Advertisement
Photo Details/zeeodisha/odisha2044395
photoDetails0hindi

Lake of Death: ରହସ୍ୟମୟ ହ୍ରଦ; ଯେଉଁଠି ରାତାରାତି ଚାଲି ଯାଇଥିଲା ଶହ ଶହ ଲୋକଙ୍କ ଜୀବନ

Lake of Death Mystery: ବିଶ୍ୱରେ ଏପରି ଅନେକ ସ୍ଥାନ ଅବସ୍ଥିତ ରହିଛି ଯେଉଁଠି ମୃତ୍ୟୁ ରହିଥାଏ। ଆଫ୍ରିକା ମହାଦେଶର କାମେରୁନ ନାମରେ ଏପରି ଏକ ଗୋଟିଏ ସ୍ଥାନ ମହଜୁଦ ରହିଛି। ଯାହା ସମଗ୍ର ବିଶ୍ୱରେ "ଦି ବ୍ୟାଡ୍ ଲେକ" ନାମରେ ଜଣାଶୁଣା। କୁହାଯାଏ ଏହି ରହସ୍ୟମୟ ହ୍ରଦ କାରଣରୁ ରାତାରାତି ଶହ ଶହ ଲୋକଙ୍କ ପ୍ରାଣ ଚାଲି ଯାଇଥିଲା।

 

1/5

କାମେରୁନ ଠାରେ ଅବସ୍ଥିତ ଏହି ହ୍ରଦ ଚାରିପାଖରେ ରହୁଥିବା ଲୋକଙ୍କ କହିବା ଅନୁଯାୟୀ ଏଠାରେ ଦୁଷ୍ଟ ଆତ୍ମା ବସ​​ବାସ କରିଥାନ୍ତି। ସେଥିପାଇଁ ସୂର୍ଯ୍ୟ ଅସ୍ତ ହେବା ପରେ କେହି ଏହି ହ୍ରଦ ନିକଟକୁ ଯାଆନ୍ତି ନାହିଁ। ୧୯୮୬ ମସିହାରେ  "ଦି ବ୍ୟାଡ୍ ଲେକ" (The Bad Lake of Africa) କାରଣରୁ ୧୭୪୬ ଲୋକଙ୍କ ମୃତ୍ୟୁ ହୋଇଥିଲା।

 

2/5

ଆଫ୍ରିକା ମହାଦେଶର ସ୍ଥାନୀୟ ଭାଷାରେ ଏହିକୁ ହ୍ରଦର ନାଁ "ନ୍ୟୋସ୍"। କାମେରୁନ ଠାରେ ଅବସ୍ଥିତ "ନ୍ୟୋସ୍" ହ୍ରଦ (Nyos Lake Cameroon) ଆଗ୍ନେୟଗିରିର କ୍ରାଟର ଉପରେ ଅବସ୍ଥିତ ରହିଛି। ଯେଉଁ କାରଣରୁ "ନ୍ୟୋସ୍" ହ୍ରଦରେ ଅତ୍ୟଧିକ ପରିମାଣର କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ମିଳିଥାଏ।

3/5

"ନ୍ୟୋସ୍" ହ୍ରଦରେ ମହଜୁଦ ରହିଥିବା କାର୍ବନ ଡାଇଅକ୍ସାଇଡ୍ ମୃତ୍ୟୁ ପରି କାର୍ଯ୍ୟ କରିଥାଏ। ଏହି କାର୍ବନ ଡାଇଅକ୍ସାଇଡ୍ କାରଣରୁ "ନ୍ୟୋସ୍" ମୃତ୍ୟୁର ହ୍ରଦ (Death Lake Nyos) ଭାବରେ ଜଣାଶୁଣା। କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍  କାରଣରୁ ଗୋଟିଏ ଦିନରେ ଏଠାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥିଲା।

 

4/5

ଗତ ୧୯୮୬ ମସିହା ଅଗଷ୍ଟ ୨୧ ତାରିଖରେ (Lake Nyos Disaster 1986) "ନ୍ୟୋସ୍" ହ୍ରଦରେ ବହୁ ପରିମାଣର କାର୍ବନ ଡାଇଅକ୍ସାଇଡ୍ ଜମା ହୋଇଥିଲା। ଯାହା ପରେ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ କାରଣରୁ ଏକ ବିସ୍ଫୋରଣ ହୋଇଥିଲା। ଯାହା ପରେ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ସମଗ୍ର ହ୍ରଦର ଚତୁପାର୍ଶ୍ୱରେ ବ୍ୟାପି ଯାଇଥିଲା।

5/5

କୁହାଯାଏ ଯେ "ନ୍ୟୋସ୍" ହ୍ରଦର ଚତୁପାର୍ଶ୍ୱରେ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ବିସ୍ତାର ହେତୁ ୧୭୪୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। କେବଳ ସେତିକି ନୁହେଁ ପ୍ରାୟ ସାଢେ ୩ ହଜାର ପ୍ରାଣୀ ମଧ୍ୟ ଏହି ଗ୍ୟାସ କାରଣରୁ ପ୍ରାଣ ହରାଇଥିଲେ।