Advertisement
Photo Details/zeeodisha/odisha2057248
photoDetails0hindi

Kite Flying: କ'ଣ ଭାରତ ବର୍ଷରେ ଗୁଡ଼ି ଉଡ଼ାଇବା ବେଆଇନ୍? ନିୟମ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

is kite flying illegal in india: ଆଉ କିଛ ଦିନ ପରେ ଦେଶରେ ପାଳିତ ହେବାକୁ ଯାଉଛି ମକର ସଂକ୍ରାନ୍ତି। ଏହି ପର୍ବ ଦେଶର କୋଣ ଅନୁକୋଣରେ ପାଳିତ ହୋଇଥାଏ। ମକର ସଂକ୍ରାନ୍ତି ଅବସରରେ ଦେଶର ଅନେକ ଅଞ୍ଚଳରେ ଗୁଡ଼ି ଉଡ଼ାଇବା ଆରମ୍ଭ ହୋଇଯାଇଥାଏ। ଅନେକ ଲୋକ କେବଳ ଗୁଡ଼଼ି ଉଡ଼ାଇବା କାରଣରୁ ମକର ସଂକ୍ରାନ୍ତି ପର୍ବକୁ ପସନ୍ଦ କରିଥାନ୍ତି। କାରଣ ମକର ସଂକ୍ରାନ୍ତି ଅବସରରେ ବିଭିନ୍ନ ସ୍ଥାନରେ ଗୁଡ଼ି ଉଡ଼ାଇବା ପ୍ରତିଯୋଗୀତା ମଧ୍ୟ ଆୟୋଜିତ ହୋଇଥାଏ।

1/5

ଯଦି ଆପଣ ଗୁଡ଼ି ଉଡ଼ାଇବାକୁ ବହୁତ ପସନ୍ଦ କରୁଥାନ୍ତି ତେହେଲେ ଆପଣ ଜାଣିରଖନ୍ତୁ ଯେ ଭାରତ ବର୍ଷରେ ଗୁଡ଼ି ଉଡ଼ାଇବା ହେଉଛି ବେଆଇନ୍। ଯଦି ଗୁଡ଼ି ଉଡ଼ାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତାହେଲେ ଏଥିପାଇଁ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି।

2/5

ଏହା ବ୍ୟତୀତ ଅନେକ ଥର ଗୁଡ଼ି ଉଡ଼ାଇବା ସମୟରେ ଲୋକେ ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିଥାନ୍ତି। ହେଲେ କ'ଣ ଆପଣ ଜାଣିଛନ୍ତି ଗୁଡ଼ି ଉଡ଼ାଇବାକୁ ନେଇ ଯଦି ଆପଣ ଆଇନଗତ ଭାବରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହେଲେ ଆପଣଙ୍କୁ ମଧ୍ୟ ଦଣ୍ଡିତ କରାଯାଇପାରେ।

3/5

ଆପଣ ଏକଥା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଉଥିବେ ଯେ ଗୁଡ଼ି ଉଡ଼ାଇବା ଦ୍ୱାରା ଜଣଙ୍କୁ କିପରି ଦଣ୍ଡିତ କରାଯାଇପାରେ। ଆପଣଙ୍କୁ କହିରଖୁଛୁ ଯେ ଭାରତ ବର୍ଷରେ ଗୁଡ଼ି ଉଡ଼ାଇବା ହେଉଛି ବେଆଇନ୍। ଯଦି କୌଣସି ବ୍ୟକ୍ତି ଗୁଡ଼ି ଉଡ଼ାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାହେଲେ ତାଙ୍କ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି।

4/5

ଭାରତ ବର୍ଷରେ ଲାଗୁ ହୋଇଥିବା ଇଣ୍ଡିଆନ ଏୟରକ୍ରାଫ୍ଟ ଆକ୍ଟ ୧୮୩୪ ଅନୁଯାୟୀ ଦେଶରେ ଗୁଡ଼଼ି କିମ୍ବା ବେଲୁନ୍ ଉଡ଼ାଣ ଉପରେ ନିଷେଧାଦେଶ ରହିଛି। ଗତ ୨୦୦୮ ଏହି ଆଇନରେ ସଂଶୋଧନ କରାଯାଇଥିଲା।

5/5

ଏହି ନିୟମ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଅଏ, ତାହେଲେ ଧାରା ୧୧ ଅନୁଯାୟୀ, ଅପରାଧିଙ୍କୁ ୨ ବର୍ଷର କାରାଦଣ୍ଡ, ୧୦ ଲକ୍ଷ ଟଙ୍କା ଜରିମାନା କିମ୍ବା ଜେଲ କିମ୍ବା ଉଭୟ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ହେଲେ ତଥାପି ଯେଉଁମାନେ ଗୁଡ଼ି ଉଡ଼ାଇବାକୁ ଆଗ୍ରହୀ ସେମାନଙ୍କ ପାଇଁ ଲାଇସେନ୍ସ ବ୍ୟବସ୍ଥା ମଧ୍ୟ ରହିଛି।