Advertisement
Photo Details/zeeodisha/odisha1739369
photoDetails0hindi

Animal Pregnancy Period: ଜାଣନ୍ତି କି ଏହି ପଶୁମାନଙ୍କର ଗର୍ଭାବସ୍ଥା ସମୟ କେତେ ମାସ?

Animal Pregnancy Period News In Odia: ମନୁଷ୍ୟ ଅର୍ଥାତ୍ ନାରୀ ମାନଙ୍କ ଗର୍ଭାବସ୍ଥାର ସମୟକାଳ ସମସ୍ତଙ୍କୁ ଜଣା । ପ୍ରାୟ ୯ ମାସ କିମ୍ବା ୧୦ ମାସ ୧୦ ଦିନ ଗର୍ଭରେ ରହିବା ପରେ ଜଣେ ଶିଶୁ ଜନ୍ମ ନେଇଥାଏ । ହେଲେ କେବେ ଭାବିଛନ୍ତି ପୃଥିବୀରେ ଚଳପ୍ରଚଳ ହେଉଥିବା ବା ଆମ ପରିପାର୍ଶ୍ୱରେ ଥିବା ପଶୁ ମାନଙ୍କର ଗର୍ଭାସ୍ଥ ସମୟ କେତେମାସ । ତେବେ ଚାଲନ୍ତୁ ଜାଣିବା ଏହି ରିପୋର୍ଟରେ...

1/7

ମାଙ୍କଡ ମାନଙ୍କର ବିଭିନ୍ନ ପ୍ରଜାତି ରହିଛି । ଯାହାଫଳରେ ଗର୍ଭାବସ୍ଥା ସମୟ ମଧ୍ୟ ଅଲଗା ରହିଥାଏ। କିନ୍ତୁ ଏମାନଙ୍କ ଗର୍ଭାବସ୍ଥାର ସମୟ ୧୬୫, ୧୨୨, ୧୫୨,୧୮୬ ଦିନ ପର୍ଯ୍ୟନ୍ତ ରହିଥାଏ। 

2/7

ସେହିପରି ଘରେ ଘରେ ରଖୁଥିବା ପୋଷା କୁକୁରଙ୍କ ଗର୍ଭାବସ୍ଥା ସମୟ ୫୮ ରୁ ୬୮ ଦିନ ପର୍ଯ୍ୟନ୍ତ ରହିଥାଏ । ହେଲେ ଏହି ସମୟ କାଳ ବ୍ରିଡ୍ ବା ପ୍ରଜାତି ଉପରେ ନିର୍ଭର କରିଥାଏ। 

3/7

ପୋଷା ବିଲେଇ ହୁଅନ୍ତୁ ବା ବାହାର ବିଲେଇ ଏମାନେ ୬୫ ଦିନ ପର୍ଯ୍ୟନ୍ତ ଗର୍ଭବତୀ ରହିଥାନ୍ତି। 

4/7

ଘରେ ଘରେ ପରିଚିତ ତଥା ଗୃହପାଳିତ ପଶୁ ଭାବେ ଗୋ ମାତାଙ୍କୁ ଆମେ ଦେଶରେ ପୂଜା କରାଯାଏ । ତେବେ ଗାଈଙ୍କର ଗର୍ଭାବସ୍ଥା ସମୟ ୨୮୩ ଦିନ ପର୍ଯ୍ୟନ୍ତ ରହିଥାଏ। 

5/7

ଜଙ୍ଗଲର ସବୁଠୁ ବିଶାଳ କାୟ ଜୀବରେ ପରିଗଣିତ ହୋଇଥାଏ ହାତୀ । ଆଫ୍ରିକାନ ହାତୀ ମାନେ ୨୨ ମାସ ଧରି ଗର୍ଭବତୀ ରହିଥାନ୍ତି ସେହିପରି ଏସିଆନ ମାଈ ହାତୀ ୧୮ ମାସ ଧରି ଗର୍ଭବତୀ ରହିଥାନ୍ତି।

6/7

ଜଙ୍ଗଲର ରାଜା ବାଘ ନିଜ ଗର୍ଭରେ ନିଜ ଶାବକକୁ ୯୩ ରୁ ୧୧୨ ଦିନ ପର୍ଯ୍ୟନ୍ତ ଗର୍ଭରେ ରଖିଥାଏ। 

7/7

ସେହିପରି ସିଂହୀ ମଧ୍ୟ ନିଜ ଗର୍ଭରେ ୧୧୦ ଦିନ ଧରି ଶିଶୁକୁ ଗର୍ଭରେ ରଖିଥାଏ। ଏହି ସମୟରେ ହିଂସ୍ର ପରି ବ୍ୟବହାର କରିଥାନ୍ତି ସିଂହୀ।