Advertisement
Photo Details/zeeodisha/odisha1834827
photoDetails0hindi

Hair fall control:ବାଳ ଝଡ଼ିବା ରୋକିବା ଓ ବଢ଼ାଇବାରେ ସାହାଯ୍ୟ କରେ ଏହି ୬ଟି ଘରୋଇ ଉପକରଣ...

ବାଳ ଝଡ଼ିବା ସମସ୍ୟା(Hair Fall Problem) ଏବେ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି। ଏଥି ପାଇଁ ଅନେକ ଲୋକ ଚିନ୍ତିତ ଥିବା ବେଳେ ଅନେ ଡିପ୍ରେସନକୁ ଚାଲିଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଆଜି ଆମେ ଆପଣଙ୍କୁ ଏପରି ୬ଟି ଘରୋଇ ଉପକରଣ ବିଷୟରେ କହିବୁ ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣ ବାଲ ଝଡ଼ିବା ସମସ୍ୟା କମିବାରେ ସାହାଯ୍ୟ କରିଥାଏ।

1/6

ନଡ଼ିଆ ତେଲ-ବାଳରେ ନଡ଼ିଆ ତେଲ(Coconut Oil) ଉଷୁମ୍ କରି ମାଲିସ୍ କରିବା ଦ୍ୱାରା ଏହା ବାଳକୁ ମଝବୁତ୍ କରିବା ସହ ବଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ।

2/6

ଅଦା-ନଡ଼ିଆ ଜେଲରେ ଅଦା(Ginger) ଛେଚି ଫୁଟେଇ ଲଗାନ୍ତୁ, ଏହା ଚୂଟିକୁ ପୋଷଣ ଦେବା ସହ ଝଡ଼ିବା(Hair Fall)ମଧ୍ୟ ରୋକିଥାଏ।

3/6

ମେଥି-ରାତିରେ ମେଥିକୁ ଭିଜାଇ ରଖନ୍ତୁ ସକାଳୁ ଏହାର ପେଷ୍ଟ ତିଆରି କି ବାଳରେ ଲଗାନ୍ତୁ ଏବଂ ୧ ଘଣ୍ଟା ପରେ ସାମ୍ପୁ ଲଗାଇ ବଲ ଭାବେ ସଫା କରି ଦିଅନ୍ତୁ।ଏହା ରୁପି ହେବାକୁ ନିୟନ୍ତ୍ରଣ କରିଥାଏ।

4/6

ଲେମ୍ବୁ- ଚୁଟି ସଫା କରିବାର ୧ ଘଣ୍ଟା ପୂର୍ବରୁ ମୁଣ୍ଡରେ ଲେମ୍ବୁ ରସ(Lemon) ଲଗାଇ ଭଲ ଭାବେ ଧୋଇ ଦିଅନ୍ତୁ ଏହା ରୁପି ରୋକିବା ସହ ଦୋମୁହାଁ ଚୁଟିୁ ମଧ୍ୟ କଣ୍ଟ୍ରୋଲ କରିଥାଏ।

5/6

ନିମ୍ବପତ୍ର- ନିମ୍ବ ପତ୍ରକୁ ତେଲରେ ଫୁଟାଇ ଚୂଟିରେ ଲଗାଇବା ଦ୍ୱାରା ଚୂଟି ଝଡ଼ିବା କମ୍ ହୋଇଥାଏ। 

6/6

ଆଲୋବେରା- ଆଲୋବେରା(Aloe vera)ଯାହାକୁ ଆମେ ଘି-କୁଆଁରି ବୋଲି କହିଥାଉ। ଏହାର ଲାଳୁଆ ଅଂଶକୁ ବାଟି ବାଳରେ ଲଗାଇବା ଦ୍ୱାରା ବାଲ ଝଡ଼ିବା, ରୂପି କମ୍ ହୋଇଯାଇଥାଏ। ଏଥି ସହ ଏହା ବାଳର ଚମକ୍ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ।