Advertisement
Photo Details/zeeodisha/odisha1913186
photoDetails0hindi

Navratri 2023: ନବରାତ୍ରୀରେ ପାନ ବଦଳାଇବ ଆପଣଙ୍କ ଭାଗ୍ୟ, କରନ୍ତୁ ଏହି ଉପାୟ

ନବରାତ୍ରୀ ସମୟରେ ମାଆ ଦୁର୍ଗାଙ୍କ ଆଶୀର୍ବାଦ ପାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟରେ ପୂଜାର୍ଚ୍ଚନା କରାଯାଇଥାଏ । ଆପଣଙ୍କୁ ଆଜି ଏକ ସହଜ ଉପାୟ କହିବୁ ଯେଉଁଥିରେ ଆପଣ ମାଆ ଦୁର୍ଗାଙ୍କ ଆଶୀର୍ବାଦ ପାଇପାରିବେ । ନବରାତ୍ରୀ ସମୟରେ ପାନ ପତ୍ରର ଅନେକ ଗୁରୁତ୍ୱ ରହିଛି ଯାହା ଆପଣଙ୍କ ଘରକୁ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ କରିଦେବ ।

1/5

ଚାକିରୀ କିମ୍ବା ବାଣିଜ୍ୟରେ ଯଦି କୌଣସି ଅସୁବିଧା ଥାଏ, ତେବେ ନଅ ଦିନ ପର୍ଯ୍ୟନ୍ତ ମାଆ ଦୁର୍ଗାଙ୍କ ନିକଟରେ ଗୋଟିଏ ଗୋଟିଏ ପାନ ପତ୍ର ଅର୍ପଣ କରନ୍ତୁ ।

2/5

ନବରାତ୍ରୀର ମଙ୍ଗଳବାର ଦିନ ଏକ ପାନ ପତ୍ର ନେଇ ସେଥିରେ ୧୧ ଟି ଲବଙ୍ଗ ଏବଂ ଅଳେଇଚ ରଖନ୍ତୁ । ଏହାକୁ ଆପଣ ସଂକଟମୋଚନ ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ ।

3/5

ସମାଜରେ ଯଦି ଆପଣଙ୍କର ମାନ ସମ୍ମାନ ପାଇବା ପାଇଁ ଇଚ୍ଛା ରହିଛି ତେବେ ମାତା ଭୁବନେଶ୍ୱରୀଙ୍କୁ ଧ୍ୟାନ କରନ୍ତୁ । ପାନ ଡେମ୍ଫର ମୂଳକୁ ଘଷି ଏକ ଲେପ ପ୍ରସ୍ତୁତ କରନ୍ତୁ ଓ ତାହାକୁ ମଥାରେ ତିଲକ ପରି ବ୍ୟବହାର କରନ୍ତୁ ।

4/5

ଯଦି ଆପଣ ଅନେକ ଚେଷ୍ଟା ପରେ ମଧ୍ୟ କୌଣସି ସନ୍ତାନ ପାଇନାହାନ୍ତି ତେବେ ଆପଣ ନବରାତ୍ରୀର ପଞ୍ଚମ ଦିନରେ ମାଆ ସ୍କନ୍ଦମାତାଙ୍କୁ ୯ଟି ପାନପତ୍ର ଅର୍ପଣ କରନ୍ତୁ ।

5/5

ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଘରେ କୌଣସି ନକାରାତ୍ମକ ଶକ୍ତି ରହିଛି ତେବେ ଘରେ ସୁଖ ଏବଂ ଶାନ୍ତି ବଜାୟ ରଖିବା ପାଇଁ ନବରାତ୍ରୀ ସମୟରେ, ପାନ ପତ୍ର ଉପରେ ଗୁଆ ରଖନ୍ତୁ ଏବଂ ମାଆ ଦୁର୍ଗାଙ୍କୁ ଧ୍ୟାନ କରିବା ସହିତ ମନ୍ତ୍ର ଜପ କରନ୍ତୁ । (ସୂଚନା- ଏହି ତଥ୍ୟ ସୂଚନା ଅନୁଯାୟୀ ପ୍ରସ୍ତୁତ ହୋଇଛି । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ତଥ୍ୟ ନୁହେଁ । ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ନିଜସ୍ୱ ଅନୁସନ୍ଧାନ ପରାମର୍ଶ ନିଅନ୍ତୁ ।)