Why Train Engine Keep Always in Start Mode: ଟ୍ରେନ୍ କେଉଁ ସ୍ଥାନରେ କେତେ ସମୟର ପର୍ଯ୍ୟନ୍ତ ଛିଡା ହେଉ ନା କାହିଁକି, ଏହାର ଇଞ୍ଜିନ୍ ସର୍ବଦା ଚାଲୁ ରହିଥାଏ। ଏହା ପଛରେ କାରଣ ମଧ୍ୟ ରହିଛି।
ଆପଣ ଦେଖିଥିବେ ଯେତେବେଳେ କୌଣସି ଟ୍ରେନ୍ ରେଳ ଷ୍ଟେସନ ଠାରେ ଆସି ପହଞ୍ଚେ କିମ୍ବା ଏହା କୌଣସି ରହଣୀସ୍ଥଳ ନିକଟରେ ଅଟକିଥାଏ ସେତେବେଳେ ଏହାର ଇଞ୍ଜିନ୍ ଚାଲୁ ରହିଥାଏ। ଗୋଟିଏ ଟ୍ରେନ କୌଣସି ରେଳ ଷ୍ଟେସନ ଠାରେ ଯେତେଦିନ ଅଟକି ରହୁ ନାଁ କାହିଁକି, ସେତେଦିନ ପର୍ଯ୍ୟନ୍ତ ଲୋକୋ ପାଇଲଟ୍ ଟ୍ରେନ ଇଞ୍ଜିନ ବନ୍ଦ କରିନଥାନ୍ତି।
ଯେଉଁ ଟ୍ରେନ ଡିଜେଲ ଇଞ୍ଜିନ ସହିତ ସଂଯୁକ୍ତ ରହିଥାଏ ତାହାକୁ ସବୁବେଳେ ଚାଲୁ ରଖାଯିବାର ପରମ୍ପରା ରହିଛି। ଯେଉଁଭଳି ଭାବରେ କାର୍ କିମ୍ବା ବାଇକ୍ କିଛି ସମୟ ପାଇଁ ପାର୍କିଂ କରିବାକୁ ପଡେ, ତାହେଲେ ଏହାର ଚାଳକ ଗାଡ଼ି ଇଞ୍ଜିନ୍ ବନ୍ଦ କରି ଦେଇଥାନ୍ତି। ହେଲେ ଯେଉଁ ଟ୍ରେନ ଡିଜେଲ ଇଞ୍ଜିନ ସହିତ ସଂଯୁକ୍ତ ହୋଇଥାଏ ସେହି ଟ୍ରେନ ସହ ସମାନ ଘଟଣା ଘଟେ ନାହିଁ। ଅର୍ଥାତ ଡିଜେଲ ଇଞ୍ଜିନ ସର୍ବଦା ଚାଲୁ ରହିଥାଏ। ହେଲେ ଡିଜେଲ ଇଞ୍ଜିନ ସର୍ବଦା ଚାଲୁ ରହିବା ପଛରେ ଅନେକ କାରଣ ରହିଛି।
ଏହାର ସବୁଠାରୁ ବଡ଼ କାରଣ ହେଉଛି ଟ୍ରେନ ବ୍ରେକ୍ ସିଷ୍ଟମ୍। ରେଳଗାଡିରେ ବ୍ୟବହୃତ ହେଉଥିବା ଟ୍ରେନ ବ୍ରେକ୍, ପ୍ରେସର ସିଷ୍ଟମ ଦ୍ୱାରା କାମ କରିଥାଏ। ଟ୍ରେନ ବ୍ରେକ୍ ମଧ୍ୟରେ ସର୍ବଦା ପ୍ରେସର ବନାଇ ରଖିବା ସର୍ବଦା ଆବଶ୍ୟକ। ଯଦି ଏହା କରା ନଯାଏ ତାହେଲେ ଟ୍ରେନ୍ କୌଣସି ସ୍ଥାନରେ ଅଟାକଇବାକୁ ହେଲେ ଏଥିରେ ବ୍ରେକ୍ ଲଗାଇବା କଷ୍ଟକର ହୋଇପାରେ। ଏଭଳି ପରିସ୍ଥିତିରେ ସଠିକ୍ ବ୍ରେକ୍ ସିଷ୍ଟମ୍ ଏବଂ ପ୍ରେସର ବଜାୟ ରଖିବା ପାଇଁ ଇଞ୍ଜିନ ଚାଲୁ ରଖାଯାଏ। କାରଣ ଥରେ ବ୍ରେକ୍ ସିଷ୍ଟମ ଖରାପ ହୋଇଗଲେ ଏହାକୁ ମରାମତି କରିବାକୁ ବହୁତ ସମୟ ଲାଗେ।
ଯଦି ଇଞ୍ଜିନ ବନ୍ଦ ହୋଇଯାଏ, ତାହେଲେ ଏହାକୁ ପୁନର୍ବାର ଷ୍ଟାର୍ଟ କରିବା ବହୁତ କଷ୍ଟକର। କାରଣ ବନ୍ଦ ହୋଇଯାଇଥିବା ଇଞ୍ଜିନ୍ ପୁନର୍ବାର ଷ୍ଟାର୍ଟ ହୋଇ ସମ୍ପୂର୍ଣ ଭାବେ କାର୍ଯ୍ୟକ୍ଷମ ହେବା ଲାଗି ୨୦ ମିନିଟ୍ ସମୟ ଲାଗିଥାଏ। ଏହି କାରଣରୁ ଇଞ୍ଜିନ ଚାଲୁ ରଖିବାକୁ ଠିକ୍ ବୋଲି ବିଚାର କରାଯାଏ।
ପ୍ରତ୍ୟେକ ଡିଜେଲ ଇଞ୍ଜିନ୍ ବ୍ୟାଟେରୀ ସହିତ ସଂଯୁକ୍ତ ହୋଇଥାଏ। ଯାହାର ଚାର୍ଜ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଇଞ୍ଜିନ ଚାଲୁ ରହିଥିବାବେଳେ ଏହି ବ୍ୟାଟେରୀ ଚାର୍ଜ ହୋଇଥାଏ। ଯଦି ଏହି ବ୍ୟାଟେରୀ ଚାର୍ଜ ହୋଇନଥାଏ, ତାହେଲେ ଟ୍ରେନ ଇଞ୍ଜିନ ସିଷ୍ଟମ ବିଫଳ ହୋଇପାରେ। ଏହି ସବୁ କାରଣରୁ ଟ୍ରେନ ଇଞ୍ଜିନ୍ ସବୁବେଳେ ଚାଲୁ ରଖାଯାଏ।
ट्रेन्डिंग फोटोज़