Mysterious Bridge of India: ଭାରତରେ ଏପରି ଦେଶ ସେତୁ ରହିଛି ଯାହାର ଆଜି ପର୍ଯ୍ୟନ୍ତ ଉଦଘାଟନ ହୋଇ ପାରିନାହିଁ।
ଆମେ ଆପଣଙ୍କୁ କୋଲକାତାସ୍ଥିତ ହାୱାଡ଼ା ପୋଲ କଥା କହୁଛୁ। ଏହି ପୋଲ କୋଲକାତା ସହରର ପରିଚୟ। ହାୱାର ବ୍ରିଜ ନିର୍ମାଣ ହେବାକୁ ପ୍ରାୟ ୮୦ ବର୍ଷ ବିତିଗଲାଣି। ହେଲେ ଆଜି ମଧ୍ୟ ଏହା ସ୍ଥିର ରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ପକ୍ଷରୁ ନିକ୍ଷେପ କରାଯାଇଥିବା ଏକ ବୋମା ହାୱାଡ଼ା ପୋଲ ଠାରୁ ଅଳ୍ପ ଦୂରରେ ପଡ଼ିଥିଲା। ହେଲେ ଏହାର ପ୍ରଭାବରେ ଏହି ସେତୁର କୌଣସି କ୍ଷୟକ୍ଷତି ହୋଇନଥିଲା। ୧୯୪୨ ମସିହା ଡିସେମ୍ବରରେ ଏହି ଘଟଣା ଘଟିଥିଲା।
ଏକ ରିପୋର୍ଟ ଅନୁଯାୟୀ ଉନବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ ବ୍ରିଟିଶ ସରକାର ତତ୍କାଳୀନ ଭାରତ ବର୍ଷର ରାଜଧାନୀ କୋଲକାତା-ହାୱାଡ଼ା ମଧ୍ୟରେ ପ୍ରବାହିତ ହେଉଥିବା ହୁଗଳୀ ନଦୀ ଉପରେ ଏକ ଭାସମାନ ସେତୁ ନିର୍ମାଣ କରିବାକୁ ଯୋଜନା କରିଥିଲେ। ସେତେବେଳର ସମୟରେ ଅନେକ ଜାହାଜ ହୁଗୁଲି ନଦୀରେ ପ୍ରତିଦିନ ଆସୁଥିଲା। ହୁଗୁଲି ନଦୀରେ ସ୍ତମ୍ଭ ବିଶିଷ୍ଟ ସେତୁ ନିର୍ମାଣ କରିବା ଜାହାଜ ଚଳାଚଳ କରିବାରେ ସମସ୍ୟା ଉପୁଜିବାର ସମ୍ଭାବନା ରହିଥିଲା। ଏହାକୁ ନଜରରେ ୧୮୭୧ ମସିହାରେ ହାୱାଡା ବ୍ରିଜ୍ ଅଧିନିୟମ ପାରିତ ହୋଇଥିଲା।
ହାୱାଡ଼ା ପୋଲର ନିର୍ମାଣ କାର୍ଯ୍ୟ ୧୯୩୬ ମସିହାରୁ ଆରମ୍ଭ ହୋଇଥିଲା। ପୋଲର ନିର୍ମାଣ କାର୍ଯ୍ୟ ୧୯୪୨ ମସିହାରେ ଶେଷ ହୋଇଥିଲା। ପୋଲ ନିର୍ମାଣ କାର୍ଯ୍ୟ ସରିବା ପରେ ୧୯୪୩ ମସିହା ଫେବୃଆରୀ ୩ ତାରିଖରେ ଏହାକୁ ସର୍ବସାଧାରଣ ବ୍ୟବହାର ପାଇଁ ଖୋଲି ଦିଆଯାଇଥିଲା। ସେହି ସମୟରେ ହାୱାଡ଼ା ସେତୁ ବିଶ୍ୱର ତୃତୀୟ ଲମ୍ବା ପୋଲ ଥିଲା। ୧୯୬୫ ମସିହାରେ କବିଗୁରୁ ରବୀନ୍ଦ୍ର ନାଥଙ୍କ ନାମରେ ଏହାର ନାମ ରବୀନ୍ଦ୍ର ସେତୁ ରଖାଯାଇଥିଲା।
ହାୱାଡ଼ା ପୋଲ ନିର୍ମାଣରେ ପ୍ରାୟ ୨୬ ହଜାର ୫୦୦ ଟନ୍ ଷ୍ଟିଲ ବ୍ୟବହାର କରାଯାଇଥିଲା। ଏହା ମଧ୍ୟରୁ କେବଳ ୨୩ ହଜାର ୫୦୦ ଟନ୍ ଷ୍ଟିଲ୍ ଟାଟା ଷ୍ଟିଲ୍ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଏହାର ବିଶେଷତ୍ୱ ହେଉଛି ଏହି ସେତୁ କେବଳ ହୁଗୁଳୀ ନଦୀର ଉଭୟ ପାର୍ଶ୍ୱରେ ନିର୍ମିତ ୨୮୦ ଫୁଟ ଉଚ୍ଚତା ବିଶିଷ୍ଟ ଦୁଇଟି ସ୍ତମ୍ଭ ଉପରେ ଅବସ୍ଥିତ। ଏହି ଦୁଇଟି ସ୍ତମ୍ଭ ମଧ୍ୟରେ ଦୂରତା ହେଉଛି ପ୍ରାୟ ଦେଢ ହଜାର ଫୁଟ। ଏହା ବ୍ୟତୀତ ନଦୀରେ ସେତୁକୁ ସାହାରା ଦେବାକୁ କୌଣସି ସ୍ତମ୍ଭ ନାହିଁ।
ହାୱଡ଼ା ପୋଲ ସହ ଜଡ଼ିତ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ନିର୍ମାଣରେ ଷ୍ଟିଲ ପ୍ଲେଟ୍ ବ୍ୟବହାର କରାଯାଇଥିଲା। ଏହାକୁ ପରସ୍ପର ସହ ସଂଯୋଗ କରିବା ପାଇଁ ଧାତୁ ନିର୍ମିତ କଣ୍ଟା ବ୍ୟବହାର କରାଯାଇଥିଲା। ଗତ ୨୦୧୧ ବର୍ଷରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ତମାଖୁ ଛେପ ପକାଇବା ଦ୍ୱାରା ପୋଲର ମୋଟେଇ କମିବାରେ ଲାଗିଛି। ଏହା ପରେ ପୋଲର ସୁରକ୍ଷା ପାଇଁ ଏଠାରେ ରହିଥିବା ଷ୍ଟିଲ୍ ଫାଇବର ଗ୍ଲାସ୍ ଦ୍ୱାରା ଆଚ୍ଛାଦିତ ହୋଇଥିଲା। ଯେଉଁଥିରେ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।
ट्रेन्डिंग फोटोज़