Advertisement
photoDetails0hindi

General Knowledge: କାହିଁକି ଆକାରରେ ବଡ଼ ହୋଇନଥାଏ ବିମାନ ଝରକା? କାହିଁକି ଏହାର ଆକାର ହୋଇଥାଏ ଗୋଲ?

Flight Window Shield: ଯେତେବେଳେ ଆପଣ ବିମାନ ଯୋଗେ କୌଣସି ସ୍ଥାନକୁ ଯାତ୍ରା କରୁଥାନ୍ତି, ସେତେବେଳେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଏ ଯେ କାହିଁକି ଏହାର ଝରକା ଆକାରରେ ବଡ଼ ହୋଇନଥାଏ? ଏହାj ଦେଖିବାକୁ କାହିଁକି ଗୋଲ ହୋଇଥାଏ? 

1/5

ଯେତେବେଳେ ଆମେ ବିମାନ ଯୋଗେ ଯାତ୍ରା କରିଥାଉ, ସେତେବେଳେ ଆମ ମନରେ ଅନେକ ପ୍ରଶ୍ନ ଆସିଥାଏ। ସେହି ପ୍ରଶ୍ନ ମଧ୍ୟରୁ ଗୋଟିଏ ହେଉଛି ଯଦି ବିମାନ ଝରକାର ଆକାର ବଡ଼ ହୋଇଥାନ୍ତା ତାହେଲେ ବାହ୍ୟ ଦୃଶ୍ୟ ଅତି ସହଜରେ ଦେଖାଯାଇ ପାରୁଥାନ୍ତା। 

2/5

ବିମାନ ଯାତ୍ରା କରିବା ବେଳେ ଆପଣ ଲକ୍ଷ୍ୟ କରିଥିବେ ଯେ ଝରକାର ଆକାର ସବୁବେଳେ ଗୋଲାକାର ହୋଇଥାଏ। ହେଲେ କ'ଣ ଆପଣ ବିମାନ ଝରକାର ଆକାର ଗୋଲ ହେବା ପଛରେ ରହିଥିବା ପ୍ରକୃତ କାରଣ ସମ୍ପର୍କରେ ଜାଣିଛନ୍ତି।

3/5

ଅଧିକ ଉଚ୍ଚକୁ ଚାଲିଯିବା ପରେ ବିମାନ କ୍ୟାବିନ ଉପରେ ବହୁତ ଚାପ ରହିଥାଏ। ସେହିପରି ତାପମାତ୍ରାରେ ମଧ୍ୟ କ୍ରମାଗତ ଭାବେ ପରିବର୍ତ୍ତନ ହୋଇଥାଏ। ଏସବୁ କାରକୁ ନଜରରେ ରଖି ବିମାନ ଝରକା ଡିଜାଇନ୍ କରାଯାଇଥାଏ।

4/5

ଯଦି ଝରକାର ଆକାରର ବଡ଼ କରି ଦିଆଯାଏ ତାହେଲେ ପୁରା ବିମାନ ବାୟୁ ଚାପକୁ ସହ୍ୟ କରିପାରିବ ନାହିଁ। ଏଭଳି ପରିସ୍ଥିତିରେ ବିମାନକୁ ମଜବୁତ କରିବା ପାଇଁ ଏବଂ ଏହା କିପରି ପବନର ଚାପକୁ ସହଜରେ ସହ୍ୟ କରିପାରିବ, ତାହାକୁ ନଜରରେ ରଖି ଏହାର ଗଠନ ଏପରି ଭାବରେ ତିଆରି ହୋଇଥାଏ।

5/5

ବିମାନ ଝରକାର ଆକାର ଗୋଲ ହେବା କାରଣରୁ ବାୟୁର ଚାପ ମଧ୍ୟ ବାଣ୍ଟି ହୋଇଯାଏ। ଏପିରି ଏକ ଗୋଲାକାର ଝରକା ପବନର ଚାପକୁ ହ୍ରାସ କରେ। ଯାହା ଏକ ବର୍ଗାକାର ଝରକା କରିପାରେ ନାହିଁ।