Advertisement
Photo Details/zeeodisha/odisha1545497
photoDetails0hindi

National Flag Of India: ତ୍ରିରଙ୍ଗା କିପରି ହେଲା ଭାରତ ବର୍ଷର ଜାତୀୟ ପତାକା? ଜାଣନ୍ତୁ ଏହାର ଇତିହାସ...

National Flag Of India History: ଜାତୀୟ ପତାକା ହେଉଛି ଦେଶର ପରିଚୟ। ଦୁନିଆର ପ୍ରତ୍ୟେକ ଦେଶର ନିଜସ୍ୱ ପତାକା ଅଛି। ଏହା ସେହି ଦେଶର ସ୍ୱାଧୀନତାର ପ୍ରତୀକ। ଭାରତ କଥା କହିବାକୁ ଗଲେ, ସ୍ୱାଧୀନତା ପାଇବାର କିଛି ଦିନ ପୂର୍ବରୁ ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। 

1/6

୧-ସ୍ୱଦେଦେଶୀ ଆନ୍ଦୋଳନ ସମୟରେ ଭାରତୀୟ ଜାତୀୟ ପତାକାର ପ୍ରଥମ ସ୍ୱରୂପ ଗ୍ରହଣ କରାଯାଇଥିଲା। ପ୍ରଥମ ଜାତୀୟ ପତାକା ୧୯୦୬ ମସିହା ଅଗଷ୍ଟ ୭ ତାରିଖରେ ତତ୍କାଳୀନ କଲିକତାସ୍ଥିତ ପାର୍ସୀ ବାଗାନ୍ ଚୌକ୍ (ଗ୍ରୀନ୍ ପାର୍କ) ଠାରେ ଉତ୍ତୋଳନ କରାଯାଇଥିଲା। ସବୁଜ, ହଳଦିଆ ଏବଂ ଲାଲ ରଙ୍ଗର ଏହି ପତାକା ତିନି ରଙ୍ଗର ଥିଲା। ଏହି ପତାକାରରେ କିଛି ପ୍ରତୀକ ଦର୍ଶାଯାଇଥିଲା। ସବୁଜ ରଙ୍ଗରେ ଆଠ ପଦ୍ମ ଫୁଲ, ଲାଲ ରଙ୍ଗରେ ଚନ୍ଦ୍ର-ସୂର୍ଯ୍ୟ ଏବଂ ହଳଦିଆ ରଙ୍ଗରେ ଦେବା ନଗରୀ ଲିପିରେ  'ବନ୍ଦେ ମାତରମ' ଲେଖାଯାଇଥିଲା। ଏହି ପତାକାରେ ସବୁଜ ରଙ୍ଗ ଉପର ଭାଗରେ ରହିଥିବା ବେଳେ, ମଝିରେ ହଳଦିଆ ଏବଂ ନିମ୍ନରେ ଲାଲ ରଙ୍ଗ ରହିଥିଲା।

 

2/6

୨. ୧୯୦୭ ମସିହାରେ କିଛି ଭାରତୀୟ ବିପ୍ଳବୀଙ୍କ ଉପସ୍ଥିତିରେ ପ୍ୟାରିସ ଠାରେ ମ୍ୟାଡାମ୍ ଭିକାଜୀ କାମାଙ୍କ ଦ୍ୱାରା ଉଠାଯାଇଥିବା ପତାକାକୁ ଦ୍ୱିତୀୟ ଜାତୀୟ ପତାକା ଭାବରେ ବିବେଚନା କରାଯାଏ। ଏହା ମଧ୍ୟ ପ୍ରଥମ ପତାକା ସହିତ ସମାନ ଥିଲା। ହେଲେ ଏହି ପତାକାର ଉପର ରଙ୍ଗ ନାରଙ୍ଗୀ ରଙ୍ଗର ଥିଲା। ନାରଙ୍ଗୀ ରଙ୍ଗରେ ପଦ୍ମ ଫୁଲ ବଦଳରେ ସାତୋଟି ତାରା ଥିଲା। ଯାହା ସପ୍ତଋଷିଙ୍କ ପ୍ରତୀକ। ନିମ୍ନ ଭାଗରେ ସବୁଜ ରଙ୍ଗ ରହିଥିଲା। ଯେଉଁଥିରେ ସୂର୍ଯ୍ୟ-ଚନ୍ଦ୍ର ଅଙ୍କନ କରାଯାଇଥିଲା। ଏହି ପତାକାରେ ନାରଙ୍ଗୀ ରଙ୍ଗ ଉପରେ , ହଳଦିଆ ମଝିରେ ସବୁଜ ରଙ୍ଗ ନିମ୍ନରେ ରହିଥିଲା।  

