Advertisement
Photo Details/zeeodisha/odisha1796084
photoDetails0hindi

Spacex Falcon Rocket: ଅନ୍ଧକାରମୟ ହୋଇଉଠିବ ପୃଥିବୀର ଏହି ଅଂଶ; ଜାଣନ୍ତୁ କାରଣ

Ionoshpere Hole News: ମହାକାଶ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଏ ପର୍ଯ୍ୟନ୍ତ କାହା ପାଖରେ ଉପଲବ୍ଧ ନାହିଁ। ଅର୍ଥନୈତିକ ବିକାଶ ପାଇଁ ବିଶ୍ୱର ସମସ୍ତ ଦେଶ ରକେଟ୍ ଏବଂ ଉପଗ୍ରହ ପଠାଇବା କାର୍ଯ୍ୟ କରିଥାନ୍ତି। ପୃଥିବୀରେ ଯୋଗାଯୋଗ ପ୍ରଣାଳୀକୁ ବଜାୟ ରଖିବାରେ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ହେଲେ ସ୍ପେସ୍ ଏକ୍ସ ଫାଲକନ୍ ରକେଟ୍ ପାଇଁ ବର୍ତ୍ତମାନ ଏକ ସମସ୍ୟା ଉପୁଜିଛି।

1/5

ପ୍ରାୟ ୪ ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା ଗର୍ତ୍ତ: ଗତ ୨୦୧୭ ବର୍ଷରେ ଏକ ରକେଟ୍ ଉତକ୍ଷେପଣ (Rocket Launch) କାରଣରୁ ୫୬୦ ମାଇଲ୍ ଚଉଡା ଗର୍ତ୍ତ ସୃଷ୍ଟି ହୋଇଥିଲା।  ଯାହାକି ଅନେକ ଘଣ୍ଟା ଧରି ସୃଷ୍ଟି ହୋଇଥିଲା। ଏହି ଆୟନୋସ୍ପେରିକ୍ ବ୍ୟାଘାତ (Ionospheric Disturbance) ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ (Global Positioning System) ଉପରେ ସାମାନ୍ୟ ପ୍ରଭାବ ପକାଇଥାଏ। ଯାହା ଅବସ୍ଥାନର ସଠିକତାରେ ସାମାନ୍ୟ ପରିବର୍ତ୍ତନ ଆଣିଥାଏ। ରକେଟ୍ ଉତକ୍ଷେପଣ ପ୍ରଭାବକୁ ଖାତିର ନକରି ଆୟନୋସ୍ଫିଅର୍ ଏବଂ ଟ୍ରପୋସ୍ଫିଅର୍ (Ionosphere and Troposphere) ପ୍ରଭାବିତ ହୋଇଥାଏ।

2/5

ରକେଟ୍ ଗତି ପ୍ରଭାବ: ହାଇସ୍ପୀଡ୍ ରକେଟ୍ (High Speed Rocket) ଏବଂ ସେମାନଙ୍କ ଦ୍ୱାରା ନିଷ୍କାସିତ ହେଉଥିବା ଧୂଆଁ ଆୟନୋସ୍ଫିଅର (Ionosphere) ଆୟନାଇଜେସନ୍ (Ionization) ବଦଳାଇ ଦେଇପାରନ୍ତି। ଯେତେବେଳେ ରକେଟ୍ (Rocket) ଜଳ ଏବଂ କାର୍ବନ ଡାଇଅକ୍ସାଇଡ୍ (Carbon Dioxide) ନିଷ୍କାସିତ କରେ ସେତେବେଳେ ସ୍ଥାନୀୟ ଆୟନାଇଜେସନ୍ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଯାହା ଆୟନୋସ୍ଫିଅର ଏଫ ସ୍ତରରେ ଦୃଶ୍ୟମାନ ହୋଇଥାଏ (Ionosphere F Layer)। 

3/5

ଆୟନୋସ୍ଫିଅର ଠାରୁ ଆରମ୍ଭ ହୋଇଥାଏ ମହକାଶର ବାହ୍ୟ ଭାଗ: ପୃଥିବୀ ଉପରେ ସୂର୍ଯ୍ୟ ପର୍ଯ୍ୟନ୍ତ ବାୟୁମଣ୍ଡଳକୁ ବିଭିନ୍ନ ସ୍ତରରେ ବିଭକ୍ତ କରାଯାଇଛି। ଯାହା ମଧ୍ୟରୁ ଆୟନୋସ୍ଫିଅର ହେଉଛି ଅନ୍ୟତମ। ମହାକାଶର ବାହ୍ୟ ଭାଗ ଆୟନୋସ୍ଫିଅର ଠାରୁ ଆରମ୍ଭ ହୋଇଥାଏ। ଏହି ଅଂଶରେ ଚାର୍ଜ ହେଉଥିବା କଣିକା ରହିଛି। ଏହି ପ୍ରକାର ଗର୍ତ୍ତ ପୃଥିବୀର ମେରୁ ଅଞ୍ଚଳର ଆଲୋକକୁ ପ୍ରଭାବିତ କରିଥାଏ। କହିବାକୁ ଗଲେ ମେରୁ ଅଞ୍ଚଳରେ ଏକ ପ୍ରକାରେ  ଅନ୍ଧକାର ବିସ୍ତାର କରିବ।

4/5

5/5

ଫାଲକନ୍ ରକେଟ୍ ଉପରେ ତ୍ରୁଟି: ସ୍ପେସ୍ କମ୍ପାନୀ ଫାଲକନ୍ ରକେଟ୍ ୯ (Falcon Rocket 9) କାରଣରୁ ଆୟନୋସ୍ଫିଅର ଠାରେ ଏକ ଆଂଶିକ ଛିଦ୍ର ସୃଷ୍ଟି ହୋଇଛି। ଜୁଲାଇ ୧୯ ତାରିଖରେ କାଲିଫର୍ନିଆ ଭାଣ୍ଡେନବର୍ଡ ସ୍ପେସ୍ ଫୋର୍ସ ବେସ (California Vandenberg Space Force Base) ଠାରୁ ଏହି ରକେଟ ଲଞ୍ଚ କରାଯାଇଥିଲା। ଫ୍ଲାଗଷ୍ଟାଫ୍, ଆରିଜୋନା ପର୍ଯ୍ୟବେକ୍ଷକ ଦେଖିଲେ ଯେ ଆକାଶରେ ଏକ ଧୂଆଁଳିଆ ଲାଲ ରଙ୍ଗ ଦେଖାଯାଇଥିଲା।