଉତ୍ତୋଳନ କରାଯାଇଥିଲା। ଆପୋଲୋ-୧୧ ଅଭିଯାନ ପରେ ଚନ୍ଦ୍ର ପୃଷ୍ଠରେ ଆହୁରି ୫ ଥର ଉଡ଼ିଥିଲା ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ପତାକା। 

 

5/7

ଚୀନ୍: ଗତ ୨୦୧୩ ବର୍ଷରେ କାର୍ଯ୍ୟକାରୀ ହୋଇଥିବା "ଚାଙ୍ଗ-୩" ଅଭିଯାନ ମାଧ୍ୟମରେ ଚୀନ ଜାତୀୟ ପତାକା ଚନ୍ଦ୍ର ପୃଷ୍ଠରେ ଉଡ଼ିଥିଲା। ଏହା ପରେ ୨୦୧୯ ବର୍ଷରେ ଚୀନ ଜାତୀୟ ପତାକା ମଧ୍ୟ "ଚାଙ୍ଗ୍-୪" ମାଧ୍ୟମରେ ଚନ୍ଦ୍ର ପୃଷ୍ଠରେ ଉଡ଼ିଥିଲା।

6/7

ଭାରତ: ଗତ ୨୦୦୮ ନଭେମ୍ବର ୧୫ ତାରିଖରେ, ଚନ୍ଦ୍ରଯାନ-୧ ଅଭିଯାନ ଅଧିନରେ ଭାରତ ଚନ୍ଦ୍ର ଉପରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡ଼ାଇଥିଲା। ଭାରତ ଏ ପର୍ଯ୍ୟନ୍ତ ଚନ୍ଦ୍ର ପୃଷ୍ଠକୁ ଚାରୋଟି ପତାକା ନେଇସାରିଛି।

7/7

ଇସ୍ରାଏଲ: ଗତ ୨୦୧୯ ବର୍ଷରେ, ଇସ୍ରାଏଲ୍ ଏହାର ପ୍ରଥମ ମହାକାଶଯାନ ଚନ୍ଦ୍ର ପୃଷ୍ଠକୁ ପଠାଇଲା। ଏହି ଯାନ ଚନ୍ଦ୍ର ପୃଷ୍ଠରେ ଇସ୍ରାଏଲ୍ ପତାକା ସହିତ ସେଲଫି ପଠାଇଥିଲା।