Advertisement
Photo Details/zeeodisha/odisha1940550
photoDetails0hindi

ପ୍ରଥମ ଥର କରଭା ଚୌଥ ପାଳିଲେ ଏହି ସବୁ ବଲିଉଡ ଅଭିନେତ୍ରୀ, ଫଟୋ ଦେଖିଲେ ଆପଣ ବି ହୋଇଯିବେ ଖୁସ୍...

କରଭା ଚୌଥଙ୍କରେ ବଲିଉଡ ଅଭିନେତ୍ରୀମାନେ ପୁଣି ଥରେ ସେମାନଙ୍କ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି ।ପାରିଣୀତି ଏବଂ କିଆରା ନିଜ ସ୍ୱାମୀଙ୍କ ପାଇଁ ପ୍ରଥମ କରଭା ଚୌଥ ପାଳନ କରିଛନ୍ତି। ଯେଉଁଠାରେ ପ୍ରିୟଙ୍କା ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ପାଇଁ ସାତ ସମୁଦ୍ର ପାର ହେବା ସତ୍ତ୍ୱେ ଏହି ବ୍ରତ ପାଳନ କରିଛନ୍ତି। ତେବେ ଆସନ୍ତୁ ଦେଖ

1/5

ପରିଣୀତି ଚୋପ୍ରା କରଭା ଚୌଥନ୍ୟ ଅବସରରେ ସ୍ୱାମୀ ରାଘବ ଚଡ୍ଡାଙ୍କ ପାଇଁ ଏହି ବ୍ରତ ପାଳନ କରିବା ସହ ନିଜ ସ୍ୱାମୀଙ୍କ ସହ ଅନେକ ସୁନ୍ଦର ସୁନ୍ଦର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତେବେ ବିବାହ ପରେ ଏହା ହେଉଛି ପରିଣୀତିଙ୍କ ପ୍ରଥମ କରଭା ଚୌଥ ବ୍ରତ।

2/5

 ସେହିପରି ବିବାହ ପରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ପାଇଁ କିଆରା ଆଡଭାନୀ ମଧ୍ୟ ପ୍ରଥମ ଥର ପାଇଁ କରଭା ଚୌଥ ବ୍ରତ କରିଛନ୍ତି। ତାଙ୍କର ପ୍ରଥମ କରଭା ଚୌଥର ଫଟୋ ସ୍ୱାମୀ ସିଦ୍ଧାର୍ଥ ନିଜ ସୋସିଆଲ ମିଡିଆ ଆକାଣ୍ଟରେ ସେୟାର କରିଛନ୍ତି।

3/5

ଫ୍ୟାନ୍ସମାନେ ପୁଣି ଥରେ କରଭା ଚୌଥ ଅବସରରେ କ୍ୟାଟ୍ରିନା କୈଫ ଏବଂ ବିକି  କୌଶଲଙ୍କ ସୁନ୍ଦର ଯୋଡ଼ିକୁ ଏକାଠି ଦେଖିବାର ସୁଯୋଗ ପାଇଛନ୍ତି। ମଥାରେରେ ସିନ୍ଦୁର, ବେକରେ ମଙ୍ଗଲସୁତ୍ର ଏବଂ ନାଲି ରଙ୍ଗର ଶାଢ଼ୀ ପିନ୍ଧି କ୍ୟାଟ୍ରିନା ଜଣେ ନବ ବିବାହିତ ବରଠାରୁ କମ୍ ଦେଖାଯାଉ ନଥିଲେ।

4/5

ପ୍ରିୟଙ୍କା ଚୋପ୍ରା ମଧ୍ୟ କରଭା ଚୌଥ ବ୍ରତ ଅବସରରେ ସ୍ୱାମୀ ନିକ ଜୋନାସଙ୍କ ପାଇଁ ପୂଜା କରିଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି କରଭା ଚୌଥର ଶୁଭେଚ୍ଛା ଜଣାଇଛନ୍ତି।

5/5

ସେହିପରି ସୋନମ କପୁର ଏବଂ ବରୁଣ ଧାୱନ ମଧ୍ୟ ସୋସିଆଲ ମିଡିଆରେ କରଭା ଚୌଥ ,ପାଳନର ଫଟୋ ନିଜ ଆକାଣ୍ଟରେ ସେୟାର କରିଛନ୍ତି।