ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope Today 5 May 2022: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର

ଜୀ ଓଡ଼ିଶା ଡେସ୍କ Thu, 05 May 2022-6:04 am,
1/12

ମେଷ ରାଶି

ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ଈଶ୍ୱର ବିଶ୍ୱାସୀ ହେବେ । ଦାନ ଧର୍ମ ପ୍ରତି ମନ ବଳିବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ ।

2/12

ବୃଷ ରାଶି

ସ୍ୱାସ୍ଥ୍ୟ ସଚେତନ ହେବ । କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ନୂତନ ଦ୍ରବ୍ୟ ଆଦି କ୍ରୟ କରିବେ । ଆୟ ପୂର୍ବବତ ରହିବ । ବ୍ୟବସାୟୀମାନେ ଆଶାନୁରୂପକ ଲାଭ ପାଇବେ ।

3/12

ମିଥୁନ ରାଶି

ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ପାରିବାରିକ ସୁଖଶାନ୍ତି ଲାଗି ରହିବ ।

4/12

କର୍କଟ ରାଶି

ମନ ପ୍ରସନ୍ନ ରହିବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହୁଛି । ମହିଳାମାନେ ଗୃହ ନିପୁଣା ହେବେ । ଦୂରଯାତ୍ରା ସଫଳ ହେବ

5/12

ସିଂହ ରାଶି

ଦେହ ଓ ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟରେ ତତ୍ପରତା ଦେଖାଇବେ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ଗୃହକୁ ବନ୍ଧୁ ଆଗମନ ହେବ । ଛାତ୍ରଛାତ୍ରୀ ଉପକୃତ ହେବେ ।

6/12

କନ୍ୟା ରାଶି

ସତର୍କତାର ସହ ଦିନଟି କାଟନ୍ତୁ  । ଶାରୀରିକ କ୍ଲେଶ ଅନୁଭବ କରିବେ । ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ । ଦୂରଯାତ୍ରା କରନ୍ତୁ ନାହିଁ ।

7/12

ତୁଳା ରାଶି

ଦେହ ଖରାପ ହେବାର ସମ୍ଭାବନା ରହିଛି । ସାବଧାନତା ଅବଲମ୍ୱନ କରନ୍ତୁ । ନୂତନ ବସ୍ତ୍ରାଦି କ୍ରୟ କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ।

ଏହା ବି ପଢ଼ନ୍ତୁ:-ଚିନ୍ତନ ଶିବରରୁ ବାହାରିବ ହିନ୍ଦୁତ୍ୱର ରାସ୍ତା! ଜାଣନ୍ତୁ ବିଜେପିକୁ ମାତ୍ ଦେବା ପାଇଁ କ'ଣ ରହିଛି କଂଗ୍ରେସର ନୂଆ ଯୋଜନା

8/12

ବିଛା ରାଶି

ଦେହ ଓ ମନ ଭଲ ରହିବ । ଦୂରଯାତ୍ରା ଶୁଭପ୍ରଦ ହେବ । ଅଯଥା ତର୍କ ବିତର୍କରେ ଭାଗ ନିଅନ୍ତୁ ନାହିଁ । ପାରିବାରିକ ନୀତି ନିୟମ ମାନି ଚଳିଲେ ସଫଳ ହେବେ । ଦାମ୍ପତ୍ୟ ଜୀବନରେ ମଧୁରତା ଭରିଯିବ ।

9/12

ଧନୁ ରଶି

ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ଉପଶମ ପାଇବେ । ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ । ବହୁ ଦିନରୁ ପଡିରହିଥିବା କାମ ଆଜି ସଂପୂର୍ଣ୍ଣ କରିବେ । କର୍ମକ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ । ଦୂରଯାତ୍ରା ସଫଳ ହେବ ।

10/12

ମକର ରାଶି

ଶରୀର ଆରୋଗ୍ୟ ରହିବ । ଦୃଢ ମନୋବଳ ନେଇ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ପାରିବାରିକ ସୁଖଶାନ୍ତି ଲାଭ କରିବେ । ଛାତ୍ରଛାତ୍ରୀମାନେ ପଡାପଢିରେ ଭଲ କରିବେ ।

11/12

କୁମ୍ଭ ରାଶି

ଦେହ ଅସୁସ୍ଥ ରହିଲେ ମଧ୍ୟ ମନ ଭଲ ରହିବ । ଦୂରଯାତ୍ରା ନକରିବା ଭଲ । ସୁଖ ସମ୍ମାନ ମିଳିବ । ବିବାଦୀୟ ଘଟଣାର ଅବସାନ ଘଟିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସହକର୍ମୀଙ୍କ ନିକଟରୁ ପୂର୍ଣ୍ଣ ସହଯୋଗ ମିଳିବ ।

12/12

ମୀନ ରାଶି

ଶରୀର ସୁସ୍ଥ ରହିବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । କର୍ମକ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ । ନବଦମ୍ପତୀ ଖୁସିରେ ଦିନଟି କାଟିବେ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link