Advertisement
Photo Details/zeeodisha/odisha1532057
photoDetails0hindi

Hockey World Cup 2023: ବିଶ୍ରାମ ନେଲା ବିର୍ସାମୁଣ୍ଡା ଷ୍ଟାଡିୟମ, ଆଜି କଳିଙ୍ଗରେ ଦୁଇଟି ଲଢେଇ

Hockey World Cup 2023: ଆଜି ହେଉଛି ହକି ବିଶ୍ୱକପ୍ ର ପଞ୍ଚମ ଦିନ ।  ଆଜି ଖେଳାଯିବ ୨ଟି ମ୍ୟାଚ୍ ହେବାକୁ ଥିବା ବେଳେ କେବଳ କଳିଙ୍ଗରେ ହେବ ମୁକାବିଲା । ହକି ବିଶ୍ୱକପର ତୃତୀୟ ଦିନରେ ଦ୍ୱିତୀୟ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ରହିଥିଲା । 

1/7

ହକି ବିଶ୍ବକପର ଆଜି ପଞ୍ଚମ ଦିନ  । ଅପରାହ୍ମ ୫ଟାରେ କୋରିଆ ଓ ଜାପାନ ମଧ୍ୟରେ ହେବ ମୁକାବିଲା  । 

2/7

ସେହିପରି ସନ୍ଧ୍ୟା ୭ଟାରେ ଜର୍ମାନି ଓ ବେଲଜିୟମ ମଧ୍ୟରେ ମୁକାବିଲା ହେବ  ।

3/7

ସେପଟେ ଗତକାଲି ଚତୁର୍ଥ ଦିନରେ ମାଲେସିଆ, ନେଦରଲ୍ୟାଣ୍ଡସ, ଫ୍ରାନ୍ସ ବିଜୟୀ ହୋଇଛନ୍ତି। ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚଟି ଅମିମାଂସିତ ରହିଛି ।

4/7

ଚତୁର୍ଥ ଦିନରେ ୪ଟି ମ୍ୟାଚ ଖେଳାଯାଇଥିଲା । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁଲ-ସିରେ ମାଲେସିଆ-ଚିଲି ଓ ନ୍ୟୁଜିଲାଣ୍ଡ- ନେଦରଲ୍ୟାଣ୍ଡସ ମଧ୍ୟରେ ହୋଇଥିଲା ମୁକାବିଲା । ମାଲେସିଆ ୩-୨ ଗୋଲରେ ଚିଲିକୁ ହରାଇଥିବାବେଳେ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୦-୪ ଗୋଲରେ ହରାଇଥିଲା ୩ ଥରର ବିଶ୍ବ ଚାମ୍ପିଅନ ନେଦରଲ୍ୟାଣ୍ଡସ । 

 

5/7

ସେହିପରି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ପୁଲ-ଏ ରେ ମୁହାଁମୁହିଁ ହୋଇଥିଲେ ଫ୍ରାନ୍ସ- ଦକ୍ଷିଣ ଆଫ୍ରିକା ଓ ଆର୍ଜେଣ୍ଟିନା- ଅଷ୍ଟ୍ରେଲିଆ । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨-୧ ଗୋଲରେ ପରାସ୍ତ କରିଥିଲା ଫ୍ରାନ୍ସ । ସଂଧ୍ୟା ୭ଟାରେ  ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର । 

6/7

ତୃତୀୟ କ୍ବାର୍ଟର ସୁଦ୍ଧା ଆର୍ଜେଣ୍ଟିନା ୩ଟି ଗୋଲ ଦେଇଥିବାବେଳେ ଅଷ୍ଟ୍ରେଲିଆ ୨ଟି ଗୋଲ ଦେଇ ପଛରେ ରହିଥିଲା । ଖେଳ ଆଉ ମାତ୍ର ୬ ମିନିଟ୍ ବାକି ଥିବାବେଳେ ଅଷ୍ଟ୍ରେଲିଆ ଆଉ ଗୋଟିଏ ଗୋଲ ଦେଇ ସ୍ଥିତି ବରାବର କରିଥିଲା । ଶେଷ ସୁଦ୍ଧା ଆଉ ଗୋଲ ହୋଇପାରି ନଥିବାରୁ ମ୍ୟାଚ ଟାଇରେ ଶେଷ ହୋଇଥିଲା ।

7/7

ସେପଟେ ଲଗାତାର ଚର୍ଚ୍ଚାରେ ରହିଥିବା ବିର୍ସାମୁଣ୍ଡା ଷ୍ଟାଡିୟମ ବିଷୟରେ କହିଛନ୍ତି FIH ଅଧ୍ୟକ୍ଷ ତୟାବ ଇକ୍ରମ । ଗତକାଲି ଗଣମାଧ୍ୟମରେ ଏଭଳି ମତ ରଖିଛନ୍ତି FIH ଅଧ୍ୟକ୍ଷ ତୟାବ ଇକ୍ରମ । ବିର୍ସା ମୁଣ୍ଡା ଭଳି ଷ୍ଟାଡିୟମ ବିଶ୍ବରେ ଗୋଟିଏ  ବୋଲି ସେ କହିଛନ୍ତି।