3/6

୩. ତୃତୀୟ ଜାତୀୟ ପତାକା ୧୯୧୭ ମସିହାରେ ହୋଇଥିବା ହୋମ ରୁଲ ଆନ୍ଦୋଳନ ସମୟରେ ସୀକୃତ ହୋଇଥିଲା। ଏହି ପତାକାରେ ୫ ଲାଲ ଏବଂ ୪ ସବୁଜ ଭୂସମାନ୍ତର ରେଖା ରହିଥିଲା। ଯେଉଁଥିରେ ସପ୍ତ ଋଷିଙ୍କ ୭ ତାରା ରହିଥିଲା। ୟୁନିଅନ୍ ଜ୍ୟାକ୍ ମଧ୍ୟ ଏହାର ବାମ କୋଣରେ ଉପର ଭାଗରେ ରହିଥିଲା। ଗୋଟିଏ କୋଣରେ ଏକ ଧଳା ଚନ୍ଦ୍ର ଏବଂ ତାରା ମଧ୍ୟ ରହିଥିଲା।

 

4/6

୪. ୧୯୨୧ ମସିହାରେ ବିଜୟୱାଡା ଠାରେ ଅନୁଷ୍ଠିତ ଭାରତୀୟ କଂଗ୍ରେସ କମିଟି ଅଧିବେଶନରେ ଏକ ପତାକା ବ୍ୟବହାର କରାଯାଇଥିଲା। ଯାହାକୁ ଚତୁର୍ଥ ଜାତୀୟ ପତାକା କୁହାଯାଉଥିଲା। ତିନି ରଙ୍ଗର ଧାଡିରେ ମହତ୍ମା ଗାନ୍ଧୀଙ୍କ ଅରଟ ପ୍ରତୀକ ଚିତ୍ରିତ ହୋଇଥିଲା। ଏହି ପତାକାରେ ତିନୋଟି ରଙ୍ଗ ରହିଥିଲା। ତାହେ ହେଉଛି ଧଳା, ସବୁଜ ଏବଂ ଲାଲ। ଲାଲ-ସବୁଜ ଦେଶର ଦୁଇ ପ୍ରମୁଖ ସମ୍ପ୍ରଦାୟ ହିନ୍ଦୁ ଏବଂ ମୁସଲମାନଙ୍କ ପ୍ରତିନିଧିତ୍ୱ କରୁଥିଲା। ଏହି ପତାକାରେ ଧଳା ରଙ୍ଗ ଉପରେ ସବୁଜ ରଙ୍ଗ ମଝିରେ ଏବଂ ଲାଲ ରଙ୍ଗ ନିମ୍ନରେ ରହିଥିଲା।

5/6

୫. ୧୯୩୧ ମସିହାରେ ଗ୍ରହଣ କରାଯାଇଥିବା ଜାତୀୟ ପତାକା ଆମର ବର୍ତ୍ତମାନର ରାଷ୍ଟ୍ରୀୟ ଧ୍ୱଜର ଅତି ନିକଟତର ଥିଲା। ଏହି ପତାକାରେ ତିନୋଟି ରଙ୍ଗ ଥିଲା। ତାହା ହେଉଛି ନାରଙ୍ଗୀ, ଧଳା ଏବଂ ସବୁଜ। ଧଳା ରଙ୍ଗ ମଝିରେ ମହତ୍ମା ଗାନ୍ଧୀଙ୍କ ଅରଟ ଚିତ୍ରିତ ହୋଇଥିଲା। ଏହି ପତାକାରେ ନାରଙ୍ଗୀ ରଙ୍ଗ ଉପରେ, ମଝିରେ ଧଳା ରଙ୍ଗ ନିମ୍ନରେ ସବୁଜ ରଙ୍ଗ ରହିଥିଲା।

 

6/6

୬. ଜାତୀୟ ପତାକାର ବର୍ତ୍ତମାନର ସ୍ୱରୂପ ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ସମ୍ବିଧାନ ସଭା କମିଟି ଦ୍ୱାରା ଗ୍ରହଣ କରାଯାଇଥିଲା। ଏହି ପତାକାରେ ନାରଙ୍ଗୀ ରଙ୍ଗ ଉପରେ, ମଝିରେ ଧଳା ରଙ୍ଗ ନିମ୍ନରେ ସବୁଜ ରଙ୍ଗ ରହିଥିଲା।