Advertisement
photoDetails0hindi

Lucky moles: ଶରୀରର ଏହି ସ୍ଥାନରେ କଳାଜାଇ ଥିଲେ କୋଟିପତି ହୋଇଥାଏ ବ୍ୟକ୍ତି, ଦେଖନ୍ତୁ ଫଟୋ

Lucky moles: ମଣିଷ ଶରୀରରେ କଳାଜାଇ ଥିବା ଏକ ସାଧାରଣ କଥା ଅଟେ । ଶରୀରର ବିଭିନ୍ନ ସ୍ଥାନରେ ଥିବା ଏହି କଳାଜାଇ କିଛି କଥା ଆଡ଼କୁ ଇସାରା କରିଥାଏ । ସାମୁଦ୍ରିକ ଶାସ୍ତ୍ରରେ, ଏହି କଳଜାଇକୁ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ତେବେ ଶରୀରରେ ଥିବା ଏହି କଳାଜାଇ କେତେବେଳେ ଶୁଭ ତ ଆଉ କେତେବେଳେ ଅଶୁଭ ସଂକେତ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ ତାହା ବ୍ୟକ୍ତିର ଜୀବନକୁ ସୁଖମୟ କରାଇବା ସହ ଧନ ବୃଦ୍ଧିରେ ସହାୟକ ହୋଇଥାଏ ।

1/5

ସାମୁଦ୍ରିକ୍ ଶାସ୍ତ୍ରୀଙ୍କ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ କପାଳର ଡାହାଣ ପାର୍ଶ୍ୱରେ କଳାଜାଇ ଥାଏ, ସେମାନେ ବହୁମୁଖୀ ପ୍ରତିଭାର ଅଧିକାରୀ ହୋଇଥାଆନ୍ତି । ଏହି ବ୍ୟକ୍ତିମାନେ ଜୀବନର ସମସ୍ତ ଇଚ୍ଛାକୁ କୌଣସି ମତେ ହାସଲ କରିଥାଆନ୍ତି ।

2/5

ଯେଉଁ ବ୍ୟକ୍ତିଙ୍କର ଥୋଡ଼ିରେ କଳାଜାଇ ଥାଏ ସେମାନେ ଭବିଷ୍ୟତରେ ବଡ଼ ପଦବୀର ଅଧିକାରୀ ହୋଇଥାଆନ୍ତି ।

3/5

ଯେଉଁ ଲୋକମାନଙ୍କର ଆଖି ଉପରେ କଳାଜାଇ ଥାଏ ସେମାନେ ସ୍ବଭାବରେ ମେଳାପି ହୋଇଥାଆନ୍ତି । କିନ୍ତୁ ସେମାନେ ଦୁନିଆଠାରୁ ଦୂରତା ରଖିବାକୁ ପସନ୍ଦ କରିଥାଆନ୍ତି ।

4/5

ନାଭିର ଆଖପାଖରେ କଳାଜାଇ ଥିଲେ ବ୍ୟକ୍ତି ଖାଦ୍ୟ ଲୋଭି ହୋଇଥାଏ। ଏହି ବ୍ୟକ୍ତି ବିଶେଷମାନେ ଖାଇବାକୁ ବହୁତ ପସନ୍ଦ କରିଥାଆନ୍ତି । ଏମାନଙ୍କ ଜୀବନରେ କେବେ ଅଭାବ ଅନଟନ ଦେଖାଯାଏ ନାହିଁ। ଏମାନେ ଆରମ ଓ ସୁଖମୟ ଜୀବନଯାପନ କରିଥାଆନ୍ତି ।

5/5

ଯେଉଁ ମହିଳାମାନଙ୍କର ବାମ ପଟ ଗାଲରେ କଳାଜାଇ ଥାଏ ସେମାନେ ଭାଗ୍ୟଶାଳୀ ହୋଇଥାଆନ୍ତି । ସେମାନଙ୍କୁ ଜୀବନରେ କୌଣସି ଜିନିଷର ଅଭାବ ହୋଇନଥାଏ ।