Advertisement
photoDetails0hindi

Hockey WorldCup 2023: ଭାରତ-ନ୍ୟୁଜିଲାଣ୍ଡ କ୍ରସ ଓଭର ମ୍ୟାଚ୍, ବିଜୟୀ ହେଲେ କ୍ୱାର୍ଟର ଫାଇନାଲକୁ ମିଳିବ ଏଣ୍ଟ୍ରି

Hockey WorldCup 2023: ହକି ବିଶ୍ବକପ୍ ପାଇଁ ସାରା ରାଜ୍ୟ ଏବେ ଉତ୍ସବ ମୁଖର ।  ତେବେ ଆଜିଠୁ ଆରମ୍ଭ ହୋଇଛି କ୍ରସ୍ ଓଭର ମ୍ୟାଚ୍ । ଆଜି ହକି ମହାକୁମ୍ଭରେ ଦୁଇଟି ମ୍ୟାଚ ହେବାକୁ ଥିବା ବେଳେ ସମସ୍ତଙ୍କ ନଜର କଳିଙ୍ଗ ଷ୍ଟାଡିୟମ ଉପରେ ରହିଛି । ସନ୍ଧ୍ୟା ୭ଟା ଖେଳାଯିବ କ୍ରସ ଓଭର ମ୍ୟାଚ୍। ଏହି ମ୍ୟାଚରେ ନ୍ୟୁଜଲାଣ୍ଡକୁ ଟକ୍କର ଦେବ ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ବିଜୟୀ ହୋଇ ମେନ୍ ଇନ୍ ବ୍ଲ୍ୟୁ କ୍ୱାର୍ଟର ଫାଇନାଲ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି ।

1/6

ପୁଲ-ଡିରେ ଦ୍ୱିତୀୟ ସ୍ଥାନରେ ରହି କ୍ରସ ଓଭର ଖେଳିବାକୁ ଯାଉଛି ଭାରତ । ସନ୍ଧ୍ୟା ୭ଟାରେ ଭାରତ ପୁଲ-ସିର ତୃତୀୟ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡକୁ ଭେଟିବ । 

 

2/6

ଉଭୟ ଟିମ ମଧ୍ୟରେ ରେକର୍ଡ ଦେଖିଲେ, ଭାରତର ପଲ୍ଲା ଭାରି ରହିଛି । ଘରୋଇ ମାଟିରେ ମ୍ୟାଚ୍ ଖେଳୁଥିବା ଭାରତୀୟ ଟିମର ମନୋବଳ ଦୃଢ଼ ରହିଥିବା ବେଳେ ଦର୍ଶକଙ୍କ ପୁଲ୍ ସମର୍ଥନ ମଧ୍ୟ ମିଳିବ ।

3/6

ଯଦି ରେକର୍ଡକୁ ନଜରର ରଖାଯାଏ ତେବେ ୨୦୧୩ ପରଠାରୁ ଉଭୟ ଟିମ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ମଧ୍ୟରୁ ଭାରତ ୨୪ଟିରେ ବିଜୟୀ ହୋଇଛି । ସେହିପରି ଟିମ୍ ନ୍ୟୁଜିଲାଣ୍ଡ ୧୫ଟିରେ ଜିତିଛି ଓ ୫ଟି ମ୍ୟାଚ୍ ଡ୍ର ହୋଇଛି ।

4/6

ହେଲେ ଆଜି ଯଦି ଭାରତ ଏହି ମ୍ୟାଚ୍ ଜିତୁଛି, ତେବେ ଆସନ୍ତା ୨୪ ତାରିଖରେ ବେଲଜିୟମ ସହ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳିବ ଭାରତ ।

5/6

ମ୍ୟାଚକୁ ନେଇ ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି । ମ୍ୟାଚରେ ଜି-ଜାନ୍ ଲଗାଇ ଦେବୁ ବୋଲି ଉଭୟ ଅଧିନାୟକ ଏବଂ କୋଚ୍ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କ୍ୱାର୍ଟର ଫାଇନାଲ ଟିକଟ ନେବା ପାଇଁ ପ୍ରସ୍ତୁତ ଅଛୁ ବୋଲି ଦଳ ପକ୍ଷରୁ କୁହାଯାଇଛି । ନ୍ୟୁଜିଲ୍ୟାଣ୍ଡର ସମସ୍ତ ମ୍ୟାଚ୍ ଭିଡ଼ିଓ ଆନାଲିସିସ କରିଛୁ ବୋଲି ଅଧିନାୟକ ହରମନପ୍ରିତ ସିଂ କହିଛନ୍ତି ।

6/6

ସେହିପରି ଆଜି ଅପରାହ୍ଣ ସାଢେ ୪ଟାରେ କ୍ରସ ଓଭର ମ୍ୟାଚରେ ମାଲେସିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ । କାଲି ଜର୍ମାନୀ-ଫ୍ରାନ୍ସ ଓ ଆର୍ଜେଣ୍ଟିନା-କୋରିଆ ମଧ୍ୟରେ କ୍ରସ ଓଭର ମ୍ୟାଚ ଖେଳାଯିବ ।