Advertisement
photoDetails0hindi

ବିନା ବିବାହରେ ମାଆ ହେବେ ଇଲିଆନା: ମିଷ୍ଟ୍ରି ମ୍ୟାନଙ୍କ ସହ ସେୟାର କଲେ ରୋମାଣ୍ଟିକ୍ ଫଟୋ, ଦେଖନ୍ତୁ

Ileana D'Cruz: ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବର୍ଫି’ରେ ନିଜ ଦମଦାର ଅଭିନୟ ପାଇଁ ବେଶ ପ୍ରସଂଶା ସାଉଁଥିବା ଅଭିନେତ୍ରୀ ଇଲିଆନା ଡ଼ି. କ୍ରୁଜ ନିକଟରେ ଯେତେବଳେ ଗର୍ଭବତୀ ଥିବା ନେଇ ଫ୍ୟାନ୍ସକୁ ସୂଚନା ଦେଇଥିଲେ ସେ ସମୟରେ ହିଁ ପିଲାର ବାପା କିଏ ବୋଲି ଚର୍ଚ୍ଚା ଲାଗିରହିଥିଲା ।  ତେବେ ବର୍ତ୍ତମାନ ଏହି ସସପେନ୍ସ ଉପରୁ ପରଦା ହଟାଇଛନ୍ତି ନିଜେ ଇଲିଆନା ।

1/5

ଇଲିଆନାଙ୍କ ଗର୍ଭଧାରଣକୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଥିବା ବେଳେ ବିନା ବିବାହରେ ଅଭିନେତ୍ରୀ ମାଆ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

2/5

ନିକଟରେ ଇଲିଆନା ତାଙ୍କ ପାର୍ଟନରଙ୍କ ସହ ଏକ ସୁନ୍ଦର ଫଟୋ ଓ କ୍ୟାପସନ ଲେଖି ଏହାକୁ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । କିନ୍ତୁ ଫଟୋଟି ବ୍ଲର ଥିବାରୁ ତାଙ୍କ ପ୍ରେମିକଙ୍କ ମୁହଁ ସ୍ପଷ୍ଟ ଦେଖାଯାଇନଥିଲା ।

3/5

କିନ୍ତୁ ଏବେ ଅଭିନେତ୍ରୀ ନିଜେ ଏହି ମିଷ୍ଟ୍ରି ମ୍ୟାନଙ୍କ ଖୁଲାସା କରିଛନ୍ତି । ଇଲିଆନା ନିଜ ଇଣ୍ଟାଗ୍ରାମ ଷ୍ଟୋରୀରେ ନିଜ ପାର୍ଟନରଙ୍କ ସହ ‘ଡ଼େଟ ନାଇଟ’ର ଏକ ରୋମାଣ୍ଟିକ୍ ଫଟୋ ସେୟାର କରିଛନ୍ତି 

4/5

ଇଲିଆନା ନିଜ ପ୍ରେମକାଙ୍କ ଫଟୋ ସେୟାର କରିଥିବା ବେଳେ ସେ କିଏ? କଣ କରନ୍ତି? ଉଭୟ ପରସ୍ପରକୁ ପ୍ରଥମେ କେଉଁଠାରେ ଭେଟିଥିଲେ ? ସେ ନେଇ କୌଣସି ଖୁଲାସା କରିନାହାନ୍ତି ।

5/5

ଅଭିନେତ୍ରୀ ସେୟାର କରିଥିବା ଏହି ଫଟୋରେ ସେ ଏକ ରେଡ଼ ଡ୍ରେସରେ ନଜର ଆସିଛନ୍ତି । ଇଲିଆନା ଗର୍ଭବତୀ ଥିବା ନେଇ ଘୋଷଣା କରିବା ପରେ ତାଙ୍କ ପିଲାର ବାପା କିଏ? ତାହା ଜଣାଇନଥିଲେ ଇଲିଆନା।